
ଗଞ୍ଜାମ ……ସ୍ଥାନୀୟ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରଙ୍ଗିପୁର ଠାରେ ବ୍ଲକସ୍ତରୀୟ ନିପୁଣ ଓଡିଶା ମେଳା ୨୦୨୫ ଉଦଯାପିତ ହୋଇଯାଇଛି l ଏହି ଅବସରରେ ଗୋଷ୍ଠି ଉନ୍ନୟନ ଅଧିକାରୀ ବିଶ୍ଵଜିତ ରୟ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଦୀପ ପ୍ରଜ୍ବଳନ କରିଥିଲେ lଜିଲ୍ଲା ପରିଷଦ ଉପାଧ୍ୟକ୍ଷା ଭାବେ ଜୋନ୍-୫୩ ରାଜେଶ୍ୱରୀ ଦୋରା ସମ୍ମାନୀତ ଅତିଥି ଭାବେ ଯୋଗ ଦେଇ କାର୍ଯ୍ୟକ୍ରମ କୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ l ନିପୁଣ ଓଡିଶା ମେଳା ର ସ୍ୱତନ୍ତ୍ର ପ୍ରାରମ୍ଭିକ ସଙ୍ଗୀତ ଏବଂ ଶପଥ ଗ୍ରହଣ କାର୍ଯ୍ୟକ୍ରମ ସମସ୍ତ ଅତିଥି ଶିକ୍ଷକ ଶିକ୍ଷୟିତ୍ରୀ ବିଦ୍ୟାର୍ଥୀ ଏବଂ ଅଭିଭାବକ ମାନଙ୍କ ଦ୍ଵାରା ଅନୁଷ୍ଠିତ ହୋଇଯାଇଛି l ଉକ୍ତ କାର୍ଯ୍ୟକ୍ରମ ରେ ମୁଖ୍ୟ ବକ୍ତା ଭାବେ ଡାଃ ଭୁବନେଶ୍ୱରୀ ମିଶ୍ର ଆସିଷ୍ଟାଣ୍ଟ ପ୍ରଫେସର ଡି. ପି.ଆଇ.ଏସ୍. ଇ.କନିଷି ଏବଂ ସ୍ଵତନ୍ତ୍ର ଅତିଥି ଭାବେ ସନ୍ତୋଷ କୁମାର ପଣ୍ଡା ପେଡାଗୋଜି କୋଡିନେଟର ସମଗ୍ର ଶିକ୍ଷା ଗଞ୍ଜାମ ଯୋଗଦେଇ ଥିଲେ l ସମ୍ମାନୀତ ଅତିଥି ରୂପେ ନିହାରିକା ସାମନ୍ତରାୟ ଖଲିକୋଟ ଡାଏଟ,ସନାତନ ଜାଲୀ ପ୍ରଧାନ ଶିକ୍ଷକ ସହିଦ୍ ଲକ୍ଷ୍ମଣ ନାୟକ ଉଚ୍ଚ ବିଦ୍ୟାଳୟ,
ପ୍ରେମ ରଞ୍ଜନ ପଟ୍ଟନାୟକ ସ୍ଥାନୀୟ ସରପଞ୍ଚ, ଜଗନ୍ନାଥ ଭୂୟାଁ ଏ.ବି. ଇ.ଓ ତଥା ବି. ଆର୍.ସି. ସି, କୁସୁମ ପାଢ଼ୀ ଏ.ବି. ଇ.ଓ, ସୁକାନ୍ତ କୁମାର ଜେନା ଏ. ବି. ଇ. ଓ.,ସବିତା ରାଣୀ ଦାସ ସ୍ଥାନୀୟ ସମିତି ସଭ୍ୟ, ମେନକା ନାହାକା ସ୍ଥାନୀୟ ନାଏବ ସରପଞ୍ଚ,ବନମାଳୀ ପ୍ରଧାନ ଏସ୍ ଏମ୍ ସି ଚେୟାରପର୍ସନ ,ଅମିତ୍ କୁମାର ଦାସ ସମାଜସେବୀ ପ୍ରମୁଖ ମଞ୍ଚାସୀନ ଥିଲେ l
ମୌଳିକ ସଂଖ୍ୟା ଜ୍ଞାନ ଓ ଭାଷା ସାକ୍ଷରତା କ୍ଷେତ୍ରରେ ସମାଜର ବିଭିନ୍ନ ବର୍ଗର ସମ୍ପୃକ୍ତି ଏବଂ ତୃଣମୂଳ ସ୍ତରରେ ଏହାର ପ୍ରଚାର ପ୍ରସାର ନିମନ୍ତେ ବାର୍ତ୍ତା ଦିଆଯାଇଥିଲା l ଜନସାଧାରଣଙ୍କ ମଧ୍ୟରେ ସଚେତନତା ଏବଂ ବିଦ୍ୟାଳୟ ସ୍ତରରେ ଏହାର ସଫଳ ରୂପାୟନ ନିମନ୍ତେ ଅତିଥି ମାନେ ମତବ୍ୟକ୍ତ କରିଥିଲେ l ଏହି କାର୍ଯ୍ୟକ୍ରମ କୁ ସ୍ଥାନୀୟ ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟିତ୍ରୀ ଲାବଣ୍ୟ ବତୀ ପାତ୍ର ପରିଚାଳନା କରିଥିବା ବେଳେ ଶ୍ଯାମ ସୁନ୍ଦର ପାଢୀ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ l ଗୋଷ୍ଠି ଶିକ୍ଷାଧିକାରୀ ଦେବେନ୍ଦ୍ର ବେହେରା ଙ୍କ ସଭାପତିତ୍ବରେ ରେ ସମ୍ପୂର୍ଣ୍ଣ କାର୍ଯ୍ୟକ୍ରମ କୁ ନିର୍ଦ୍ଧାରିତ ସମୟ ଅନୁଯାୟୀ ସମାପନ କରାଯାଇ ସ୍ଥାନୀୟ ସି. ଆର୍.ସି.ସି. ଗୋପାଳ କୃଷ୍ଣ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ l ବ୍ଲକ ର ସମସ୍ତ ସି. ଆର୍. ସି.ସି.ଏବଂ ସ୍ଥାନୀୟ ବିଦ୍ୟାଳୟ ର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଏହି କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ