ଡେଲାଙ୍ଗରେ ରେସନ କାର୍ଡ ଓ ଅନ୍ତୋଦୟ ଗୃହ କାର୍ଯ୍ୟାଦେଶ ବିତରଣ
ପିସି ନେଲେ ହେବ ଦୃଢ କାର୍ଯ୍ୟାନୁଷ୍ଠାନ : ବିଧାୟକ
ସ୍ୱଦେଶୀ ଜିନିଷ ବ୍ୟବହାର ନେଇ ଶପଥ ପାଠ
ଡେଲାଙ୍ଗ,(ନି.ପ୍ର) : ଡେଲାଙ୍ଗ ବ୍ଲକ କାର୍ଯ୍ୟାଳୟ ପରିସରରେ ସୋମବାର ରେସନକାର୍ଡ ଓ ଅନ୍ତୋଦୟ କାର୍ଯ୍ୟାଦେଶ ବିତରଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ପୁରୀ ସାଂସଦ ଡ. ସମ୍ବୀତ୍ ପାତ୍ର, କେନ୍ଦ୍ରୀୟ ମାଇନ୍ସ କମିଟି ସଦଶ୍ୟ ଅଗି୍ନଶ ତ୍ରିପାଠୀ, ସ୍ଥାନୀୟ ବିଧାୟକ ଆଶ୍ରୀତ ପଟ୍ଟନାୟକ,ବ୍ଲକ ଉନ୍ନୟନ ଅଧିକାରୀ କ୍ଷିତିଶଚନ୍ଦ୍ର ବେହେରା, ସିଡିପିଓ ଜାପାନୀ ମିତ୍ର, ସହକାରୀ ନିର୍ବାହୀ ଯନ୍ତ୍ରୀ ସୁବ୍ରତ ବାରିକ ପ୍ରମୁଖ ଯୋଗଦେଇ ୫୧୫ ହିତାଧିକାରୀଙ୍କୁ ରେସନକାର୍ଡ ଓ ୨୬୯ଜଣ ହିତାଧିକାରୀଙ୍କୁ ଅନ୍ତୋଦୟ ଗୃହ କାର୍ଯ୍ୟାଦେଶ ବିତରଣ କରିଥିଲେ । ଏହି ଯୋଜନା ମାଧ୍ୟମରେ ଅନେକ ଯୋଗ୍ୟ ହିତାଧିକାରୀ ପକ୍କାଘର ପାଇବାକୁ ଥିବା ବେଳେ ଭିନ୍ନକ୍ଷମ, ଶହୀଦ ପରିବାର, ବିଧବା, ଦିବ୍ୟାଙ୍ଗ, ରୋଗାଗ୍ରସ୍ତ ପରିବାର, ଘରପୋଡି, ସମାଜର ଦୃବଳ ଶ୍ରେଣୀର ଲୋକମାନଙ୍କୁ ଅନ୍ତୋଦ୍ୱୟ ଯୋଜନାରେ ସାମିଲ କରାଯାଇ ପକ୍କାଘର ଟିଏ ଯୋଗାଇ ଦିଆଯିବ ବୋଲି ସରକାରଙ୍କ ପକ୍ଷରୁ ପ୍ରାଥମିକତା ଦିଆଯାଇ ବିତରଣ କରାଯାଇଛି ।ବିଭିନ୍ନ ଯୋଜନା ଲୋକଙ୍କ ପାଖରେ ବିନା ଶୁଳ୍କରେ ପହଞ୍ôଚବ, ଏହି ଯୋଜନାରେ ସାମିଲ ହେବା ପାଇଁ କାହାରିକୁ ଟଙ୍କା ଟିଏ ଦେବେନାହିଁ । ଏହି ଯୋଜନା ସାମିଲ ହେବା ପାଇଁ କୌଣସି ସରକାରୀ କର୍ମଚାରୀ ହେଉ କି ରାଜନେତା କେହିବି ପିସି ମାଗିଲେ ତାଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବିଧାୟକ ଶ୍ରୀ ପଟ୍ଟନାୟକ ମତବ୍ୟକ୍ତ କରିଛନ୍ତି । ସେହିପରି ଜିଏସଟି ସଞ୍ଚୟ ଉତ୍ସବ ଅବସରରେ ପ୍ରତିଘରେ ସ୍ୱଦେଶୀ ଘରେଘରେ ସ୍ୱାଦେଶୀର ଆହ୍ୱାନ ଦେଇ ସ୍ୱଦେଶୀ ଜିନିଷ ବ୍ୟବହାର କରିବା ନେଇ ଡ. ପାତ୍ର ଆହ୍ୱାନ ଦେଇଥିବା ବେଳେ ଉପସ୍ଥିତ ଜନସାଧାରଣଙ୍କୁ ଶପଥ ପାଠ କରାଇଥିଲେ ।
