*ନୂଆପଡ଼ା ଉପ ନିର୍ବାଚନ ନେଇ ନାମାଙ୍କନ ପତ୍ର ଦାଖଲ ଶେଷ ହୋଇଥିବା ବେଳେ ନିର୍ବାଚନ ପ୍ରଚାର ନେଇ ଜୋର୍ ଧରିଲା*
ନୂଆପଡା(ମିଖାଏଲ ନନ୍ଦ)
ନୂଆପଡ଼ା ଉପ ନିର୍ବାଚନ ନେଇ ନାମାଙ୍କନ ପତ୍ର ଦାଖଲ ଶେଷ ହୋଇଥିବା ବେଳେ ନିର୍ବାଚନ ପ୍ରଚାର ନେଇ ଜୋର୍ ଧରିଲା। ନିଜ ଦଳ ସପକ୍ଷରେ ଭୋଟର ଙ୍କୁ ଆକୃଷ୍ଟ କରିବା ସହ ମତ ସାବ୍ୟସ୍ତ ପାଇଁ ବିଭିନ୍ନ ରଣ କୌଶଳ ପ୍ରୟୋଗ କରିବେ। ତିନି ପ୍ରମୁଖ ଦଳ ର ତୁଙ୍ଗ ନେତା ଙ୍କୁ ନିର୍ବାଚନ ମଇଦାନ ରେ ପ୍ରଚାର ର ମଙ୍ଗ ଧରିବାକୁ ଡାକିବା ସହ ଜାତୀୟ, ରାଜ୍ୟ ଏବଂ ବହୁ ପଡୋଶୀ ଜିଲ୍ଲା ଦଳୀୟ ନେତୃବୃନ୍ଦ ଡାକିବା କାର୍ଯ୍ୟକ୍ରମ ରହିଛି। ଭାରତୀୟ ଜନତା ପାର୍ଟି ପକ୍ଷରୁ ବୁଥ ସ୍ତରୀୟ ପ୍ରଚାର ଆରମ୍ଭ କରିଥିବା ବେଳେ ଆସନ୍ତା ଦିନରେ ବହୁ ତୁଙ୍ଗ ନେତା ଆସି ଭୋଟ ପ୍ରଚାର ଏବଂ କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ଜନ କଲ୍ୟାଣ ଯୋଜନା ନେଇ ଯିବେ ବୋଲି ଜିଲ୍ଲା ସଭାପତି କମଲେଶ ଦୀକ୍ଷିତ ପ୍ରକାଶ। ସେହିପରି ଜାତୀୟ କଂଗ୍ରେସ ପକ୍ଷରୁ ବହୁ ଜାତୀୟ ସ୍ତରୀୟ ନେତା ଆସିବା ସହ ପଡୋଶୀ ରାଜ୍ୟ ebn ଓଡ଼ିଶା ରୁ ବହୁ ନେତା ଉପ ନିର୍ବାଚନ ପ୍ରଚାର କରିବେ ବୋଲି ପ୍ରାର୍ଥୀ ଘାସିରାମ ମାଝୀ ପ୍ରକାଶ କରିଛନ୍ତି। ବିଜେଡି ପକ୍ଷରୁ ଦୀର୍ଘ ୨୪ ବର୍ଷ ରେ ହୋଇଥିବା ବିକାଶ ସହ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସି ନିର୍ବାଚନ ପ୍ରଚାର କରିବେ ବୋଲି ଖଡିଆଳ ବିଧାୟକ ଅଧିରାଜ ପାଣିଗ୍ରାହୀ ପ୍ରକାଶ କରିଛନ୍ତି। ଜନତା ଜନାର୍ଦ୍ଦନ କାହାକୁ ନିଜ ମତ ଦେଉଛନ୍ତି
