ରାସ୍ତା କଡରେ ଥିବା ଦୋକାନ ଭିତରକୁ ମାଡ଼ି ଗଲା ଟ୍ରକ୍,ମହିଳା ମୃତ
———————————–
(ନି.ପ୍ର) ଜାମଶଳା(ଅନିଲ କୁମାର ସାହୁ):ସୋମବାର ରାତି ପ୍ରାୟ ୧୧ ଟା ସମୟରେ ଝାରପୋଖରିଆ ବଜାରରେ ଏକ ମାଲ୍ ବୋଝେଇ ଟ୍ରକ ଭାରସାମ୍ୟ ହରାଇ ଜାତୀୟ ରାଜପଥ ପାର୍ଶ୍ବରେ ଥିବା ଦୋକାନ ଭିତରକୁ ମାଡ଼ି ଯିବାରୁ ଜଣେ ମହିଳା ଗୁରୁତର ଆହତ ହୋଇଛନ୍ତି।ତାଙ୍କୁ ଗୁରୁତର ଅବସ୍ଥାରେ ପିଆରଏମ ମେଡିକାଲ ବାରିପଦା ରେ ଭର୍ତ୍ତି କରାଯାଇଛି।କିନ୍ତୁ ପରେ ତାଙ୍କର ସେଠାରେ ମୃତୁ ଘଟିଥିଲା। ଏହି ଦୁର୍ଘଟଣା ପରେ ଘଟଣାସ୍ଥଳରେ ଉତ୍ତେଜନା ସୃଷ୍ଟି ହୋଇଛି।ଲୋକମାନେ ଜାତୀୟ ରାଜପଥ ଅବରୋଧ କରିଛନ୍ତି।୧୮ ଓ ୪୯ ନମ୍ବର ଜାତୀୟ ରାଜପଥର ମିଶ୍ରଣସ୍ଥଳରେ ଥିବା ଏହି ଗୋଲେଇ ଉପରରେ ଓଭରବ୍ରିଜ ନିର୍ମାଣ ଅଧାପାନ୍ତରିଆ ଅବସ୍ଥାରେ ଅଛି। ତେଣୁ ଉକ୍ତ ଟ୍ରକଟି ସୋମବାର ରାତିରେ ବାରିପଦା ପଟୁ ଜାମଶଳା ଅଭିମୁଖେ ଯାଉଥିବା ବେଳେ ଓଭର୍ ବ୍ରିଜ ତଳ ସାରସକଣା ରାସ୍ତାରେ ଭାରସାମ୍ୟ ହରାଇ ରାସ୍ତା ପାର୍ଶ୍ବରେ ଥିବା ୬/୭ ଟି ଦୋକାନ ଭିତରକୁ ମାଡ଼ି ଯାଇଥିଲା।ଫଳରେ ଉକ୍ତ ଦୋକାନରେ ଥିବା ମହିଳା ଜଣଙ୍କ ଅବସ୍ଥା ଗୁରୁତର ଆହତ ହେଲେ। ଓ ମେଡ଼ିକାଲରେ ତାଙ୍କର ମୃତ୍ୟୁ ହୋଇଥିଲା ଏହି ମହିଳା ହେଲେ ସସ୍ମିତା ମହାନ୍ତ।ଜାତୀୟ ରାଜପଥ ଥିବା ଏହି ଓଭର ବ୍ରିଜ କାମ ସମ୍ପୁର୍ଣ୍ଣ ନ ହେବା ଫଳରେ ଏ ଭଳି ଦୃର୍ଘଟଣା ବାରମ୍ବାର ଘଟୁଛି।।ଭଞ୍ଜ ଦୂତ ଖବର।।
