ଚିଟଫଣ୍ଡ କ୍ଷତିଗ୍ରସ୍ତ ଜମାକାରୀ ଙ୍କ ମିଳିତ ମଞ୍ଚ ଭଦ୍ରକ ଜିଲ୍ଲା କମିଟି ପକ୍ଷରୁ, ଟାଉନ ଥାନା ଅଧିକାରୀ ଙ୍କୁ ସାକ୍ଷାତ।
ତା ୯/୧୦/୨୦୨୫ ତାରିଖ ରେ ଚିଟ୍ ଫଣ୍ଡ କ୍ଷତିଗ୍ରସ୍ତ ଜମାକାରୀ ଙ୍କ ମିଳିତ ମଞ୍ଚ ପକ୍ଷରୁ ଭଦ୍ରକ ଟାଉନ ଥାନା ଅଧିକାରୀ ଙ୍କୁ ସାକ୍ଷାତ୍ କରିଥିଲେ , ପ୍ରକାଶ ଥାଉ କି , ୨୦୧୩ ମସିହା ରେ , ରାଜ୍ୟ ସରକାର ପୋଲିସ ପ୍ରଶାସନ ଲଗାଇ ଶତାଧିକ ଅର୍ଥ ଲଗାଣ କରି ସଂସ୍ଥା ମାନଙ୍କ କାର୍ଯ୍ୟାଳୟ ସିଲ୍ କରିଦେବା ପରେ , ସରକାରି ମକଦ୍ଦମା ଅନୁଯାୟୀ ଜମାକାରୀ ଠାରୁ ଜମା ରାଶି ର ପ୍ରମାଣ ପତ୍ର ସିଜ୍ କଲା ପୋଲିସ ଅଥଚ ଚାର୍ଜସିଟ ଆଜି ପର୍ଯ୍ୟନ୍ତ , ପେଣ୍ଡିଂ ହୋଇ ପଡ଼ି ରହିଛି ଯାହାର ଫାଇନାନ୍ସିଆଲ୍ ଇନଭେଷ୍ଟିଗେସନ ହୋଇ ପାରୁନାହିଁ କିମ୍ୱା ଜମାକାରୀଙ୍କ ଜମା ଅର୍ଥ ରେ , ଗାଡ଼ି ଘର ,ଶିଳ୍ପ , ବ୍ୟାଙ୍କ୍ ବାଲାନସ୍ , ସ୍ଥାବର ଅସ୍ଥାବର୍ ସମ୍ପତ୍ତି ଜବତ ହୋଇ ଥିଲେ ମଧ୍ୟ ଆହୁରି ଅନେକ ଗୁଡିଏ ଠକ କମ୍ପାନୀ ଙ୍କ ସମ୍ପତ୍ତି ଜବତ ହୋଇ ପାରି ନାହିଁ , ଜବତ ହୋଇଥିବା କୋଟି କୋଟି ଟଙ୍କା ର ମର୍ଶିଦିଜି ବେଞ୍ଚ ଭଳି ବହୁ ମୂଲ୍ୟ ର ଗାଡ଼ି , ଖତ ଖାଉଛି , କିଛି କମ୍ପାନୀ ମାଲିକ ଜେଲ୍ ଯାଇ ବେଲ୍ ରେ ଆସି ବେଶ୍ ଅୟସ ଆରମ୍ ରେ ବୁଲିବା ସହ କମ୍ପାନୀ ଜମି ବିକ୍ରି କରି ସାରିଲେଣି , ୨ ଟି କମିଶନ ବସାଇ ୬ କୋଟି ରୁ ଅଧିକ୍ ଟଙ୍କା ଖର୍ଚ୍ଚ କଲେ ରାଜ୍ୟ ସରକାର ଜମା କାରୀ ଙ୍କ ଠାରୁ , ନେଇଥିବା ସତ୍ୟ ପାଠ ଖତ ଖାଇଗଲା ଚତୁ ଫୁଟିଲା , ପୁଣି କିଏ ନେଗଲା କମିଶନ ଙ୍କ କାର୍ଯ୍ୟାଳୟ ରୁ।
ବର୍ତମାନ ର ଶାସନ ଧିନ ସରକାର ଯେଉଁ ପ୍ରତିଶ୍ରୁତି ଦେଇ ସରକାର କୁ ଆସିଲେ ବିଧାନ ସଭାରେ ଲିଖିତ ଦେଲେ ୪ ମଧ୍ୟ ରେ ୫ ଲକ୍ଷ ଜମାକାରୀ ଙ୍କୁ ଟଙ୍କା ଫେରସ୍ତ କରିବେ , ଠକ କମ୍ପାନୀ ମାନଙ୍କ ସ୍ଥାବର ସମ୍ପତ୍ତି ଗାଡ଼ି ଶିଳ୍ପ ବିକ୍ରି ହେଲେ ଆଉ ୩୫ ଲକ୍ଷ୍ୟ ଜମାଜରୀଙ୍କୁ ୫ ଟଙ୍କା ରୁ ୫ ଲକ୍ଷ୍ୟ ପର୍ୟ୍ୟନ୍ତ ଟଙ୍କା ଫେରସ୍ତ କରିବେ ବୋଲି ଗତ ଜୁଲାଇ ୫ ତାରିଖ ରେ ସାମ୍ୱାଦିକ ସମ୍ମିଳନୀ ଡ଼କାଇ ଆସ୍ୱାସନ ଦେଇଥିବାରୁ ଏଥି ପାଇଁ ବିଜେପି ର ରାଜ୍ୟ ସଭାପତି ଙ୍କୁ ଅଶେଷ ଧନ୍ୟବାଦ୍ , କିନ୍ତୁ କାହାକୁ ଟଙ୍କା ଫେରସ୍ତ କରିବେ ? ଆଉ କେମିତି କରିବେ କିଏ କେଉଁ କମ୍ପାନୀ ରେ କେତେ ଟଙ୍କା ରଖିଛି , ଚିହ୍ନଟ ହେବା ଜରୁରି ନିଜେ ରଜ୍ୟ ସଭାପତି କହିଛନ୍ତି ପ୍ରମାଣ ନାହିଁ ଟଙ୍କା ଫେରସ୍ତ କରିବେ କାହାକୁ , ଏମିତି ଲୋଭ ଦେଖାଇ ସମୟ ଗଡ଼େଇ ଗଡ଼େଇ ଚାଲିବେ ନାହିଁ ତ । ଆଖି ବୁଜିଲେଣି ଅନେକ ହିତାଧି କାରୀ , ଠକ କମ୍ପାନୀ ମାଲିକ୍ ହେଲେ ମାଲା ମାଲ୍ ନେତାଏ ବି ହେଲେ ମାଲେ ମାଲ୍ , ପ୍ରତିଶୃତି ଅନୁଯାୟୀ ଟଙ୍କା ଫେରସ୍ତ କରିବା ପାଇଁ ଆନ୍ତରିକତା ଥିଲେ , ତେବେ ପ୍ରତେକ୍ ତହସିଲ ଜରୀଆରେ ଆଉ ଥରେ ଚିହ୍ନଟ କରିବାକୁ ଆଜି ମଞ୍ଚ ପକ୍ଷରୁ ଅନୁରୋଧ କରାଯାଇଛି , ପୁର୍ବ ସରକାର ଙ୍କ ଭଳି ଏତାଦୃଶ କାର୍ଯ୍ଯ କଲେ , କିମ୍ୱା ସମୟ ଗଡ଼ାଇ ଚାଲିଲେ , ଭରଷା ରେ ଥିବା ଜମାକାରୀ ବାଧ୍ୟ ହେବେ ରାଜରାସ୍ତାକୁ ଉହ୍ଲାଇବା ପାଇଁ ଏହି ପ୍ରକାର ଚେତାବନୀ ଦେଇଛନ୍ତି ମଞ୍ଚ ର ଜିଲ୍ଲା ଆବାହକ ଉମେଶ ଚନ୍ଦ୍ର ନାୟକ ।ଭଦ୍ରକ ରୁ ଜିଲ୍ଲା ପ୍ରତିନିଧି ସୀତାକାନ୍ତ ବିଶ୍ବାଳ ଙ୍କ ରିପୋର୍ଟ।
