*ନୂଆପଡ଼ା ଜିଲ୍ଲା ଖଡିଆଳ ଏନଏ ସି ୱାର୍ଡ ନମ୍ୱର୍ ୭ ଲାଲ ସାହେବ୍ ପଡ଼ା ନିକଟସ୍ଥ ମାଣିକ୍ୟ ଦେବୀ ପଡ଼ା ଠାରେ ପାନୀୟ ଜଳ ସମସ୍ୟା, ବିଦ୍ୟୁତ୍ ପୋଲ ଗାଡ଼ିବା ଦ୍ବାରା ପାଇପ ଫାଟି ପାନୀୟ ଜଳ ଯୋଗାଣ ବାଧାପ୍ରାପ୍ତ,*
ନୂଆପଡା (ମିଖାଏଲ ନନ୍ଦ)
ନୂଆପଡ଼ା ଜିଲ୍ଲା ଅନ୍ତର୍ଗତ ଖଡିଆଳ ଏନଏ ସି ୱାର୍ଡ ନମ୍ୱର୍ ୭ ଲାଲ ସାହେବ୍ ପଡ଼ା ନିକଟସ୍ଥ ମାଣିକ୍ୟ ଦେବୀ ପଡ଼ା ଠାରେ ପାନୀୟ ଜଳ ସମସ୍ୟା, ବିଦ୍ୟୁତ୍ ପୋଲ ଗାଡ଼ିବା ଦ୍ବାରା ପାଇପ ଫାଟି ପାନୀୟ ଜଳ ଯୋଗାଣ ବାଧାପ୍ରାପ୍ତ ହୋଇଅଛି। ଲିଆ ମଲି କୁ ବିଦ୍ୟୁତ୍ ଯୋଗାଣ ହେଉଥିବା ବେଳେ ବିଦ୍ୟୁତ୍ ଖୁଣ୍ଟ ପୋତା ଯାଇଅଛି। ବିଦ୍ୟୁତ୍ ପୋଲ ପାଇଁ ଖୋଲା ଯାଇଥିବା ଗାତ ପାନୀୟ ଜଳ ଯୋଗାଣ ପାଇପ୍ ଫାଟି ଯାଇଅଛି। ଫଳରେ ପାନୀୟ ଜଳ ଯୋଗାଣ ବାଧାପ୍ରାପ୍ତ ହୋଇଅଛି। ଆଜି ପଡ଼ା ର ମହିଳାମାନେ ଲିଆ ମିଲ ମାଲିକକୁ ସାକ୍ଷାତ କରି ଅନେକ ଚେତାବନୀ ଦେଇଥିବା ବେଳେ ତୁରନ୍ତ ମିଲ ମାଲିକ ଏହାର ସମାଧାନ ପାଇଁ ସହର ପାନୀୟ ଜଳ ଯୋଗାଣ ବିଭାଗ କର୍ମଚାରୀ ଙ୍କୁ ଯୋଗ ଯୋଗ କରିଥିବା ତୁରନ୍ତ ସମାଧାନ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି।
