ଗୋପବନ୍ଧୁ ଛକ ଠାରେ ଉତ୍କଳ ମଣି ଗୋପବନ୍ଧୁ ଙ୍କ 148 ତମ ଜୟନ୍ତୀ ଅବସରରେ ଶ୍ରଦ୍ଧାଞ୍ଜଳି ଅର୍ପଣ କଲା ଜିଲ୍ଲା ପ୍ରଶାସନ:-
ଅଦ୍ୟ ତା. 9.10.2025 ରିଖ (ଗୁରୁବାର) ଦିନ ବୌଦ୍ଧ ସହର ର ଭୈରବୀ ଛକ ନିକଟରେ ଥିବା ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାଶଙ୍କ ପ୍ରତିମୁର୍ତ୍ତିରେ ପୁଷ୍ପ ମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛି ଜିଲ୍ଲା ପ୍ରଶାସନ l ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ତଥା ସହକାରୀ ଜ଼ିଲ୍ଲା ସଂସ୍କୃତି ଅଧିକାରୀ ରିତାକାନ୍ତୀ ବଳିୟାର ସିଂହ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବୌଦ୍ଧଗଡ଼ ବିଜ୍ଞlପିତ ଅଂଚଳ ପରିଷଦ ର ନିର୍ବାହୀ ଅଧିକାରୀ ସତ୍ୟ ନାରାୟଣ ପ୍ରଧାନ ଓ ଏ ନ. ଏ. ସି, ଜ଼ିଲ୍ଲା ପାଠଗାର ର ଅନ୍ୟାନ୍ୟ କର୍ମଚାରୀ,ପାଠକ, ମହାବିଦ୍ୟାଳୟ ର ଛାତ୍ର ଛାତ୍ରୀ ମାନେ ଯୋଗ ଦେଇ ସାମୁହିକ ପୁଷ୍ପ ମାଲ୍ୟ ପ୍ରଦାନ କରି ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ |
