ବିଡିଓ ଏବଂ ୟୁକୋ ବି.ଏମ ମିଳିମିଶି ହରିଲୁଟ୍ କରିଥିବା ଅଭିଯୋଗ , କ୍ରାଇମବ୍ରାଞ୍ଚ ତଦନ୍ତ ଆବଶ୍ୟକ କି????? ଜନ ସାଧାରଣ ରେ ପ୍ରଶ୍ନ ବ!ଚ୍ୟ
============================== ===========
ବୈଶିଙ୍ଗା – – ବେତନଟୀ ୟୁକୋ ବ୍ୟାଙ୍କ ଶାଖାରେ ଘଟିଥିବା ଅଢେଇ କୋଟି ର ଦୂର୍ନୀତି ପାଇଁ ବିଡିଓ ଦାୟୀ ବୋଲି ଦାବି ହେଉଛି । ଦୁଇ କୋଟି ୨୬ ଲକ୍ଷ ଟଙ୍କାର ଅନୀତି ଘଟଣା ଏକ ଗଭୀର ଚିନ୍ତାର ବିଷୟ ପାଲଟିଛି । ଏହି ଘଟଣାରେ ବିଡିଓ ଙ୍କ ଜାଲ ଦସ୍ତଖତ ବ୍ୟବହାର କରି ସରକାରୀ ଧନ ଅବୈଧ କିପରି ଭାବେ ହଡ଼ପ ହୋଇଥିବା କଥା ସାମ୍ନାକୁ ଆସିଥିଲେ ମଧ୍ୟ ବିଡିଓ ସୁଶାନ୍ତ କୁମାର ସୁତାର ଏଭଳି ଘଟଣା ଭିଆଇଥିବାର ଅଭିଯୋଗ
ହେଉଛି। ସାଧାରଣତଃ ସରକାରୀ ଖାତାରୁ କୌଣସି ଧନରାଶି ହସ୍ତାନ୍ତର କରିବା ପୂର୍ବରୁ (DDO) ଙ୍କ ସଠିକ୍ ଅନୁମୋଦନ ଓ ଯାଞ୍ଚ ଅନିବାର୍ଯ୍ୟ। ଏହା ସରକାରୀ ଆର୍ଥିକ ନିୟମର ମୂଳ ଆଧାର। ଏହିପରି ପ୍ରକ୍ରିୟାକୁ ଅବହେଳା କରି ଏକାଧିକ ଆକାଉଣ୍ଟ ରୁ ଦୁଇ କୋଟି ଛବିଶ ଲକ୍ଷ ଟଙ୍କା ଟ୍ରାନ୍ସଫର ହେବା ମାନେ ବ୍ୟାଙ୍କ ପରିଚାଳନାର ଗୁରୁତର ଅସାବଧାନତା କିମ୍ବା ସନ୍ଦେହଜନକ ଭୂମିକାକୁ ପ୍ରକାଶ କରୁଛି।ବିଶେଷ କରି, ଶାଖା ପ୍ରବନ୍ଧକଙ୍କ ଦାୟିତ୍ୱ ଥାଏ ଯେ ସମସ୍ତ ଉଚ୍ଚମୂଲ୍ୟର ଲେନଦେନରେ ସତର୍କ ଯାଞ୍ଚ ହେବାକୁ। କିନ୍ତୁ ଏଠାରେ ଯେପରି ଲାଗୁଛି, ଅଜଣା ବ୍ୟକ୍ତିଙ୍କୁ ପ୍ରମାଣ ପତ୍ର ବିନା ବିଶ୍ୱାସ କରାଯାଇଛି ଓ ଦୁଇ ଦିନ ଧରି ବ୍ୟାଙ୍କରେ ଘୁରିବାକୁ ଅନୁମତି ଦିଆଯାଇଛି ।ଏହା ନିଶ୍ଚୟ ଭାବେ ଖାମଖିଆଲି ପଣ ଓ ପ୍ରଶାସନିକ ଅବହେଳାର ଚୂଡ଼ାନ୍ତ ଉଦାହରଣ।ଅଜ୍ଞାନତା ଓ ଅସାବଧାନତା ଯେତେବେଳେ ଦାୟିତ୍ୱର ସ୍ଥାନ ଦଖଳ କରେ, ସେତେବେଳେ ଦୁର୍ନୀତିର ଦ୍ୱାର ଆପଣା ଖୋଲିଯାଏ।ଏହି ଘଟଣା ମାତ୍ର ଏକ ଆର୍ଥିକ ଅନୀତି ନୁହେଁ, ବରଂ ସରକାରୀ ବ୍ୟବସ୍ଥା ଓ ବ୍ୟାଙ୍କିଂ ପ୍ରଣାଳୀର ଉପରେ ଲୋକଙ୍କର ଆସ୍ଥାକୁ ମଧ୍ୟ ଗୁରୁତର ଭାବେ ଆଘାତ କରୁଛି। ଏହି ଘଟଣା ଆମକୁ ସ୍ପଷ୍ଟ ସନ୍ଦେଶ ଦେଉଛି—“ସତର୍କତାର ଅଭାବ ହେଉଛି ଅନୀତିର ସବୁଠାରୁ ବଡ଼ ଆଶ୍ରୟ।”ଏହି ଘଟଣାକୁ ନେଇ ବିଡିଓ ଙ୍କୁ ଯୋଗା ଯୋଗ କରାଯିବାରେ ସେ କହିଲେ ” ବ୍ଲକ ପ୍ରଶାସନର ଅବହେଳା ହୋଇ ଥାଇ ପାରେ, ତେବେ ଯାଞ୍ଚ ଚାଲିଛି ପ୍ରକୃତ ଘଟଣା ଯାଞ୍ଚ ପରେ ଜଣାପଡିବ । ତେବେ କ୍ରାଇମ ବ୍ରାଞ୍ଚର ତଦନ୍ତ ଆବଶ୍ୟକ ବୋଲି ସାଧାରଣରେ ଦାବି ହେଉଛି ।
