ପିଲାଙ୍କ ପାଠ ପଢାରେ ବାଧକ ସାଜିଛି ଅର୍ଥ, ହୁଣ୍ଡା ହାଉଡ଼ା ବାପା ର ନାହିଁ ରୋଜଗାର ସରକାରୀ ସହାୟତା ପାଇଁ ଆକୁଳ ନିବେଦନ
କଟକ ସଦର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଜନାର୍ଦ୍ଦନପୁର ଗ୍ରାମର ୧୩ ନମ୍ୱର୍ ୱାର୍ଡର ବାସିନ୍ଦା ନରହରି ବାରିକଙ୍କ ଦୁଇ ପୁଅଙ୍କ ପାଠ ପଢାରେ ଏବେ ଡୋରି ବନ୍ଧା ହେବାକୁ ବସିଛି |ମାନସିକ ଅନଗ୍ରସର ନରହରି କିଛି କାମ ଧନ୍ଦା କରି ପାରନ୍ତି ନାହିଁ। ସାରା ପରିବାର ନରହରୀଙ୍କ ବୃଦ୍ଧ ବାପ ମା ଙ୍କ ଉପରେ ନିର୍ଭର କରି ଚଳୁଥିଲେ | ପୂର୍ବରୁ ବାପା ଙ୍କ ମୃତ୍ୟୁ ହୋଇଥିବା ବେଳେ ଗତ କିଛି ଦିନ ପୂର୍ବରୁ ବୃଦ୍ଧା ମା ଙ୍କର ମଧ୍ଯ ମୃତ୍ୟୁ ହୋଇଛି |ଏବେ ସଂପୂର୍ଣ୍ଣ ପରିବାର ଅସହାୟ ହୋଇ ପଡିଛନ୍ତି । ନରହରିଙ୍କ ବୃଦ୍ଧା ମା ଯାହା ମାଗିଯାଚି ଆଣୁଥିଲେ ସେଥିରେ ପୁରା ପରିବାର ଦୁଃଖେ ସୁଖେ ଚଳି ଯାଉଥିଲେ| ଏବେ ଦଦରା ନାଆରେ ବସିଛନ୍ତି ପରିବାର ।ଅନ୍ୟପଟେ ନରହରିଙ୍କ ବଡ଼ ପୁଅ ଦଶମରେ ପାଠ ପଢୁଥିବା ବେଳେ ସାନ ପୁଅର ପଞ୍ଚମ ଶ୍ରେଣୀ ରେ ପଢୁଛି |ଆର୍ଥିକ ଅଭାବଅନାଟନ ରୁ ପିଲା ଦୁଇ ଜଣ ଠିକ୍ ରେ ପାଠ ପଢି ପାରୁ ନାହାଁନ୍ତି| ତେଣୁ ନରହରୀଙ୍କ ପତ୍ନୀ ଅହଲ୍ୟା ବାରିକ ତାଙ୍କ ପିଲାଙ୍କୁ ପାଠ ପଢ଼ାଇବାକୁ ଆର୍ଥିକ ସହାୟତା ପାଇଁ ସରକାର ଙ୍କୁ ନିବେଦନ କରିଛନ୍ତି | କଟକ ସଦର ବିଧାୟକ ଇଂ ପ୍ରକାଶ ଚନ୍ଦ୍ର ସେଠୀ ଗରିବପରିବାର ପ୍ରତି ସହାୟତାର ହାତ ବଢ଼ାଇବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି | ତେଣୁ ସରକାର ଉକ୍ତ ପିଲା ଦୁଇଟିଙ୍କ ସମସ୍ତ ପାଠପଢ଼ା ଖର୍ଚ୍ଚ ବହନ କରିବାକୁ ସାଧାରଣରେ ଦାବି ହୋଇଛି।ସାଲେପୁର ରୁ ସମେରେନ୍ଦ୍ର ଅର୍ଚlର୍ଯ୍ୟ ଙ୍କ ରିପୋର୍ଟ
