ଡାକ୍ତରଙ୍କୁ ମରଣାନ୍ତକ ଆକ୍ରମଣ ଘଟଣାରେ ୪ ଗିରଫ ।
ସୋର: ଗତ ସେପ୍ଟେମ୍ବର ଶତର ତାରିଖରେ ବାଲେଶ୍ୱର ଜିଲ୍ଲା ସୋର କଲେଜ ଛକ ନିକଟରେ ଡାକ୍ତର ବ୍ରଜ ସୁନ୍ଦର ସ୍ଵାଇଁ ଶିଶୁ ରୋଗ ବିଶେଷଜ୍ଞଙ୍କୁ କିଛି ଅସାମାଜିକ ଯୁବକ ତେଲେଙ୍ଗା କଟୁରୀରେ ମରଣାନ୍ତକ ଆକ୍ରମଣ କରିଥିଲେ lସେ ସୋର କଲେଜ ଛକରେ ଏକ କ୍ଲିନିକ କରି ଛୋଟ ପିଲାଙ୍କୁ ଚିକିତ୍ସା କରୁଥିଲେ l ତେବେ ସେ ତାଙ୍କର କ୍ଲିନିକ ବନ୍ଦ କରି ତାଙ୍କ ଗାଡି ନିକଟକୁ ଆସୁଥିବା ବେଳେ ହଠାତ ଦୁଇ ଜଣ ଅଜଣା ଯୁବକ ତାଙ୍କ ବେକକୁ କଟୁରୀରେ ହାଣିଥିଲେ l ପରେ ଦୁର୍ବୃତ୍ତ ସେଠାରୁ ଫେରାର ହୋଇଯାଇଥିଲେ l ସ୍ଥାନୀୟଲୋକେ ତାଙ୍କୁ ଉଦ୍ଧାର କରି ସୋର ରେ ଏକ ଘରୋଇ କ୍ଲିନିକରେ ଭର୍ତ୍ତି କରିଥିବା ବେଳେ ପରେ ସେ ଭୁବନେଶ୍ଵରର ଏକ ଘରୋଇ ଡ଼ାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି l ତେବେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରୁଥିବା ବେଳେ ଦୁଇଟି ତେଲେଙ୍ଗା କଟୁରୀ ଜବତ କରିଥିଲା l ଏବେ ଏହି ଘଟଣାରେ ପୋଲିସ ୪ ଜଣକୁ ଗିରଫ କରିଛି l ସେଥି ମଧ୍ୟରୁ ଜଣେ ନାବାଳକ ରହିଛି l ପୂର୍ବ ଶତ୍ରୁତା କାରଣରୁ ଏହି ଆକ୍ରମଣ କରାଯାଇଥିଲା l ପୋଲିସ ସେମାନଙ୍କ ଗତିବିଧି ଲକ୍ଷ୍ୟ କରି ତାଙ୍କୁ ଧରିବାରେ ସଫଳ ହୋଇଥିଲା l ସେମାନଙ୍କ ନିକଟରୁ ଗୋଟିଏ ବୋଲେରୋ, ୨ଟି ବାଇକ ଓ ୪ ଟି ମୋବାଇଲ ଜବତ କରି ଅଧିକ ତଦନ୍ତ କରୁଛି l
