
♦↵
ମହା ଶିବରାତ୍ରିରେ ଉଠି ନ ଥିଲା ଜାଗରଦୀପ ହେଲେ ଘଟିଗଲା ବଡ଼ ଅଘଟଣ,ଯୁବକଙ୍କ ବିଦ୍ୟୁତ ଆଘାତରେ ଚାଲିଗଲା ଜୀବନ l ସୋର ଥାନା ଅସୀମିଳା ଗ୍ରାମର ୨୨ ବର୍ଷୀୟ ଯୁବକ ସୁବ୍ରତ କୁମାର ପଣ୍ଡା ଗଣ୍ଡସ୍ତପୁର ଗ୍ରାମର ସୁବ୍ରତ ମହାନ୍ତିଙ୍କ ଟେଣ୍ଟରେ କାର୍ଯ୍ୟ କରନ୍ତି । ଆଜି ଶିବରାତ୍ରି ପାଇଁ ମନ୍ଦିରରେ ଟେଣ୍ଡ କାମ ସାରିବା ପରେ ଆସନ୍ତା କାଲି ସୁବ୍ରତଙ୍କ ଜନ୍ମଦିନ ଥିବାରୁ ସନ୍ଧ୍ୟାରେ ଟେଣ୍ଡ ମାଲିକ ସୁବ୍ରତ କୁମାର ମହାନ୍ତିଙ୍କ ଘରକୁ କୌଣସି କାମରେ ଯାଇଥିବା ବେଳେ ଘର ପାଖରେ ଏକ ବିଦ୍ୟୁତ ତାର ଝୁଲୁ ଥିବା ଦେଖି ତାରଟିକୁ ଟେକିବାକୁ ଚେଷ୍ଟା କରୁଥିବା ବେଳେ ତାର ଲିକ ଥିବାରୁ ବିଦ୍ୟୁତ ସଂସ୍ପର୍ଶରେ ଆସି ଯାଇ ଗୁରୁତର ଆହତ ହୋଇ ଚେତାଶୂନ୍ୟ ହୋଇଯାଇଥିଲେ । ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ସଙ୍ଗେ ସଙ୍ଗେ ସୋର ଡାକ୍ତରଖାନାକୁ ଆଣିଥିଲେ । ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ଖବର ପାଇ ସୋର ପୋଲିସ ଡାକ୍ତରଖାନାରେ ପହଞ୍ଚି ଶବ ବ୍ୟବଚ୍ଛେଦ ପାଇଁ ରଖିବା ସହିତ ଘଟଣାର ତଦନ୍ତ ଆରମ୍ଭ କରିଛି। ସୂଚନା ମୁତାବକ ମୃତ ସୁବ୍ରତଙ୍କ ଏକ ୫ ମାସର ଝିଅ ଟିଏ ଅଛି ଓ ସେ ତାଙ୍କ ପରିବାରର ଏକ ମାତ୍ର ପୁଅ ଥିଲେ। ଆଜି ମହାଶିବରାତ୍ରି ଥିବା ବେଳେ ଆସନ୍ତାକାଲି ସୁବ୍ରତଙ୍କ ଜନ୍ମଦିନ, ଏମିତି ଏକ ଜାଗର ରାତିରେ ପୁଅର ଜୀବନ ଦୀପ ଲିଭିଯିବ ଯାହାକୁ ସହଜରେ ଗ୍ରହଣ କରି ନ ପାରି ଭାଙ୍ଗି ପଡିଛନ୍ତି ପରିବାର ଲୋକ ।