ଅଜଣା ଗାଡ଼ି ଧକ୍କାରେ ଯୁବକ ମୃତ
______________
ସାରସକଣା,(୨୦/୯/୨୬)(ନି.ପ୍ର):
ସାରସକଣା ବ୍ଲକ ଝାରପୋଖରିଆ ଥାନା ଅଧୀନସ୍ଥ ଧାଙ୍ଗୁଡ଼ିଶୋଳ ପଞ୍ଚାୟତ ନିକଟସ୍ଥ ୧୮ ନମ୍ବର ଜାତୀୟ ରାଜପଥରେ ସଂଧ୍ୟା ସମୟରେ ଏକ ଅଜଣା ଗାଡ଼ି ଧକ୍କାରେ ଯୁବକଙ୍କ ମୃତ୍ୟୁ ହୋଇଛି । ମିଳିଥିବା ସୂଚନା ଅନୁଯାୟୀ ୧୮ ନମ୍ବର ଜାତୀୟ ରାଜପଥ ଧାଙ୍ଗୁଡିଶୋଳ ଠାରେ ଗତକାଲି ସଂଧ୍ୟା ସମୟରେ ଏକ ଅଜଣା ଗାଡ଼ି ଧକ୍କାରେ ଜଣେ ବାଇକ୍ ଆରୋହୀ ଗୁରୁତ୍ଵର ଆହତ ହୋଇଥିଲେ, ସ୍ଥାନୀୟ ଜନସାଧାରଣ ତୁରନ୍ତ ଗୁରୁତ୍ଵର ବାଇକ୍ ଆରୋହୀଙ୍କୁ ଜାତୀୟ ରାଜପଥ ଆମ୍ବୁଲାନ୍ସ ୧୦୩୩ ଯୋଗେ ନିକଟସ୍ଥ ଶିର୍ଷା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରକୁ ଉତ୍ତମ ଚିକିତ୍ସା ନିମନ୍ତେ ପଠାଇଥିଲେ କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ । ମୃତକ ବାଇକ୍ ଆରୋହୀ ଜଣକ ଶୀର୍ଷା ପଞ୍ଚାୟତ ବଣଗାଁ ଗ୍ରାମର ସୁମନ୍ତ ସିଂ । ଖବର ପାଇ ଝାର ପୋଖରିଆ ପୋଲିସ ଶୀର୍ଷା ମେଡ଼ିକାଲରେ ପହଞ୍ଚି ମୃତଦେହକୁ ଜବତ କରିବା ସହିତ ବ୍ୟବଛେଦ ପାଇଁ ବାରିପଦା ପିଏମଆର ହସ୍ପିଟାଲକୁ ପଠାଇବା ସହିତ ଦୁର୍ଘଟଣାର ତଦନ୍ତ ଚାଲୁ ରଖିଛନ୍ତି । ଅନିଲ କୁମାର ସାହୁ ସାରସକଣା ପ୍ରତିନିଧି ଭଞ୍ଜଦୂତ ଖବର ।
