ଡାଡିଆଗୁଡ଼ା ନିବାସୀ ସୁମନି ସୁନାଙ୍କ ଦଶାହକ୍ରିୟାରେ ଜିଲ୍ଲା ଡ଼ମ୍ବ ସମାଜର ଜିଲ୍ଲା ସଭାପତି ଓ କର୍ମକର୍ତାଙ୍କ ଯୋଗଦାନ|
————–
ଉମରକୋଟ (ପରଦେଶୀ ଶଗରିଆ )-ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ମୁଣ୍ଡିଗୁଡ଼ା ପଂଚାୟତ ଅନ୍ତର୍ଗତ ଡାଡିଆଗୁଡ଼ା ଗ୍ରାମର ଡ଼ମ୍ବ ସମାଜର ଜଣେ ସକ୍ରିୟ ସଦସ୍ୟ ତଥା ସମାଜସେବୀ ହରି ସୁନାଙ୍କ ମା ସୁମନି ସୁନାଙ୍କ 102ବର୍ଷ ବୟସରେ ମୃତ୍ୟୁ ଘଟିଥିବା ବେଳେ ଆଜି ତା 28/09/025ରିଖ (ରବିବାର)ଦିନ ଦଶାହକ୍ରିୟା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା |ଏହି କାର୍ଯ୍ୟକ୍ରମରେ ନବରଙ୍ଗପୁର ଜିଲ୍ଲା ଡ଼ମ୍ବ ସମାଜର ସଭାପତି ଜନକରାମ ସୁନା,ଉପ ସଭାପତି ଦେବରାଜ ନାଗ,ଅବିଭକ୍ତ କୋରାପୁଟ ଜିଲ୍ଲା ଡ଼ମ୍ବ ସମାଜର ଉପ ସଭାପତି ପ୍ରକାଶ ଚନ୍ଦ୍ର ନାଗ ଅବିଭକ୍ତ କୋରାପୁଟ ଜିଲ୍ଲା ଡ଼ମ୍ବ ସମାଜର ସହ ସମ୍ପାଦକ ହରିହର ଦୁର୍ଗା,ସମ୍ପାଦକ କ୍ଷେମରାଜ ହରିଜନ,ସହ ସମ୍ପାଦକ ରାଜୁ ହରିଜନ ଡ଼ମ୍ବ ସମାଜର ଉପଦେଷ୍ଟା ପିତାମ୍ବର ନିଆଲ, ଭଗବାନ ନାୟକ, ପ୍ରମୁଖ ଯୋଗଦେଇ ଶୋକ ସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣେଇବା ସହିତ ଦଶାହକାର୍ଯ୍ୟ ପାଇଁ କିଛି ସହାୟତା ରାଶି ପ୍ରଦାନ କରିଥିଲେ |ତତ ସହିତ ନିଜ ସମାଜ ଭାଇମାନେ ଦୁଃଖରେ ସୁଖରେ ପରସ୍ପରକୁ ସାହାଯ୍ୟ କରିବା, ନିଜ ନିଜ ଭିତରେ ଭାଇଚାରା ରକ୍ଷା କରିବା ଓ ନିଜ କୌଳିକ ପରମ୍ପରା, ଚଳଣି, ଭାଷା ଓ ସଂସ୍କୃତିକୁ ବଂଚେଇ ରଖିବାକୁ ପରାମର୍ଶ ଦେଇଥିଲେ |
