
- କେନ୍ଦୁଝର,…..କେନ୍ଦୁଝର ସହରର ବଣିଆପାଟ ରେ ଥିବା ଅଗ୍ରଣୀ ଅନୁଷ୍ଠାନ “ମା ତାରିଣୀ ୱାକର୍ସ କ୍ଲବ” ପକ୍ଷରୁ ମାଗଣା ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି I
ଉକ୍ତ ଶିବିରକୁ ଅବସର ପ୍ରାପ୍ତ ସି .ଡି.ଏମ .ଓ ଡ଼କ୍ଟର ପି ,ସି,ଦାସ କେନ୍ଦୁଝର ର ଅଧିଷ୍ଟାତ୍ରି ଦେବୀ ମା ତାରିଣୀ ଙ୍କ ଫୋଟ ରେ ପୁଷ୍ପମାଲ୍ୟ ଅର୍ପଣ କରି ଉଦ୍ଘାଟନ କରିଥିଲେ I ଭୂମିକା ହସ୍ପିଟାଲ ଉତ୍ତର ଓଡିଶା ଜୋନ ର ଜୋନାଲ ମ୍ୟାନେଜେର କର୍ଣାଟ କିଶୋର ଜେନା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ଏବଂ ମା ତାରିଣୀ ୱାକର୍ସ କ୍ଲବ ର ସଦସ୍ୟ ଡକ୍ଟର ଓତ୍ତା ,ରାମଚନ୍ଦ୍ର ତ୍ରିପାଠୀ,ଜିତେନ୍ଦ୍ର ଦାସ ,ଆଲୋକ ଜେନା ,ଭାଗିରଥି ସାହୁ,ଭାଗିରଥି ହେମ୍ବ୍ରମ ଇତ୍ୟାଦି କର୍ମକର୍ତ୍ତା ଯୋଗ ଦେଇଥିଲେ I
ସହରର ବିଭିନ୍ନ ସ୍ଥାନ ଯଥା -ବଣିଆପାଟ ,ଗୁମୁରା,ସାତସିଙ୍ଗା ,ବଡହଳ,ଧୋବାଡ଼ିହା ଅଞ୍ଚଳର ମୋଟ ୩୫ ଜଣ ବରିଷ୍ଠ ନାଗରିକ ନିଜ ନିଜ ର ଆଖି ପରୀକ୍ଷା କରାଇଥିଲେ ଏବଂ ଭୂମିକା ହସ୍ପିଟାଲ ର ଚକ୍ଷୁ ସହାୟକ ଜଗମୋହନ ଦାସ ,ଲକ୍ଷ୍ମୀପ୍ରିୟା ମହାନ୍ତ ରୋଗୀମାନଙ୍କୁ ପ୍ରାଥମିକ ଚିକିତ୍ସା ସେବା ଯୋଗାଇ ଦେଇଥିଲେ I
ଶିବିର ପରିଚାଳନା ରେ ସଦର ବ୍ଲକ ର ଗୋଷ୍ଠୀ ସ୍ୱାସ୍ଥ୍ୟ ସଂଗଠକ ହିମାଂଶୁ ପାତ୍ର ଓ ମା ତାରିଣୀ ୱାକର୍ସ କ୍ଲବ ର ସକ୍ରିୟ ସଦସ୍ୟ ସହଯୋଗ କରି ଶିବିରକୁ ସଫଳ କରାଇଥିଲେ