– ଋଣ ଭାର ସହିନପାରି ବେକରେ ରଶି ଲଗେଇ ବୃଦ୍ଧ ଦମ୍ପତିଙ୍କ ଆତ୍ମହତ୍ୟା, ଛ ମାସ ପୂର୍ବେ ପୁଅ ର ହାଇଦ୍ରାବାଦରେ ମୃତ୍ୟୁ ହୋଇଥିଲା
ବେଲଗୁଣ୍ଠା,୨୫/୦୪, -(ଶିବରାମ ଚୌଧୁରୀ )-ଧରାକୋଟ ବ୍ଲକ ଗାଙ୍ଗପୁର ଥାନା ଅନ୍ତର୍ଗତ ଝାଡବନ୍ଧ ପଞ୍ଚାୟତ କଳାସୂତା ଗ୍ରାମରେ ଏକ ଅଭାବନିୟ ଘଟଣା ଘଟିଛି l ଘରେ କେହି ନଥିବା ବେଳେ ବେକରେ ରଶି ଲଗେଇ ବୃଦ୍ଧ ଦମ୍ପତି ଆତ୍ମହତ୍ୟା କରିଥିବା ଜଣାପଡିଛି ଋଣ ଭାର ସହିନପାରି ବୃଦ୍ଧ ଦମ୍ପତି ଙ୍କ ଆତ୍ମହତ୍ୟା କରିଥିବା କୁହାଯାଉଛି l ମୃତ ଦମ୍ପତି ହେଲେ ୬୬ ବର୍ଷୀୟ ସିମାଞ୍ଚଳ ବିଷୋୟୀ ଓ ୬୧ ବର୍ଷୀୟ ନମିତା ବିଷୋୟୀ। ପ୍ରକାଶ ଥାଉକି ସିମାଞ୍ଚଳଙ୍କ ଚାରି ଝିଅ ଥିବା ବେଳେ ପ୍ରଥମ ପତ୍ନୀଙ୍କ ଦେହାନ୍ତ ହୋଇଥିଲା। ଏହାପରେ ସେ ନମିତାଙ୍କୁ ଦ୍ଵିତୀୟ ବିବାହ କରିଥିଲେ। ଦ୍ଵିତୀୟ ସ୍ତ୍ରୀଙ୍କର ଗୋଟିଏ ପୁଅ ଏବଂ ଗୋଟିଏ ଝିଅ ଥିଲା। ପୂର୍ବରୁ ଚାରି ଝିଅ ବିବାହ କରିସାରିଥିବା ବେଳେ ପୁଅ ହାଇଦ୍ରାବାଦରେ କାମ କରୁଥିଲା। କିନ୍ତୁ ଗତ ଛଅ ମାସ ତଳେ ପୁଅର ହୃଦଘାତରେ ହାଇଦ୍ରାବାଦରେ ମୃତ୍ୟୁ ହୋଇଥିଲା। ଏକମାତ୍ର ପୁଅର ମୃତ୍ୟୁ ପରେ ସିମାଞ୍ଚଳ ଏବଂ ନମିତା ଦୁଃଖରେ ଭାଙ୍ଗି ପଡ଼ିଥିଲେ। କିନ୍ତୁ ସାନ ଝିଅର ବିବାହ ହୋଇନଥିବାରୁ ତାର ବିବାହ କୁ ଅପେକ୍ଷା କରି ବୃଦ୍ଧ ଦମ୍ପତ୍ତି କିଛି ଚରମ ପଦକ୍ଷେପ ନେବେ ବୋଲି ଅପେକ୍ଷା କରି ରହିଥିଲେ। ଗତ ୨୧ ତାରିଖରେ ସାନ ଝିଅର ବାହାଘର ସିଙ୍ଗିପୁର ଗ୍ରାମରେ ହୋଇଥିଲା। ଗତକାଲି ସାନ ଝିଅର ଶାଗ ମାଛ ଥିବାରୁ ଅନ୍ୟ ଚାରି ଝିଅ ଏବଂ ବନ୍ଧୁବାନ୍ଧବ ସବୁ ସାନ ଝିଅର ଘରକୁ ଯାଇଥିଲେ। ପରେ ସମସ୍ତେ ନିଜ ନିଜ ଘରକୁ ଫେରି ଯାଇଥିଲେ। ମଧ୍ୟ ରାତ୍ରିରେ ଘରେ କେହି ନଥିବା ସମୟରେ ଶିମାଞ୍ଚଳ ଏବଂ ନମିତା ପୂର୍ବ ପ୍ରସ୍ତୁତି ମୁତାବକ ଛାତ ଉପରେ ଏକ ପ୍ଲାଷ୍ଟିକ୍ ଦଉଡିରେ ଝୁଲି ଆତ୍ମହତ୍ୟା କରିଥିଲେ। ସୀମାଞ୍ଚଳଙ୍କ ଦୁଇ ଝିଅ ନିକ ଗ୍ରାମରେ ହିଁ ବାହା ହୋଇଥିବା ବେଳେ ସେଥମଧ୍ୟରୁ ଜଣେ କୌଣସି କାମରେ ସିମାଞ୍ଚଳଙ୍କ ଛାତ ଉପରକୁ ଯାଇ ନିଜ ବାପା ମାଆ ରଶିରେ ଝୁଲି ରହିଥିବା ଦେଖିବାକୁ ପାଇଥିଲେ। ଏହା ଦେଖି ସେ ଗ୍ରାମବାସୀଙ୍କୁ ଡାକିବା ପରେ ଗ୍ରାମବାସୀ ଏବଂ ଅନ୍ୟ ଝିଅ ଜ୍ବାଇଁ ସବୁ ଆସି ସିମାଞ୍ଚଳ ଏବଂ ନମିତା ଙ୍କ ଶବକୁ ତଳକୁ ଓହ୍ଲାଇ ଥିଲେ। ଏନେଇ ଗାଙ୍ଗପୁର ଥାନାକୁ ଖବର ଦେବାପରେ ଗାଙ୍ଗପୁରର ଥାନା ଅଧିକାରୀ ବନ ବିହାରୀ ପ୍ରଧାନ ସଦଳବଳେ ଘଟଣା ସ୍ଥଳରେ ପହଞ୍ଚି ଦାମ୍ପତିଙ୍କ ଶବକୁ ଜବତ କରି ୦୮/୨୬ ଏବଂ ୦୯/୨୬ ରେ ଦୁଇଟି ଅପମୃତ୍ୟୁ ମାମଲା ରୁଜୁ କରିବାସହ ଶବ ବ୍ୟବଚ୍ଛେଦ ପାଇଁ ଆସ୍କା ମେଡିକାଲକୁ ପଠେଇଥି ଲ। ଘଟଣା ସ୍ଥଳରେ ମାଜିଷ୍ଟ୍ରେଟ ଦାୟିତ୍ୱରେ ଥିବା ଧରାକୋଟ ଆଡିସନାଲ ତହସିଲଦାର ଗଣେଶ ଦଳାଇ ଉପସ୍ଥିତ ଥିଲେ। ଶବ ବ୍ୟବଚ୍ଛେଦ ପରେ ଦମ୍ପତିଙ୍କ ଶବକୁ ତାଙ୍କ ଝିଅ ଜ୍ୱାଇଁଙ୍କୁ ହସ୍ତାନ୍ତର କରାଯାଇଥିବା ଥାନା ଅଧିକାରୀ ବନବିହାରୀ ପ୍ରଧାନ ପ୍ରକାଶ କରିଛନ୍ତି। ଗ୍ରାମରେ ଏକ ଶୋକାକୁଳ ପରିବେଶ ମଧ୍ୟରେ ଶବ ସଂସ୍କାର କରାଯାଇଥିଲା। ଥାନା ଏସ.ଆଇ ବିନାୟକ ଗିଧର ଘଟଣାର ତଦନ୍ତ କରୁଛନ୍ତି। ତେବେ ଋଣ ଭାର ଅଧିକ ହେବାରୁ ଚିନ୍ତାରେ ଦମ୍ପତି ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିବା କୁହାଯାଉଛି l
