*ସାନ୍ଦାପଶିପାଟଣା ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ଅଫ ଇଣ୍ଡିଆ ର ନୂତନ ଶାଖା ପରିଚାଳକ ଙ୍କୁ ସ୍ବାଗତ ସମ୍ବର୍ଦ୍ଧନା।* ଢେଙ୍କାନାଳ (ରିପୋର୍ଟ ବିରଞ୍ଚି ନାରାୟଣ ସାହୁ )
ଗଁଦିଆ ତା ୬.୮.୨୦୨୪ ଗଁଦିଆ ବ୍ଳକ ର ସଦର ମହକୁମା ତଥା ଗଁଦିଆ ବିଜ୍ଞାପିତ ଅଞ୍ଚଳ ପରିଷଦ ରେ ଥିବା ଷ୍ଟେଟ୍ ବ୍ୟାଙ୍କ ଅଫ ଇଣ୍ଡିଆ ର ସାନ୍ଦାପଶି ପାଟଣା ଶାଖା ରେ ନୂତନ ଭାବେ କାର୍ଯ୍ୟରେ ଯୋଗଦାନ କରିଥିବା ଶାଖା ପରିଚାଳକ ଶ୍ରୀଯୁକ୍ତ ପ୍ରାଣବନ୍ଧୁ ବେହେରା ଙ୍କୁ ଉତ୍ତରୀୟ ଦେଇ ଜାତୀୟ ପୁରସ୍କାର ପ୍ରାପ୍ତ ଶିକ୍ଷକ ଫୋରମ୍ ଓଡ଼ିଶା ର ସଭାପତି ପ୍ରକୃତି ବନ୍ଧୁ ହରିହର ସାହୁ ସ୍ବାଗତ ସମ୍ବର୍ଦ୍ଧନା ଜ୍ଞାପନ କରିଛନ୍ତି। ଗଁଦିଆ ବ୍ଳକ ତଥା ଗଁଦିଆ ବିଜ୍ଞାପିତ ଅଞ୍ଚଳ ପରିଷଦ ର ରେ ଥିବା ଏହି ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ଜନ ସାଧାରଣଙ୍କୁ ଅନେକ ସୁବିଧା ସୁଯୋଗ ପ୍ରଦାନ କରୁଥିବା କଥା ତଥା ବରିଷ୍ଠ ନାଗରିକ ମାନଙ୍କୁ ସେମାନଙ୍କ ସମସ୍ୟାର ସମାଧାନ ଭଲ ଭାବରେ କରୁଥିବା ତଥ୍ୟ ଜାତୀୟ ପୁରସ୍କାର ପ୍ରାପ୍ତ ଶିକ୍ଷକ ଫୋରମ୍ ଓଡ଼ିଶା ର ସଭାପତି ଶ୍ରୀ ସାହୁ ପ୍ରକାଶ କରିଛନ୍ତି।
