**ଖଡିଆଳ ରାମ ସ୍ବାମୀ ମନ୍ଦିର ପରିସର ରେ ନବ ଦୁର୍ଗା ପୂଜା ଅନୁଷ୍ଠିତ, ନବ ଦିନାତ୍ମକ ପୂଜା ପାଇଁ ଦେବୀଙ୍କ ନବ ରୂପେ ଶାରଦୀୟ ପୂହା ଅନୁଷ୍ଠିତ*
ନୂଆପଡା (ମିଖାଏଲ ନନ୍ଦ)
ନୂଆପଡ଼ା ଜିଲ୍ଲା ଅନ୍ତର୍ଗତ ଖଡିଆଳ ରାମ ସ୍ବାମୀ ମନ୍ଦିର ପରିସର ରେ ନବା ଦୁର୍ଗା ପୂଜା ଅନୁଷ୍ଠିତ ହେଉଅଛି। ମୁଖ୍ୟ କର୍ତ୍ତା ରୂପେ ମନୋଜ କୁମାର ପଟ୍ଟନାୟକ ଏବଂ ସହଧର୍ମିଣୀ ଦାୟିତ୍ବ ନିର୍ବାହ କରୁ ଥିବା ବେଳେ ଖଡିଆଳ ରେ ପ୍ରଥମ କରି ଦୁର୍ଗାଙ୍କ ପୀଠ ପୂଜା ଅନୁଷ୍ଠିତ ହେଉଅଛି। , ନବ ଦିନାତ୍ମକ ପୂଜା ପାଇଁ ଦେବୀଙ୍କ ନବ ରୂପେ ସୁସଜ୍ଜିତ ହୋଇ ଶାରଦୀୟ ପୂଜା ଅନୁଷ୍ଠିତ ହେଉଅଛି ।ରାମସ୍ୱାମୀ ଅନୁଷ୍ଠିତ ପୂଜା କାର୍ଯ୍ୟକ୍ରମରେ ମୁଖ୍ୟ ପୂଜକ ଭାବରେ ସୁଦୂର ଜଗତସିଂହପୁର ଜ଼ିଲ୍ଲା ଶାରଳା ପିଠରୁ ଆସିଥିବା ବିଜୟ କୁମାର ଶତପଥି ପୂଜା କରୁଥିବା ବେଳେ ସହ ପୂଜକ ଭାବରେ ଜ୍ୟୋତିରଞ୍ଜନ ଦାସ ପୂଜା କରୁଛନ୍ତି । ତାଙ୍କୁ ପୂଜାରେ ସାହାଯ୍ୟ କରିବା ପାଇଁ ବସନ୍ତ କୁମାର ଶତପଥି, ତପନ କୁମାର ଶତପଥି, ଜ୍ୟୋତିରଞ୍ଜନ ଦାସ, ପ୍ରଫୁଲ୍ଲ କୁମାର ଦାସ, କ୍ଷମସାଗର ପଣ୍ଡା, ଆଶୁତୋଷ ଦାସ,ଯୋଗଦାନ କରିଥିବା ବେଳେ ଆୟୋଜକ କମିଟିରେ ମନୋଜ ପଟ୍ଟନାୟକ, ବିକାଶ ଶୁକଲା,ପ୍ରବୀଣ ପଟ୍ଟନାୟକ,ଲକ୍ଷଣ ଡୁରିଆ, ଗୋବିନ୍ଦା ସାହୁ, ବିନୋଦ ପାଢୀ, ଦୀପକ ବର୍ମା, ସୁଧୀର ପଟ୍ଟନାୟକ, ଦିଲ୍ଲୀପ ପଟ୍ଟନାୟକ,ମନୋଜ ତିୱାରୀ, କୁନୁ ବର୍ମା, ସୋମେଶ ପଟ୍ଟନାୟକ,ରିତେଶ ପଟ୍ଟନାୟକ, ବାପି ପଟ୍ଟନାୟକ ପ୍ରମୁଖ ସହଯୋଗ କରିଛନ୍ତି।
