ପର୍ଶୁରାମ ଗୁରକୁଳ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ସାଇବର ସୁରକ୍ଷା ସଚେତନ କାର୍ଯ୍ୟକ୍ରମ ଅନୁଷ୍ଠିତ ।
ଗଜପତି (ଟିକି ଲିମା)
ଗଜପତି ଜିଲ୍ଲା ରାୟଗଡ଼ ଥାନା ଅନ୍ତର୍ଗତ ସେବକପୁର ସ୍ଥିତ ପର୍ଶୁରାମ ଗୁରକୁଳ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଠାରେ ସାଇବର ସୁରକ୍ଷା ସଚେତନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଆଜି ରାୟଗଡ ଥାନା ଅଧିକାରୀଣି
କମଳା ଚୌଧୁରୀ, ଏସ ଆଇ କୃଷ୍ଣ ଚନ୍ଦ୍ର ମଲ୍ଲିକ, ସବ ଇନ୍ସପେକ୍ଟର କୃଷ୍ଣଚନ୍ଦ୍ର ସେଠୀ, ଏ ଏସ ଆଇ ,ଦେବାଶିଷ ପାତ୍ର ପ୍ରମୁଖ ଯୋଗ ଦେଇ
କଲେଜର ଛାତ୍ର ଛାତ୍ରୀ ମାନଙ୍କୁ ସାଇବର ଠକେଇ କେମିତି ହୁଏ, କେମିତି କୌଶଳ କରି ସାଇବର ଠକ ମାନେ ଆମ ମାନଙ୍କ ଠାରୁ ଆମ ର କଷ୍ଠାର୍ଜିତ ସମ୍ପତି କୁ ଠକି ନେଇ ଯାଆନ୍ତି । ତାକୁ କଣ କରିଲେ ଆମେ ସେହି ଠକେଇରୁ ବଞ୍ଚି ପାରିବା ତାରି ଉପରେ ବିସ୍ତୃତ ଆଲୋଚନା କରିଥଲେ। ଏହି ସମୟରେ କଲେଜ ର ଅଧକ୍ଷ ଶଶିକାନ୍ତ ମହାପାତ୍ର ଙ୍କ ସହ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ କର୍ମଚାରୀ ଓ ଛାତ୍ର ଛାତ୍ରୀ ମାନେ ଉପସ୍ଥିତ ଥିଲେ।
