*ନୂଆପଡା ଜିଲ୍ଲା ବିଜେପି ଦଳୀୟ କାର୍ଯ୍ୟାଳୟ ଠାରେ ଆଜି ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ,ଜାତୀୟ କଂଗ୍ରେସ ଦଳୀୟ ପ୍ରାର୍ଥୀ ଘାସିରାମ ମାଝୀ ମିଥ୍ୟା ସତ୍ୟପାଠ ଅଭିଯୋଗ*
ନୂଆପଡା (ମିଖାଏଲ ନନ୍ଦ)
ନୂଆପଡା ଜିଲ୍ଲା ବିଜେପି ଦଳୀୟ କାର୍ଯ୍ୟାଳୟ ଠାରେ ଆଜି ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ,ଜାତୀୟ କଂଗ୍ରେସ ଦଳୀୟ ପ୍ରାର୍ଥୀ ଘାସିରାମ ମାଝୀ ମିଥ୍ୟା ସତ୍ୟପାଠ ଅଭିଯୋଗ କରିଛନ୍ତି। କଂଗ୍ରେସ ଦଳୀୟ ପ୍ରାର୍ଥୀ ଘାସିରାମ ମାଝୀ ୨୦୨୪ ନିର୍ବାଚନ ବେଳେ ଦେଇଥିବା ସତ୍ୟପାଠ ରେ ୧୯ ଗୋଟି ମାମଲା ଥିବା ବୋଲି ସତ୍ୟପାଠ ରେ ଉଲ୍ଲେଖ କରିଥିବା ଅଭିଯୋଗ କରିଛନ୍ତି। ଚଳିତ ଉପ ନିର୍ବାଚନ ରେ ଦେଇଥିବା ସତ୍ୟପାଠ ମିଥ୍ୟା ସତ୍ୟପାଠ ବୋଲି ସାମ୍ବାଦିକ ସମ୍ମିଳନୀ ରେ ଉଲ୍ଲେଖ କରିଥିଲେ। ଚଳିତ୍ ଉପ ନିର୍ବାଚନ ରେ ୧୨ ଗୋଟି ମାମଲା ଥିବା ସେ ସତ୍ୟପାଠ ଦେଇଥିବା ଉଲ୍ଲେଖ ରହିଅଛି। ଆଜି ସାମ୍ବାଦିକ ସମ୍ମିଳନୀ ରେ ଜିଲ୍ଲା ବିଜେପି ସଭାପତି କମଲେସ ଦୀକ୍ଷିତ, ବିଜେପୁର ବିଧାୟକ ସନତ ଗଡତିଆ ଏବଂ ଭଟଲି ବିଧାୟକ ଇରାସିଷ ଆଚାର୍ଯ୍ୟ ଯୋଗ ଦେଇଥିଲେ।
