ବେତନଟୀର ପ୍ରଗତିର ବାହକ ଥିଲେ କେଲାବାବୁ
ବେତନଟୀ : ବିଶିଷ୍ଟ ରାଜନେତା, ପୂର୍ବତନ ପଞ୍ଚାୟତ ସମିତି ଅଧ୍ୟକ୍ଷ ତଥା ଜିଲ୍ଲା କଂଗ୍ରେସ କମିଟିର ଏକଦା ସଭାପତି ଥିବା ସ୍ୱର୍ଗତ କୈଳାଶ ଚନ୍ଦ୍ର ଅଗ୍ରୱାଲା( କେଲାବାବୁ)ଙ୍କ ୭୫ ବର୍ଷରେ ଇହଧାମ ତ୍ୟାଗ ପରେ ଏକ ସ୍ମୃତିଚାରଣ ସଭା ତାଙ୍କ ବାସଭବନ ନିକଟରେ ଅନୁଷ୍ଠିତ ହୋଇ ଯାଇଛି । ଏଥିରେ ମୟୂରଭଞ୍ଜ ଜିଲ୍ଲା ଏବଂ ବଡସାହି ନିର୍ବାଚନ ମଣ୍ଡଳି ସମେତ ପାର୍ଶ୍ଵସ୍ଥ ବାଲେଶ୍ବର ଜିଲ୍ଲା ସ୍ତରୀୟ ବିଭିନ୍ନ ରାଜନୈତିକ ଦଳର ନେତୃବୃନ୍ଦ, ପ୍ରାକ୍ତନ ନେତାଗଣ ଉପସ୍ଥିତ ରହି ତାଙ୍କର ରାଜନୈତିକ ଜୀବନ, ସାମାଜିକ ପରିଚୟ ବେତନଟୀକୁ ଆଗକୁ ନେବାର ପ୍ରୟାସ ସମ୍ବନ୍ଧରେ ବିସ୍ତୃତ ଭାବେ ଆଲୋଚନା କରିଥିଲେ |
ପ୍ରାରମ୍ଭରେ କେଲା ବାବୁଙ୍କର ଫଟୋଚିତ୍ରରେ ମାଲ୍ୟାର୍ପଣ ଓ ଧୂପଦୀପଦାନ ପରେ ସାମ୍ବାଦିକ ଅରୁଣ କୁମାର ଓତା ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ । ଜିଲ୍ଲାର ବରିଷ୍ଠ କଂଗ୍ରେସ ନେତା ପ୍ରକାଶ କର ମହାପାତ୍ର ମଞ୍ଚ ପରିଚାଳନା ସହ ବକ୍ତବ୍ୟ ନିମନ୍ତେ ଆହ୍ବାନ କରିଥିଲେ । ଇତ୍ୟବସରରେ କେଲା ପ୍ରେମୀମାନଙ୍କର ବାର୍ତ୍ତା,ତଥ୍ୟ ସମ୍ମିଳିତ ଏକ ଶ୍ରଦ୍ଧାଞ୍ଜଳି ପୁସ୍ତିକା ମଧ୍ୟ ପ୍ରକାଶ ପାଇଥିଲା ।ବହୁଜନ ସମାଗମ ସହ ଅନେକ ବ୍ୟକ୍ତି ସ୍ମୃତିଚାରଣ କରିବା ମଧ୍ୟରେ ପୂର୍ବତନ ମୟୂରଭଞ୍ଜର ରାଜ୍ୟସଭା ସାଂସଦ ସୁଶୀଳା ତିରିଆ ଓ ବାଲେଶ୍ଵର ଲୋକସଭା ମଣ୍ଡଳିର ପୂର୍ବତନ ସାଂସଦ ରବୀନ୍ଦ୍ର କୁମାର ଜେନା ଅନ୍ୟତମ । ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା ଶୋକବାର୍ତ୍ତା ପ୍ରେରଣ କରିଥିଲେ । ବାଲେଶ୍ବର ଜିଲ୍ଲାର କଂଗ୍ରେସ ସଭାପତି ସତ୍ୟଶିବ ଦାସ ଉପସ୍ଥିତ ଥାଇ ସ୍କୃତିଚାରଣ କରିଥିଲେ । ପୂର୍ବତନ ଜିଲ୍ଲା କଂଗ୍ରେସ ସଭାପତି ତଥା ଆଇନଜୀବୀ ହିମାଂଶୁ କୁମାର ପରିଡା ଓ ନୀରୋଜ ଲୋଚନ ଦାଶ, ପୂର୍ବତନ ମନ୍ତ୍ରୀ ସରସ୍ଵତୀ ହେମ୍ବ୍ରମ୍, ପୂର୍ବତନ ବିଧାୟକ ଗଣେଶ୍ଵର ପାତ୍ର ଓ ପ୍ରମିଳା ଗିରି, ବରିଷ୍ଠ ସାମ୍ବାଦିକ ହରିଶ ଚନ୍ଦ୍ରନନ୍ଦ ଗୋସ୍ଲାମୀ ,ପୂର୍ବତନ ବଡ଼ସାହି ବ୍ଳକ୍ ଅଧ୍ୟକ୍ଷ ମନୋରଂଜନ ବଳା, ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ସୁନୀଲ କୁମାର ଦାଶ ଓ ଯାମିନୀକାନ୍ତ ନାଏକ,ରାଷ୍ଟ୍ରପତି ପୁରସ୍କୃତ ଶିକ୍ଷକ ତଥା ଶିକ୍ଷକ ନେତା ସଚ୍ଚିଦାନନ୍ଦ ମହାନ୍ତି, ପୂର୍ବତନ ପ୍ରାଥମିକ ଶିକ୍ଷକ ନେତା ଜୟନ୍ତ କୁମାର ପଟ୍ଟନାୟକ, ବେତନଟୀ ମହାବିଦ୍ୟାଳୟ ଅଧ୍ୟକ୍ଷ
ମନୋରଂଜନ ମହାନ୍ତ ଓ ମନୋରଂଜନ ଲେଙ୍କା, ରମଣୀ ରଞ୍ଜନ ଧର ମହାପାତ୍ର, ଡଃ
ରମାକାନ୍ତ ମହାନ୍ତ, ବାସୁଦେବ ନାପିତ , ସନ୍ତୋଷ କୁମାର ଖଣ୍ଡା ପ୍ରମୁଖ । ବେତନଟୀ ମାନବିକ ଅଧିକାର ମିଶନ ତରଫରୁ ଏକ
ଫଟୋଚିତ୍ର ଓ ଫୋର୍ଡ ସଂସ୍ଥା ତରଫରୁ ଏକ ଚାରାଗଛ ପ୍ରଦାନ ପରେ, ଏକମାତ୍ର ପୁତ୍ର ସିଦ୍ଧାର୍ଥ ଅଗ୍ରୱାଲା ସମସ୍ତଙ୍କ ଠାରେ କୃତଜ୍ଞତା ଜ୍ଞାପନ କରିଥିଲେ ।
