ଲାୟନ୍ସ କ୍ଲବ ପକ୍ଷରୁ ଗଣେଶ ଉତ୍ସବ ସମ୍ପନ୍ନ
(ଲାୟନ୍ ଡା. ରମେଶ ଅଗ୍ରୱାଲ୍, MJF:ନି:ପ୍ର)
ଲାୟନ୍ସ କ୍ଲବ ପକ୍ଷରୁ ଗଣେଶ ଉତ୍ସବ ସମ୍ପନ୍ନ
ରାଉରକେଲା: ଲାୟନ୍ସ କ୍ଲବ ରାଉରକେଲା ବେଦବ୍ୟାସ ଗ୍ରେଟରର ସୌଜନ୍ୟରେ ବ୍ୟାସଦେବ ଉଚ୍ଚ ବିଦ୍ୟାଳୟ ପରିସରରେ ପବିତ୍ର ଗଣେଶ ପୂଜା ଓ ଉତ୍ସବ ଆୟୋଜିତ ହୋଇଯାଇଛି।
ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀ ଉମେଶ ଚନ୍ଦ୍ର ଦାଶଙ୍କ ଉପସ୍ଥିତିରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଲାୟନ୍ସ କ୍ଲବର ପୂର୍ବତନ ଜିଲ୍ଲା ଗଭର୍ଣ୍ଣର ଲାୟନ୍ ରାକେଶ କୁମାର ସିଂହ ଯୋଗଦେଇଥିଲେ। ଏଥିରେ ସଭାପତି ଲାୟନ୍ ସୁଶୀଲ କୁମାର ରାଉତ, କିରଣ ପ୍ରସାଦ ମେହେର, ଗୋରଖନାଥ ଶ୍ରୀବାସ୍ତବ, ପୂର୍ବତନ ପ୍ରଧାନଶିକ୍ଷକ ପ୍ରଫୁଲ୍ଲ ଚନ୍ଦ୍ର ବାରିକ, ମୁନେନ୍ଦ୍ର ସିଂହଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ।
ବିଦ୍ୟାଳୟର ଶିକ୍ଷକ ଶ୍ରୀ ଶଶିଧର ସାହୁ, ସୁଭାଷ ଚନ୍ଦ୍ର ସାହୁ, ସୁପ୍ରିୟା ମହାରଣା ଓ ଲକ୍ଷ୍ମୀଧର ସାହୁ ପୂଜା ଆୟୋଜନରେ ଅବଦାନ ରଖିଥିଲେ। ଛାତ୍ରଛାତ୍ରୀମାନେ ଅତ୍ୟନ୍ତ ଶ୍ରଦ୍ଧା ଓ ଉତ୍ସାହର ସହ ଗଣେଶ ପୂଜାରେ ସାମିଲ ହୋଇଥିଲେ। ପୂଜାର୍ଚ୍ଚନା ପରେ ଉପସ୍ଥିତ ସମସ୍ତେ ପ୍ରସାଦ ସେବନ କରିବା ପରେ ଗଣେଶ ଉତ୍ସବ ସମ୍ପନ୍ନ ହୋଇଥିଲା।
