ଜାମଶଳା:ଅନିଲ କୁମାର ସାହୁ:ବାଲି ଚୋରିର ବାରମ୍ବାର ଅଭିଯୋଗ କଲା ପରେ ବି ଜାମଶଳା ନିକଟସ୍ଥ ସୁବର୍ଣ୍ଣରେଖା ନଦୀ ରୁ ବେଆଇନ ବାଲି ଚାଲାଣ ଉପରେ ରୋକ ଲାଗୁ ନଥିବା ବେଳେ ଶନିବାର ରାତିରେ ବେଆଇନ ବାଲି ଚାଲାଣ ହେଉଥିବା ବେଳେ ତୁମୁଳ ହଟ୍ଟଗୋଳ ଘଟିଛି।ବାଲି ମାଫିଆ ମାନେ ଗ୍ରାମବାସୀଙ୍କୁ ଅତର୍କିତ ଆକ୍ରମଣ କରିଛନ୍ତି।ସେହି ଗ୍ରାମ ଦେଇ ବାଲି ଗାଡ଼ି ବେଆଇନ ବାଲି ନେଇ ଯାଉ ଥିବା ବେଳେ ସେହି ଗ୍ରାମ ର କିଛି ଯୁବକ ବାଲି ଗାଡ଼ିକୁ ଅଟକାଇ ଥିବାରୁ ତୁମୁଳ ହଟ୍ଟଗୋଳ ହୋଇ ଥିଲା।ଘଟଣାଟି ଥାନାକୁ ଆସିଲା ପରେ ଝାରପୋଖରିଆ ପୋଲିସ ଏକ ମାମଲା ରୁଜୁ ହେବା ସହିତ ପୁଲିସ ୩ ଜଣଙ୍କୁ ଗିରଫ କରିଛି। ଅଭିଯୋଗ ମୁତାବକ ଶନିବାର ରାତି ପ୍ରାୟ ୪ ଟା ସମୟରେ ଜାମଶଳା ଠାରେ ଏକ ବାଲି ବୋଝେଇ ଡମ୍ଫରକୁ ସେହି ଗ୍ରାମର କିଛି ଯୁବକ ଅଟକାଇଥିଲେ।ଏବେ ସରକାରୀ ବାଲି ଘାଟ ବନ୍ଦ ରହିଥିବା ବେଳେ ବେଆଇନ ବାଲି ଚାଲାଣ ହେଉ ଥିବାରୁ ଉକ୍ତ ଡମ୍ଫର୍ ଟିକୁ ଗ୍ରାମର କିଛି ଯୁବକ ଅଟକ ରଖି ଝାରପୋଖରିଆ ପୋଲିସ କୁ ଖବର ଦେବାକୁ ଉଦ୍ୟମ କଲା ବେଳେ ଏକ ବୋଲେରୋ ଏବଂ ଫରଚୁନର ଗାଡ଼ିରେ ୬ ରୁ ୮ ଜଣ ବାଲି ମାଫିଆ ପହଞ୍ଚି ଡମ୍ଫର ଅଟକାଇଥିବା ଯୁବକ ମାନଙ୍କୁ ଆକ୍ରମଣ କରିଥିଲେ।ସୂଚନା ମୁତାବକ ବାଲି ମାଫିଆଙ୍କ ସହିତ କିଛି ସାମ୍ବାଦିକ ଉକ୍ତ ଗାଡ଼ିରେ ଆସି ଯୁବକଙ୍କୁ ଅତର୍କିତ ଆକ୍ରମଣ କରିଥିଲେ। ଏମାନେ କେତେକ ନିର୍ଦିଷ୍ଟ ଗଣମାଧ୍ୟମ ଖବର କାଗଜ ରେ କାର୍ଯ୍ୟରତ ସାମ୍ବାଦିକ।ଅବିନାଶ ପ୍ରହରାଜ(ସମାଜ),ବନ୍ଧନ ସିଂ(ବିଶ୍ଵବାଣୀ),ଶାନ୍ତନୁ କୁଇଲା (ହିମତ୍), ପାହାଡ଼ ସିଂ ପୂର୍ବତନ ସାମ୍ବାଦିକ (ଉକ୍ତଳ ମେଲ୍), ଦେବାଶିଷ ବିନ୍ଧାଣି ଓ କିଛି ବାଲି ବେବସାୟ ନାମରେ ମାମଲା ଦାଏର ହେଲା।ସ୍ଥାନୀୟ ଯୁବକ ବିକାଶ ସାହୁଙ୍କ ଅଭିଯୋଗ ମୁତାବକ ଝାରପୋଖରିଆ ପୋଲିସ ଏକ ମାମଲା ରୁଜୁ କରିବା ସହିତ ୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।ଏବେ ସୁଦ୍ଧା ୨ ସାମ୍ବାଦିକ ଫେରାର ଅଛନ୍ତି।ପୋଲିସ ତଦନ୍ତ ଜାରି ରଖିଛି।ଭଞ୍ଜ ଦୂତ ଖବର।
