
କାମାକ୍ଷାନଗର –
ଏପିଓ ପାଟି ଚୁପ
ଢେଙ୍କାନାଳ…..ଏହି ଜିଲ୍ଲା କାମାକ୍ଷାନଗର ବ୍ଳକ୍ ଅନ୍ତର୍ଗତ ଭଇରିପୁର ଗ୍ରାମପଞ୍ଚାୟତ ଅଧିନସ୍ଥ ଗୁନେଇ ବିଲି କଲେଜ୍ ଠାରୁ ବେଠିଆପାଳ ପର୍ଯ୍ୟନ୍ତ ପ୍ରାୟ ୨ କି.ମି. ରାସ୍ତା ଓ ଭଇରିପୁର ଠାରୁ ଛେଳିଆଗୋଡା ମହାବନ୍ଧ ରାସ୍ତା ପ୍ରାୟ ୧କି.ମି. ପର୍ଯ୍ୟନ୍ତ ନିର୍ମାଣ ପାଇଁ ମହାତ୍ମାଗାନ୍ଧୀ ଜାତୀୟ ନିଶ୍ଚିତକର୍ମ ନିଯୁକ୍ତି ଯୋଜନାରେ ଗତ୨୩-୨୪ ଆର୍ଥିକ ବର୍ଷରେ ପଞ୍ଚାୟତ ସମିତି ପକ୍ଷରୁ ଅନୁମୋଦନ ପାଇଥିଲା । ମାଟି ମରମ କାର୍ଯ୍ୟ ନିର୍ମାଣ କରାଯିବା ପାଇଁ ପ୍ରାୟ ୫ ଲକ୍ଷରୁ ଉର୍ଦ୍ଧ ଟଙ୍କାର କାର୍ଯ୍ୟ କରିବା ସହ ଜବ୍ କାର୍ଡଧାରୀମାନେ କାର୍ଯ୍ୟ କରିବା ପାଇଁ ଅନାଇ ବସିଥିବାବେଳେ ଗ୍ରାମର କିଛି ମୁଷ୍ଟିମେୟ ଓ ଗୁଣ୍ଡା ଶ୍ରେଣୀର ବ୍ୟକ୍ତି ଜୋର ଜବରଦସ୍ତ ମେସିନ୍ ଲଗାଇ ଅଳ୍ପ କିଛି ଟଙ୍କା ଖର୍ଚ୍ କରି ୫ ଲକ୍ଷରୁ ଉର୍ଦ୍ଧ ଟଙ୍କା ହଡ଼ପ କରିବା ପାଇଁ ବସିଛନ୍ତି । ଏଥି ନେଇ ଗ୍ରାମବାସୀମାନେ କାମାକ୍ଷାନଗର ବ୍ଳକ୍ ଅଧ୍ୟକ୍ଷଙ୍କ ନିକଟରେ ଅଭିଯୋଗ କରିଛନ୍ତି। ଏଣୁ ଉକ୍ତ କାର୍ଯ୍ୟର ଉଚିତ୍ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାପାଇଁ ଜବକାର୍ଡ ଧାରୀ ମାନେ ହାତ ବାନ୍ଧି ବସିବା ସହ ଅଭିଯୋଗ କରିଛନ୍ତି।ଏସଂପର୍କରେ ବ୍ଳକ୍ କର୍ତ୍ତୁପକ୍ଷଙ୍କୁ ପଚାରିବାରେ ଉକ୍ତ କାର୍ଯ୍ୟପାଇଁ ମଷ୍ଟର ରୋଲ ପ୍ରସ୍ତୁତ ହୋଇ ନ ଥିବା ସ୍ପଷ୍ଟ କରିଛନ୍ତି । କିନ୍ତୁ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଥିବାରୁ ଗ୍ରାମରେ ତୀବ୍ର ଅସନ୍ତୋଷ ଦେଖା ଦେଇଛି |