ବୌଦ୍ଧ ଜ଼ିଲ୍ଲା ର ବିଭିନ୍ନ ଶିକ୍ଷାନୁଷ୍ଠାନ ଓ ଯୁବକ ସଂଘ ମାନଙ୍କରେ ଅଗ୍ରପୁଜ୍ୟ ଗଜାନନ ଙ୍କ ପୂଜା ମହାସମାବେଶ ରେ ପାଳିତ (କୃଷ୍ଣ ସିଂହ ଙ୍କ ରିପୋର୍ଟ )
ବୌଦ୍ଧ (15/9) ବୌଦ୍ଧ ଜ଼ିଲ୍ଲା ର ବିଭିନ୍ନ ଶିକ୍ଷାନୁଷ୍ଠାନ ଓ ଗ୍ରାମ ର ବିଭିନ୍ନ ଯୁବ ଅନୁଷ୍ଠାନ ମାନଙ୍କ ରେ ଅଗ୍ର ପୂଜ୍ୟ ଗଣପତି ବାବା ଙ୍କ ପୂଜା ଯଥାରିତି ପାଳିତ ହୋଇଯାଇଛି। ଜ଼ିଲ୍ଲା ର ପ୍ରମୁଖ ଅନୁଷ୍ଠାନ ମଧ୍ୟ ରେ ଜେ. ଡି. ହାଇସ୍କୁଲ, ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, ବୌଦ୍ଧ ପଂଚାୟତ କଲେଜ, ହରଭଙ୍ଗା ବ୍ଲକ ର ବିଭିନ୍ନ ଅନୁଷ୍ଠାନ ଯଥା ପି. ଏମ. ଶ୍ରୀ. ଉଚ୍ଚ ବିଦ୍ୟାଳୟ, ଆଞ୍ଚଳିକ ପଂଚାୟତ +2 ବିଦ୍ୟାଳୟ ଓ ବ୍ଲକ ର ସମସ୍ତ ପ୍ରାଥମିକ , ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ମାନଙ୍କ ରେ ଆନନ୍ଦ ଉଲ୍ଲାସ ରେ ପାଳିତ ହୋଇଯାଇଛି। ଛାତ୍ର ଛାତ୍ରୀ ମାନେ ପ୍ରଭାତ ରୁ ନିତ୍ୟକର୍ମ ସାରି ଫୁଲ ଚନ୍ଦନ ଓ ଭୋଗ ସାଙ୍ଗରେ ଧରି ବିଦ୍ୟାଳୟ କୁ ଆସି ପ୍ରଭୁ ଲମ୍ବୋଦର ଙ୍କ ଆଶ୍ରିବାଦ ଭିକ୍ଷା କରିଥିଲେ।
