ଆରଆରଏସର ୧୦୦ ବର୍ଷ ପୂର୍ତ୍ତି ଉପଲକ୍ଷେ ‘ଶତାବ୍ଦୀ ବର୍ଷ’ ଉଦଘାଟିତ
ସୋର(ଜ୍ୟୋତି ପ୍ରକାଶ, ନିପ୍ର): ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ଶତାବ୍ଦୀବର୍ଷର ଉଦଘାଟନୀ ଉତ୍ସବ ସୋର ନଗର ବସତିର ପଶ୍ଚିମ ପାଖ ସ୍ୱୟଂ ସେବକ ମାନଙ୍କ ଦ୍ୱାରା ଅନୁଷ୍ଠିତ ହୋଇଯାଇଛି l ଅପରାହ୍ନ ୨ଟା ସମୟରେ ସ୍ୱୟଂସେବକ ମାନଙ୍କର ସମ୍ପଦ ହୋଇ ପୂର୍ଣ୍ଣ ଗଣବେଶ ସହ ସଂଚାଳନ ସ୍ଥାନୀୟ ଶିଶୁମନ୍ଦିର ମନ୍ଦିର ଠାରୁ ବାହାରି କୋର୍ଟ ଛକ, ଛତ୍ରପୁର, ଅଡଙ୍ଗ ବଜାର ହୋଇ ଶିଶୁମନ୍ଦିର ଠାରେ ସମାପନ ହୋଇଥିଲା। ଏହାପରେ ବୌଦ୍ଧିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ସଭା ପ୍ରାରମ୍ଭରେ ଯୋଗାସନ, ସାମୁହିକ ଦେଶଭକ୍ତି ଗୀତ ପ୍ରଭୃତି କାର୍ଯ୍ୟକ୍ରମ ହୋଇଥିଲା। ଉତ୍କଳ ପ୍ରାନ୍ତ ସଙ୍ଘର ଶାରୀରିକ ପ୍ରଶିକ୍ଷକ ବସନ୍ତ କୁମାର ମଲ୍ଲିକ ଶହେବର୍ଷ ଧରି ଭାରତୀୟ ସଂସ୍କୃତି କୁ ରକ୍ଷା କରିବାରେ ହିନ୍ଦୁସମାଜ ଓ ସ୍ୱୟଂସେବକ ମାନଙ୍କର ତ୍ୟାଗ ଓ ତପସ୍ୟା ଓ ଦେଶ ରକ୍ଷା କ୍ଷେତ୍ରରେ ସଂଘର ଭୂମିକା ବିଷୟରେ ବକ୍ତବ୍ୟ ରଖିଥିଲେ l ସଭାରେ ବାଲେଶ୍ୱର ବିଭାଗ କାର୍ଯ୍ୟବାହ ସମ୍ମାନୀୟ ବିଷ୍ଣୁ ମୋହନ ପଣ୍ଡା ଉପସ୍ଥିତ ରହିଥିବା ବେଳେ ମାନବ ଉତ୍ଥାନ ସଂସ୍ଥା ର ସଭାପତି ଜୟନ୍ତ କୁମାର ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦାନ କରିଥିଲେ l କାର୍ଯ୍ୟକ୍ରମରେ ବହୁ ପୁରାତନ ସ୍ୱୟଂ ସେବକ ମାନେ ଯୋଗଦାନ କରିବା ସହ ବିକ୍ରମ କେଶରୀ ମହାପାତ୍ର, ପଦ୍ମଲୋଚନ ଦ୍ବି୍ବେଦି, ବନାରସିଲାଲ ଅଗ୍ରୱାଲ, ବିଜେପି ବାଲେଶ୍ୱର ଜିଲ୍ଲା ସଭାପତି ଈଶ୍ୱର ଚନ୍ଦ୍ର ବେହେରା, ଗୌରାଙ୍ଗ ପଣ୍ଡା, କୃତିବାସ ଷେଣ୍ଢ,ଧନୁର୍ଜୟ ଧଡ଼ା, ସୁଧାଂଶୁ ପଣ୍ଡା, ଆଇନଜୀବି କାହ୍ନୁ ଚରଣ ବେହେରା, ପ୍ରହଲ୍ଲାଦ ସାହୁ, ସଂଗ୍ରାମ କେଶରୀ ମହାପାତ୍ର ଯୋଗଦାନ କରିଥିଲେ l
