*ଶକ୍ତି ଉପାସନା କେନ୍ଦ୍ର ଖଡିଆଳଆଳତି ରେ ସ୍ଵତନ୍ତ୍ର ବାଦ୍ୟ ସେବାୟତ ଅଭିନବ ଉପାୟରେ ମାଁ ଙ୍କ ୩୨ ବାଦ୍ୟ ପାର ରେ ମାଁ ଙ୍କୁ ଆଳତି ବାଦ୍ୟ*
ନୂଆପଡା (ମିଖାଏଲ ନନ୍ଦ)
ନୂଆପଡ଼ା ଜିଲ୍ଲା ଶକ୍ତି ଉପାସନା କେନ୍ଦ୍ର ଖଡିଆଳ ର ଅଧିଷ୍ଠାତ୍ରୀ ଦେବୀ ମାଁ ସମଲେଶ୍ବରୀ ଏବଂ ଗଡ ରକ୍ଷକ ଦେବୀ ମାଁ ରକ୍ତାମ୍ବରୀ ଙ୍କ ଆଳତି ରେ ସ୍ଵତନ୍ତ୍ର ବାଦ୍ୟ ସେବାୟତ ଅଭିନବ ଉପାୟରେ ମାଁ ଙ୍କ ୩୨ ବାଦ୍ୟ ପାର ରେ ମାଁ ଙ୍କୁ ଆଳତି ବାଦ୍ୟ ବଜାଇଥାନ୍ତି। ଏହି ବାଦ୍ୟ ଦଳରେ ୧୨ ଗୋଟି ନିଶାନ, ୪ ଗୋଟି ତାଶା, ଦୁଇ ଗୋଟି ଢୋଲ, ୨ ଗୋଟି, ୨ ଗୋଟି ବଡ ନିଶାନ ସହ ୮ ଗୋଟି ଘଣ୍ଟ ବାଦ୍ୟ ରେ ମାଁ ଙ୍କ ଆଳତି ହୋଇଥାଏ। ଜୟ ମାତା ଦି ଗ୍ରୁପ ସଦସ୍ୟ ମାନେ ସାମିଲ ହୋଇ ମାଁ ଙ୍କ ଆଳତି ରେ ସେବା ପ୍ରଦାନ କରି ଆସୁଛନ୍ତି। ୪୦ ଜଣ ସଦସ୍ୟ ଏହି ଦଳରେ ଲକ୍ଷ୍ମୀକାନ୍ତ ଭୋଇ, ଅଶ୍ଵିନୀ ପଟ୍ଟନାୟକ, ମୋହିତ ଭୋଇ, ତ୍ରିନାଥ ରାଉତ, ଶିବା ନିଆଲ୍, ମୁକେଶ ଭୋଇ, ମହେଶ ଭୋଇ, ନନ୍ଦୁ ବାଗ, କ୍ଷିରୋଦ ତାହାଣ୍ଡି, ଚକ୍ର ଭୋଇ, ବିଶେଷ ଭୋଇ, ନବୀନ କଟା ପ୍ରମୁଖ ମୁଖ୍ୟ ଭୂମିକା ନେଇ ଆସିଥିଲେ। ଏହି ବାଦ୍ୟ କଳାକାର ଙ୍କୁ ସରକାରୀ ସହାୟତା ପାଇଁ ଅନୁରୋଧ କରିଥିଲେ।ସମସ୍ତ ଙ୍କୁ ବାଦ୍ୟ କଳାକାର ମାନ୍ୟତା ପାଇଁ ଦାବୀ କରିଛନ୍ତି। ଏହି ବାଦ୍ୟ ଦଳରେ ୫ ରୁ ଉର୍ଦ୍ଧ ଶିଶୁ ବାଦ୍ୟ କଳାକାର ନିଜ ବାଦ୍ୟ ପରିବେଷଣ କରିଥାନ୍ତି।
