
କେନ୍ଦୁଝର ,….. କେନ୍ଦୁଝର ଜିଲା ବାଂଶପାଳ ବ୍ଲକ ଅନ୍ତର୍ଗତ ତଳ କାଦକଳା ଗ୍ରାମପଞ୍ଚାୟତ ପରିସରରେ କେନ୍ଦୁଝର ଡେଭଲପମେଣ୍ଟ ଟ୍ରଷ୍ଟ,ଏଫ .ଇ .ଏସ (NGO) ଓ ଭୂମିକା ଚକ୍ଷୁ ହସ୍ପିଟାଲ ,କେନ୍ଦୁଝର ପକ୍ଷରୁ “ଚକ୍ଷୁ ସଚେତନତା ଅଭିଯାନ” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି I
ଉକ୍ତ କାର୍ଯ୍ୟକ୍ରମକୁ ସ୍ଥାନୀୟ ସରପଞ୍ଚ ଅଜିତ କୁମାର ଦେହୁରୀ କେନ୍ଦୁଝରର ଅଧିଷ୍ଠାତ୍ରୀ ଦେବୀ କରୁଣାମୟୀ ମା ତାରିଣୀଙ୍କ ଫୋଟୋ ରେ ପୁଷ୍ପମାଲ୍ୟ ଅର୍ପଣ କରି ଶିବିରକୁ ଉଦ୍ଘାଟନ କରିଥିଲେ I କେନ୍ଦୁଝର ଡେଭଲପମେଣ୍ଟ ଟ୍ରଷ୍ଟ ର ସମ୍ପାଦକ ଭକ୍ତ ବତ୍ସଳ ମହାନ୍ତି,ଭୂମିକା ହସ୍ପିଟାଲ ଉତ୍ତର ଓଡିଶା ଜୋନ ର ଜୋନାଲ ମ୍ୟାନେଜେର କର୍ଣାଟ କିଶୋର ଜେନା ,ହସ୍ପିଟାଲ ସହ ପରିଚାଳକ ରୁଦ୍ର ନାରାୟଣ ଲୋହାର ,ସି .ଏଚ .ଓ .ହିମାଂଶୁ ପାତ୍ର,ଏଫ .ଇ .ଏସ ର କ୍ଷେତ୍ର ଅଧିକାରିଣୀ ସୁଶ୍ରୀ ବର୍ଷାରାଣୀ ବାରିକ ଉପସ୍ଥିତ ଥିଲେ I
ତଳକାଦକଳା ପଞ୍ଚାୟତ ର ବିଭିନ୍ନ ଗ୍ରାମ ଯଥା -ତଳକାଦକଳା,ତୀରବ,ରାକମ,ନରସିଂହପୁର,ମୁରୁସୁଆଁ,ସୁନ୍ଦର,ଲୁହାକଳା,ଗ୍ରାମ ରୁ ମୋଟ ୭୨ ଜଣ ଆଦିବାସୀ ବରିଷ୍ଠ ନାଗରିକ ନିଜନିଜ ର ଚକ୍ଷୁ ପରୀକ୍ଷା କରାଇଥିଲେ I ଭୂମିକା ହସ୍ପିଟାଲ ର ବରିଷ୍ଠ ଚକ୍ଷୁ ସହାୟିକା ଲାଳିମା ଜେନା ଓ ଲକ୍ଷ୍ମୀ ମହାନ୍ତ ଲୋକମାନଙ୍କୁ ପ୍ରାଥମିକ ଚିକିତ୍ସା ପ୍ରଦାନ କରିବା ସହିତ ଆଖିର କେମିତି ଯତ୍ନ ନେବେ ସେ ବିଷୟରେ ସଚେତନ କରାଇଥିଲେ I ସେଥି ମଧ୍ୟ ରୁ ୧୮ ଜଣଙ୍କର ମୋତିଆବିନ୍ଦୁ ଚିହ୍ନଟ ହୋଇଥିଲା ଏବଂ କେନ୍ଦୁଝର ସ୍ଥିତ ଭୂମିକା ଚକ୍ଷୁ ହସ୍ପିଟାଲ କୁ ଅସ୍ତ୍ରୋପଚାର ପାଇଁ ସ୍ଥାନାନ୍ତରଣ କରାଗଲା I
ରୋଗୀମାନଙ୍କର ଯାତାୟାତ ,ଖାଦ୍ୟପେୟ ,ଔଷଧ ଓ ଚଷମା ହସ୍ପିଟାଲ ତରଫରୁ ଯୋଗାଇ ଦିଆଯିବ ବୋଲି ହସ୍ପିଟାଲ ର ଜୋନାଲ ମ୍ୟାନେଜେର କର୍ଣାଟ କିଶୋର ଜେନା ସୂଚନା ଦେଇଛନ୍ତି I ବାଂଶପାଳ ବ୍ଲକ ର ବିଭିନ୍ନ ଗ୍ରାମରେ ବସବାସ କରୁଥିବା ,ସ୍ୱାସ୍ଥ୍ୟ ସେବାରୁ ବଞ୍ଚିତ ଥିବା ସହିତ ସଚେତନତା ଅଭାବରୁ ବରିଷ୍ଠ ନାଗରିକ ମାନେ ବିଭିନ୍ନ ଚକ୍ଷୁ ରୋଗରେ ପୀଡିତ ହୋଇ ନିଜର ଦୃଷ୍ଟିଶକ୍ତି ହେଉଥିବାର ଜଣାପଡୁଛି I ତେଣୁ କେନ୍ଦୁଝର ଡେଭଲପମେଣ୍ଟ ଟ୍ରଷ୍ଟ ,ଏଫ .ଇ ,ଏସ ଓ ଭୂମିକା ଚକ୍ଷୁ ହସ୍ପିଟାଲ ର ମିଳିତ ସହଯୋଗ ରେ “ଚକ୍ଷୁ ସଚେତନତା ଅଭିଯାନ” ନିରନ୍ତର ଚାଲୁ ରହିବ ବୋଲି ଟ୍ରଷ୍ଟ ର ଉପାଧ୍ୟକ୍ଷା ସୁଶ୍ରୀ ଜଗତଜିତା ଦାସ ସୂଚନା ଦେଇଛନ୍ତି I
ଶିବିର ପରିଚାଳନା ରେ ସ୍ଥାନୀୟ ଆଶା ଦିଦି,ଅଙ୍ଗନବାଡ଼ି ଦିଦି , ୱାର୍ଡମେମ୍ବର ,ଏଫ.ଇ.ଏସ. ର କର୍ମଚାରୀ ହେମଲତା ପ୍ରଧାନ ,ପୁର୍ଣିମା ଡାଙ୍ଗୁଆ ଇତ୍ୟାଦି ସହଯୋଗ କରି ଶିବିରକୁ ସଫଳ କରାଇଥିଲେ I