ଜାମଶଳା:ଅନିଲ କୁମାର ସାହୁ:ବାଲି ଚୋରିର ବାରମ୍ବାର ଅଭିଯୋଗ କଲା ପରେ ବି ଜାମଶଳା ନିକଟସ୍ଥ ସୁବର୍ଣ୍ଣରେଖା ନଦୀ ରୁ ବେଆଇନ ବାଲି ଚାଲାଣ ଉପରେ ରୋକ ଲାଗୁ ନ ଥିବା ବେଳେ ଶନିଵାର ରାତିରେ ବେଆଇନ ବାଲି ଚାଲାଣ ବେଳେ ତୁମୁଳ ସଂଘର୍ଷ ଘଟିଛି।ବାଲି ମାଫିଆ ମାନେ ଗ୍ରାମବାସୀଙ୍କୁ ଆକ୍ରମଣ କରିଛନ୍ତି।ସେହି ଗ୍ରାମ ଦେଇ ବାଲି ଗାଡ଼ି ବେଆଇନ ବାଲି ନେଇ ଯାଉ ଥିବା ବେଳେ ସେହି ଗ୍ରାମ ର କିଛି ଯୁବକ ବାଲି ଗାଡ଼ି କୁ ଅଟକାଇ ଥିବାରୁ ତୁମୁଳ ହଟ୍ଟଗୋଳ ହୋଇ ଥିଲା।ଘଟଣା ଟି ଥାନାକୁ ଆସିଲା।ଅଭିଯୋଗ ପରେ ଝାରପୋଖରିଆ ଥାନାରେ ଏକ ମାମଲା ରୁଜୁ ହେବା ସହିତ ପୁଲିସ ୩ଜଣଙ୍କୁ ଥାନା ରେ ଅଟକ ରଖିଛି।ଅଭିଯୋଗ ମୁତାବକ ଶନିବାର ରାତି ପ୍ରାୟ ୪ ଟା ସମୟରେ ଜାମଶଳା ଠାରେ ଏକ ବାଲି ବୋଝେଇ ଡମ୍ଫରକୁ ସେହି ଗ୍ରାମର କିଛି ଯୁବକ ଅଟକାଇଥିଲେ।ଏବେ ସରକାରୀ ବାଲି ଘାଟ ବନ୍ଦ ରହିଥିବା ବେଳେ ବେଆଇନ ବାଲି ଚାଲାଣ ହେଉ ଥିବାରୁ ଉକ୍ତ ଡମ୍ଫର୍ ଟିକୁ ଗ୍ରାମର କିଛି ଯୁବକ ଅଟକ ରଖି ଝାରପୋଖରିଆ ପୋଲିସ କୁ ଖବର ଦେବାକୁ ଉଦ୍ୟମ କଲା ବେଳେ ଏକ ବୋଲେରୋ ଗାଡ଼ିରେ ୫ ରୁ ୬ ଜଣ ଯୁବକ ପହଞ୍ଚି ଡମ୍ଫର ଅଟକାଇଥିବା ଯୁବକ ମାନଙ୍କୁ ଆକ୍ରମଣ କରିଥିଲେ।ସୂଚନା ମୁତାବକ ଉକ୍ତ ବୋଲୋର ଗାଡ଼ିରେ ଆସିଥିବା ଯୁବକ ମାନେ କେତେକ ନିର୍ଦିଷ୍ଟ ଖବର କାଗଜ ରେ କାର୍ଯ୍ୟରତ ସାମ୍ବାଦିକ । ସ୍ଥାନୀୟ ଯୁବକ ବିକାଶ ସାହୁଙ୍କ ଅଭିଯୋଗ ମୁତାବକ ଝାରପୋଖରିଆ ପୋଲିସ ଏକ ମାମଲା ରୁଜୁ କରିବା ସହିତ ୩ ଜଣଙ୍କୁ ଥାନାରେ ଅଟକ ରଖି ତଦନ୍ତ ଜାରି ରହିଛି।ଏହି ଘଟଣାକୁ ନେଇ ବିଜୁ ଜନତା ଦଳର ସାରସକଣା ବ୍ଲକ ସଭାପତି ଶ୍ରୀଯୁକ୍ତ ମଣି ଶଙ୍କର ବାରିକ ଏକ ପ୍ରେସ ମିଟ୍ କରି କହିଛନ୍ତି ପୋଲିସ କୌଣସି ଚାପବର୍ତ୍ତି ନ ହୋଇ ନିଷ୍ଠାପର ଭାବେ ସମାଜର ହିତ ପାଇଁ ଦୋଷୀଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଉଚିତ।।ଭଞ୍ଜ ଦୂତ ଖବର।।
