ଜୁଗିଶୋଳ ଗ୍ରାମରେ ଦୁଇଦିନିଆ ଫୁଟବଲ ଖେଳ ପ୍ରତିଯୋଗିତା।
କୁଲିଅଣା ବ୍ଲକ ଅନ୍ତର୍ଗତ ଚାନ୍ଦୁଆ ଗ୍ରାମପଞ୍ଚାୟତର ଜୁଗିଶୋଳ(କଖାରୁଶୋଳ) ଗ୍ରାମରେ ଇଂ. ତା୨୮/୦୮/୨୦୨୬ରିଖ ଶୁକ୍ରବାର ଏବଂ ତା୨୯/୦୮/୨୦୨୬ ରିଖ ଶନିବାର ଦିନ ଦୁଇଦିନିଆ ଫୁଟବଲ ଖେଳ ପ୍ରତିଯୋଗିତା ”ଗରାମ୍ ମା ଭଗବାନ୍ ବୀର୍ ବିର୍ସା ମୁଣ୍ଡା ଆଥଲେଟିକ୍ ଏବଂ କଲଚରାଲ୍ କ୍ଲବ୍, ଜୁଗିଶୋଳ” ପକ୍ଷରୁ “ଗହ୍ମା ପରବ୍” ଉପଲକ୍ଷେ ଆୟୋଜନ କରାଯାଇଥିଲା। ଏହି ଦୁଇଦିନିଆ ପ୍ରତିଯୋଗିତାରେ ୧୬ଟି ଦଳକୁ ନେଇ ପ୍ରଥମ ଦିନ ୮ଟି ଦଳ ଏବଂ ତାପରଦିନ ୮ଟି ଦଳ ଖେଳ ପ୍ରଦର୍ଶନ କରିଥିଲେ। ଏହି ପ୍ରତିଯୋଗିତାରେ ୧ମ ସ୍ଥାନ “ଗ୍ରୀନ୍ ରେ ଗୋଆ”, ୨ୟ ସ୍ଥାନ”ଜୁନିଅର ଏଫ୍.ସି. ସୁନାରିଆ”, ତୃତୀୟ ସ୍ଥାନ “ହାତୀ ବାରି” ଏବଂ ୪ର୍ଥ ସ୍ଥାନ “ଏସ୍.ଟି. ସିଂ ଇଜ୍ କିଂ” ଅଧିଆର କରିଥିଲେ। ଏହି ପ୍ରତିଯୋଗିତା ଦେଖିବା ପାଇଁ ବହୁ ଦୂରଦୂରାନ୍ତରୁ ଆମ ଓଡ଼ିଶା, ପଶ୍ଚିମବଙ୍ଗ ଏବଂ ଝାଡଖଣ୍ଡରୁ ଖେଳ ଦେଖିବାକୁ ପହଞ୍ଚି ଖେଳାଳି ମାନଙ୍କୁ କର-ତାଳି ଦେଇ ଉତ୍ସାହିତ କରୁଥିଲେ। କମିଟି ପକ୍ଷରୁ ଆୟୋଜନ କରାଯାଇଥିବା ପ୍ରତିଯୋଗିତା ନିରାଡମ୍ବ ଭାବରେ ହୋଇଥିଲା।ଏହି ଦୁଇ ଦିନରେ ଦର୍ଶକ କିମ୍ବା ପ୍ରତିଯୋଗି ମାନେ କମିଟିକୁ କୌଣସି ପ୍ରକାର ଦୂର୍ଘଟଣକୁ ସମ୍ମୁଖୀନ ହେବାକୁ ପଡ଼ିନଥିଲା। ଏହି ପ୍ରତିଯୋଗିତାରେ ମୁଖ୍ୟ ଅତିଥି ଭାବେ ପଞ୍ଚାୟତ ସମିତି ସଭ୍ୟ ଶ୍ରୀ ଯୁକ୍ତ ପ୍ରଦୀପ କୁମାର ସିଂ, ନାଏକ ସରପଞ୍ଚ ରାମଚନ୍ଦ୍ର ହେମ୍ବ୍ରମ, ମୁଣ୍ଡା ଶାସନ ଗୁଟଗାମ ଜିଲ୍ଲା ଆବାହକ ଶ୍ରୀ ଯୁକ୍ତ ମନୋରଞ୍ଜନ ସିଂ, ରାମେଶ୍ବର ସିଂ (ଆର୍ମି)। କମିଟି ସଭାପତି ପ୍ରମେଶ୍ଵର ସିଂ, ସମ୍ପାଦକ ସନାତନ ସିଂ ଏବଂ କମିଟି ମେମ୍ବର ମାନୀନ୍ଦ୍ର ସିଂ, ବୁଧୁ ସିଂ, ବାହାଦୁର ସିଂ, ବଳରାମ ସିଂ, ସୁବୋଧ ଚନ୍ଦ୍ର ସିଂ, ରାଖାଲ ସିଂ, ଆରାମ ପୋଲିସ ସିଂ, ରାଜଦୁତ ସିଂ, ଫୁଲମଣି ସିଂ ଆଦି ସମସ୍ତ ଗ୍ରାମବାସୀ। ଶେଷରେ ସ୍ଥାନ ଅଧିକାରୀ ମାନଙ୍କୁ ତାଙ୍କର ପ୍ରାଇଜ୍ ଦେଇ ତାଙ୍କୁ ଉତ୍ସାହିତର ସହିତ କରତାଳି ଦେଇ ସଭାଟିକୁ ଭଙ୍ଗ କରାଯାଇଥିଲା।
