କଳାହାଣ୍ଡି ଜିଲ୍ଲାର ଭବାନୀପାଟଣା ବ୍ଲକ ର ପ୍ରଥମ ପଞ୍ଚାୟତ ସ୍ତରୀୟ ବରିଷ୍ଠ ନାଗରିକ ସଂଘ, ମେଦିନୀପୁର ଗ୍ରାମ ପଞ୍ଚାୟତ ରେ ଗଠିତ ହୋଇଯାଇଛି!
(ଲାୟନ୍ ଡା. ରମେଶ ଅଗ୍ରୱାଲ୍, MJF:ନି:ପ୍ର)
ଗତ 13/09/26 (ରବିବାର) ଦିନ କଳାହାଣ୍ଡି ଜିଲ୍ଲାର ଭବାନୀପାଟଣା ବ୍ଲକ ର ପ୍ରଥମ ପଞ୍ଚାୟତ ସ୍ତରୀୟ ବରିଷ୍ଠ ନାଗରିକ ସଂଘ, ମେଦିନୀପୁର ଗ୍ରାମ ପଞ୍ଚାୟତ ରେ ଗଠିତ ହୋଇଯାଇଛି l ଏହି ପରିପେକ୍ଷୀରେ, ବରିଷ୍ଠ ନାଗରିକ ସଂଘ, କଳାହାଣ୍ଡିର ସଭାପତି ଶ୍ରୀ ବିଜୟ ହୋତା ଙ୍କ ପୌରହିତ୍ୟ ରେ ଓ ସର୍ବଶ୍ରୀ ଗିରିଜା ବାବୁ- ସମ୍ପାଦକ, ପ୍ରସନ୍ନ ପଟ୍ଟନାଏକ-ଯୁଗ୍ମ ସମ୍ପାଦକ, ନିରଞ୍ଜନ ପଣ୍ଡା- କୋଷାଧ୍ୟକ୍ଷ ଓ କ୍ଷୀରାବ୍ଧି ସାହୁ- ସଭ୍ୟ ଙ୍କ ତତ୍ତ୍ଵାବଧାନରେ ଏକ ସଭା ଅନୁଷ୍ଠିତ ହୋଇଥିଲାl ବିଶେଷ ଅତିଥି ଭାବରେ ଯୋଗ ଦେଇ ସ୍ଥାନୀୟ ସରପଞ୍ଚ ଶ୍ରୀ ଗୌରୀ ଶଙ୍କର ମିଶ୍ର ବରିଷ୍ଠ ନାଗରିକ ଙ୍କ ପାଇଁ ସଭାଗୃହ ଯୋଗାଇ ଦେବାର ପ୍ରତିଶ୍ରୁତି ଦେଲେ
ଏବଂ ଅନ୍ୟତମ ଅତିଥି ଶ୍ରୀ ଆର୍ତ୍ତତ୍ରାଣ ବେହେରା ବରିଷ୍ଠ ନାଗରିକ ମାନଙ୍କ ଏହି ମହତ୍ ଉଦ୍ୟମ ର ଭୂୟସୀ ପ୍ରଶଂସା କରିଥିଲେl ପୁରୁଷ ଓ ମହିଳା ମିଶି ପ୍ରାୟ 50 ରୁ ଉର୍ଦ୍ଧ ବରିଷ୍ଠ ନାଗରିକ ଏହି ସଭାରେ ଉପସ୍ଥିତ ଥିଲେ l
