କଳାହାଣ୍ଡି ଜିଲ୍ଲା ଦାଦପୁରରେ ମହା ସମାରୋହରେ ପାଳିତ ହେଲା ବିଘ୍ନ ବିନାଶକ ଗଜାନନଙ୍କ ପୂଜା.
(ଲାୟନ୍ ଡା. ରମେଶ ଅଗ୍ରୱାଲ୍, MJF:ନିପ୍ର)
କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ବ୍ଲକ ଅନ୍ତର୍ଗତ ଦାଦପୁର ପି.ଏମ୍.ଶ୍ରୀ ଦଧିବାମନ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଚଳିତ ବର୍ଷ ଅଧ୍ୟକ୍ଷ ଶ୍ରୀଯୁକ୍ତ ରବି ପ୍ରସାଦ କାନୁନଗୋଙ୍କ ପ୍ରତ୍ୟେକ୍ଷ ତତ୍ତ୍ବାବଧାନରେ ମହାସମାରୋହରେ ପାଳିତ ହେଲା ବିଘ୍ନ ବିନାଶକ ଗଜାନନଙ୍କ ପୂଜା।ଏହି ଅବସରରେ ବିଦ୍ୟାଳୟର କଳା ଶିକ୍ଷକ ଶ୍ରୀଯୁକ୍ତ ଦେବରାଜ ପ୍ରଧାନ ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମକୁ ଦୃଷ୍ଟରେରଖି ମୃମୟ ମୂର୍ତ୍ତି ଶ୍ରୀ ଗଣେଶଙ୍କୁ ରୂପ ଦେଇଥୂବା ବେଳେ ବିଦ୍ୟାଳୟର ଛାତ୍ରଛାତ୍ରୀ ଓ କନିଷ୍ଠ ଶିକ୍ଷକ ଦିବ୍ୟଜ୍ୟୋତି ମହାରଣାଙ୍କ ସହଯୋଗରେ ସାଜସଜା କାର୍ଯ୍ୟ ସମ୍ପନ୍ନ ହୋଇଥିଲା।ଏଥିସହିତ ଛାତ୍ରଛାତ୍ରୀମାନେ ସକାଳୁ ସକାଳୁ ନିଜର ନିତ୍ୟକର୍ମ ମାନ ସାରୀ ନୂତନ ପୋଷାକ ପରିଧାନ କରି ଭୋଗ ସହିତ ବିଦ୍ୟାଳୟରେ ଉପସ୍ଥିତ ହୋଇଥିଲେ।ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀମାନେ ପୂଜା କାର୍ଯ୍ୟରେ ସହଯୋଗ କରିଥିବାବେଳେ ପୂଜା ସେସରେ ଭଗବାନ ଗଣେଶଙ୍କ ଉଦେଶ୍ୟରେ ପୁଷ୍ପାଞ୍ଜଳି ଅର୍ପଣ କରି ପ୍ରସାଦ ସେବନ କରିଥିଲେ ଉକ୍ତ ଉତ୍ସବରେ ପାଞ୍ଚ ଶହରୁ ଉର୍ଦ୍ଧ ଛାତ୍ରଛାତ୍ରୀ,ଅଭିଭାବକ, ଶିକ୍ଷକଶିକ୍ଷୟିତ୍ରୀ ଓ ନିମନ୍ତ୍ରିତ ଅତିଥି ଯୋଗଦାନ କରିଥିଲେ।
