*ବିଜୁ ଜନତା ଦଳ ପକ୍ଷ ରୁ ଏକ ଭାବ ବିନିମୟ ସଭା ଅନୁଷ୍ଠିତ , ବିଜେଡି ପ୍ରାର୍ଥୀ ଯୋଗ ଦେଇ ବିଜେଡି ଗଡ ନୂଆପଡ଼ା ବିଜେଡି କବଜାରେ ରହିବ, ଆସନ୍ତା କାଲି ଠାରୁ ବିଜେଡି ଙ୍କ ପ୍ରଚାର ବଞ୍ଜାରୀ ମନ୍ଦିର ଠାରୁ ଆରମ୍ଭ*
ନୂଆପଡା (ମିଖାଏଲ ନନ୍ଦ)
ବିଜୁ ଜନତା ଦଳ ପକ୍ଷ ରୁ ଏକ ଭାବ ବିନିମୟ ସଭା ଅନୁଷ୍ଠିତ , ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆ ଯୋଗ ଦେଇ ବିଜେଡି ଗଡ ନୂଆପଡ଼ା ବିଜେଡି କବଜାରେ ରହିବ, ଆସନ୍ତା କାଲି ଠାରୁ ବିଜେଡି ଙ୍କ ପ୍ରଚାର ବଞ୍ଜାରୀ ମନ୍ଦିର ଠାରୁ ଆରମ୍ଭ ହେବ ବୋଲି ପ୍ରକାଶ କରିଛନ୍ତି। ଏହି ଭାବ ବିନିମୟ ସଭା ରେ ଦଳ ଉପ ସଭାପତି ଦେବୀ ପ୍ରସାଦ ମିଶ୍ର, ଜିଲ୍ଲା ସଭାପତି ଅବନୀ ଯୋଷୀ, ବିଧାୟକ ଅଧିରାଜ ପାଣିଗ୍ରାହୀ, ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନା ଅତନୁ ଶବ୍ୟ ସାଚି ଯୋଗ ଦେଇଥିଲେ। ବିଜେଡି ଦଳୀୟ ନିର୍ବାଚନ ପ୍ରଚାର ଆସନ୍ତା କାଲି ଆନୁଷ୍ଠାନିକ ଭାବରେ ଅନୁଷ୍ଠିତ ହେବାକୁ ଥିବା ବେଳେ ନୂଆପଡ଼ା ର ବିକାଶ ବନାମ ୧୬ ମାସର ବିଫଳତା ସରକାର ପ୍ରସଙ୍ଗ ନେଇ ଲୋକଙ୍କ ନିକଟ କୁ ଯିବେ । ନିଶ୍ଚିତ ରୁପ ବିଜେଡି ଗଡ କହୁଥିବା ନୂଆପଡ଼ା ଉପ ନିର୍ବାଚନ ରେ ମଧ୍ୟ ନିଜ ଗଡ ରେ ବିଜୟ ହାସଲ କରିବ ବୋଲି ପ୍ରକାଶ କରିଛନ୍ତି।
