*ଖଡିଆଳ ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ରେ ପାଳିତ ହେଲା ଗୋପବନ୍ଧୁ ଜୟନ୍ତୀ ଓ ସେବା ଦିବସ*
ନୂଆପଡା (ମିଖାଏଲ ନନ୍ଦ)
ନୂଆପଡ଼ା ଜିଲ୍ଲା ଅନ୍ତର୍ଗତ ଖଡିଆଳ ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ରେ ପାଳିତ ହେଲା ଗୋପବନ୍ଧୁ ଜୟନ୍ତୀ ସେବା ଦିବସ। ଏହି ସେବା ଦିବସ ଉପଲକ୍ଷେ ଜଣେ ସମାଜ ଏବଂ ମାନସିକ ରୋଗୀଙ୍କ ପାଇଁ ସମର୍ପିତ ଜୀବନ ଅତିବାହିତ କରୁଥିବା ସ୍ବେଛାସେବୀ ରାଜେଶ ପୋଡ଼ ଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ରାଜେଶ ପୋଡ଼ ଖଡିଆଳ ଲାଲ ସାହେବ୍ ପଡ଼ା ରେ ବସବାସ କରନ୍ତି। ସେ ଏବଂ ତାଙ୍କ ସ୍ତ୍ରୀ ମିଳିତ ରୂପେ ନିଜ ଜୀବନ କୁ ଅନ୍ୟଙ୍କ ପାଇଁ ବଞ୍ଚିବା ନେଇ ସଂକଳ୍ପ ନେଇଛନ୍ତି। ମାନସିକ ରୋଗ ରେ ପୀଡ଼ିତ ବ୍ୟକ୍ତି, ନିସହାୟ ମହିଳା ଓ ପୁରୁଷ ମାନେ ଦୁଇ ବେଲ ର ଖାଦ୍ୟ ପାଇଁ ନିର୍ଭେଶୀଲ ହୋଇଥାନ୍ତି। ଅନ୍ୟଙ୍କ ଠାରୁ ଖାଦ୍ୟ ସଂଗ୍ରହ କରନ୍ତି। ସେହି ସଂଗୃହିତ ଖାଦ୍ୟ କୁ ନେଇ ବୁଲି ବୁଳି ଖାଦ୍ୟ ବଣ୍ଟନ କରିଥାନ୍ତି। ଗୋପବନ୍ଧୁ ଙ୍କ ଜୀବନ ମଧ୍ୟ ସମାଜରେ ଅନେକ କାର୍ଯ୍ୟ ପାଇଁ ଉତ୍ସର୍ଗୀକୃତ କରିଥାଏ। ତାଙ୍କ ଜୟନ୍ତୀ ଅବସରରେ ଶିଶୁ ମନ୍ଦିର ପକ୍ଷ ରୁ ସମ୍ବର୍ଦ୍ଧିତ କରିଛନ୍ତି।
