ବିଶ୍ବ ଦୃଷ୍ଟି ଦିବସ ପାଳିତ
ଆଜି ପୀତାବଳୀ ଉଚ୍ଚ ବିଦ୍ୟାଳୟ, ମର୍ଜାକୁଦ ଠାରେ ବିଶ୍ବ ଦୃଷ୍ଟି ଦିବସ ପାଳିତ ହୋଇଯାଇଛି।ଏହି ଦିବସ ପାଳନ ଅବସରରେ ଜିଲ୍ଲା ମୁଖ୍ଯ ଚିକିତ୍ସା ଓ ଜନସ୍ବାସ୍ଥ୍ୟ ଅଧିକାରୀ, ଡାକ୍ତର ସଂଘମିତ୍ରା ପଣ୍ଡାଙ୍କ ଅଧକ୍ଷତାରେ ସଚେତନତା ବୈଠକ ଅନୁଷ୍ଠିତ ହୋଇଥିଲା, ଏହି ବୈଠକରେ ଜିଲ୍ଲା ଜନସ୍ବାସ୍ଥ୍ୟ ଅଧିକାରୀ ଡାକ୍ତର ସନ୍ତୋଷ କୁମାର ତ୍ରିପାଠୀ, ଅତିରିକ୍ତ ଜିଲ୍ଲା ଜନସ୍ବାସ୍ଥ୍ୟ ଅଧିକାରୀ (ରୋଗ ନିୟନ୍ତ୍ରଣ) ଡାକ୍ତର ସାନ୍ତା ନିବେଦିତା, ଚକ୍ଷୁରୋଗ ବିଶେଷଜ୍ଞ ଡାକ୍ତର ବଲ୍ଲଭ ପ୍ରଧାନ, ସ୍ବାସ୍ଥ୍ୟ ବିଭାଗ ର ଅନ୍ଯାନ୍ଯ କର୍ମଚାରୀ, ଆଶାକର୍ମୀ, ଶିକ୍ଷକ ଶିକ୍ଷୟିତ୍ରୀ, ଛାତ୍ର ଛାତ୍ରୀ, ଅବିଭାବକ ଓ ବରିଷ୍ଠ ନାଗରିକ ମାନେ ଉପସ୍ଥିତ ଥିଲେ। ଏହିଦିବସର ବାର୍ତ୍ତା-ନିଜ ଆଖିକୁ ଭଲ ପାଆନ୍ତୁ ଓ ଏହାର ଯତ୍ନ ନିଅନ୍ତୁ। ଆଖିର କିପରି ଯତ୍ନ ନେବେ ସେ ସମ୍ବନ୍ଧିତ ବିଭିନ୍ନ ବାର୍ତ୍ତା ଓ ଉପାୟମାନ ବୁଝାଇ କହିଥିଲେ।ଏହାପରେ ଛାତ୍ର ଛାତ୍ରୀଙ୍କ ଓ ବରିଷ୍ଠ ନାଗରିକ ମାନଙ୍କର ଚକ୍ଷୁର ପରୀକ୍ଷା କରାଯାଇ ଥିଲା। ଏଥିସହିତ ଯେଉଁମାନଙ୍କର ଉଚ୍ଚତର ଚିକିତ୍ସା ଆବଶ୍ୟକ ତାଙ୍କୁ ଜିଲ୍ଲା ମୁଖ୍ଯ ଚିକିତ୍ସାଳୟର ଚକ୍ଷୁବିଭାଗରେ ଚିକିତ୍ସିତ ହେବାପାଇଁ ପରାମର୍ଶ ଦିଆଯାଇଥିଲା। କୃଷ୍ଣ ଚନ୍ଦ୍ର ଙ୍କ ରିପୋର୍ଟ ବୌଦ୍ଧ
