*ହରଭଙ୍ଗା ବ୍ଲକରେ ଅପହଞ୍ଚ ଆବାସ ଯୋଜନା
*ଯୋଜନାରୁ ବଞ୍ଚିତ ଆଦିବାସୀ ପରିବାର
*ପଲିଥିନ ତଳେ ବିତୁଛି ଜୀବନ
ହରଭଙ୍ଗା, : ହରଭଙ୍ଗା ବ୍ଲକ ଅନ୍ତର୍ଗତ ତଳଗାଁ ଗ୍ରାମ ପଞ୍ଚାୟତ ଉଡୁଗୁଜ ଗ୍ରାମର ଯୋଗ୍ୟ ହିତାଧିକାରୀମାନେ ରାଜ୍ୟ ସରକାରଙ୍କ ଆବାସ ଯୋଜନାରୁ ବଞ୍ଚିତ ହେବା ଭଳି ଅଭାବନୀୟ ଖବର ସାମ୍ନାକୁ ଆସିଛି l ମିଳିଥିବା ସୂଚନା ଅନୁଯାୟୀ ସୂର୍ଯ୍ୟକାନ୍ତି ଝାଙ୍କର, ଚେର ମଲ୍ଲିକ, ନଳିନୀ ମଲ୍ଲିକ, କୌଶଲ୍ୟା ମଲ୍ଲିକ, ତପିସା ମଲ୍ଲିକଙ୍କ ଭଳି ଆଦିବାସୀ ମହିଳାମାନେ ସମସ୍ତେ ଜଣେ ଜଣେ ଗରିବ ମଧ୍ୟବିତ୍ତ ପରିବାରର ଅଶିକ୍ଷିତ ମହିଳା ହୋଇଥିବା ବେଳେ ପଲିଥିନ ଛାଉଣୀ ଝାଟି ମାଟି ଘରେ ସେମାନଙ୍କ ଦିନ ବିତୁଛି l ସରକାରଙ୍କ ଆବାସ ଯୋଜନାରୁ ବଞ୍ଚିତ ଆଦିବାସୀ ମହିଳାମାନେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ଓ ସମାଧାନ ଶିବିରକୁ ଦୌଡ଼ି ଦୌଡ଼ି ହତାଶ ହୋଇପଡିଲେଣି l ଆବାସ ଯୋଜନାରେ ନିଜକୁ ସାମିଲ କରିବା ପାଇଁ ବାରମ୍ବାର ଆବେଦନ କରିବା ପରେ ମଧ୍ୟ କୌଣସି ସୁଫଳ ମିଳିପାରି ନାହିଁ ବୋଲି ସେମାନେ କ୍ଷୋଭ ପ୍ରକାଶ କରିଛନ୍ତି l ଏଭଳି ଘଟଣା ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କ ସ୍ୱଚ୍ଛତା ତଥା କାର୍ଯ୍ୟ ଦକ୍ଷତା ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରୁଛି l ତେଣୁ ବୌଦ୍ଧ ଜିଲ୍ଲା ପ୍ରଶାସନ ଉକ୍ତ ଘଟଣା ପ୍ରତି ସ୍ୱତନ୍ତ୍ର ଦୃଷ୍ଟି ଦେବା ସହ ତୁରନ୍ତ ଗରିବ ଆଦିବାସୀ ମହିଳାମାନଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର ଯୋଗାଇ ଦେବା ପାଇଁ ସମାଜସେବୀ ସଚିନ୍ଦ୍ର କୁମାର ସାହୁ ପ୍ରଶାସନ ନିକଟରେ ଦାବି କରିଛନ୍ତି l
