ନୂଆପଡା ( ମିଖାଏଲ ନନ୍ଦ) :
ନୂଆପଡ଼ା ଜିଲ୍ଲା ଅନ୍ତର୍ଗତ ଖଡିଆଳ ସହର ସ୍ଥିତ ଅଗ୍ରେସନ୍ ଭବନ ଠାରେ ସତ୍ୟ ସାଇ ବାବାଙ୍କ ୧୦୦ ତମ ଜନ୍ମ ଉତ୍ସବ ଉପଲକ୍ଷେ ରାଜ୍ୟ ସ୍ତରୀୟ ସତ୍ୟସାଇ ସେବା ମହୋତ୍ସବ ୨୦୨୫ ପାଳିତ ହୋଇଯାଇଅଛି। ଏହି ଉପଲକ୍ଷେ ଦିବ୍ୟ ପ୍ରଶାନ୍ତି ପତାକା ଉତ୍ତୋଳନ କରିଥିବା ବେଳେ ବେଦ ଚିନ୍ତା, ଆଜି ଆଧ୍ୟାତ୍ମିକ ସଭା ଅନୁଷ୍ଠିତ ହୋଇଅଛି। ସଭା ରେ ଜିଲ୍ଲା ସଭାପତି ସ୍ବାଗତ ଅଭିଭାଷଣ ଦେଇଥିବ ବେଳେ ରାଜ୍ୟ ସଭାପତି ସତ୍ୟ ସ୍ୱରୂପ ପଟ୍ଟନାୟକ ଉଦ୍ଘାଟନୀ ସଭା କୁ ସମ୍ବୋଧନ କରି ମାନସାଗର କୁ ପାରି ହେବାକୁ ହେଲେ ସଜ୍ଜନ ଙ୍କ ସେବା ମାଧ୍ୟମରେ ସଫଳ ହୋଇ ପାରିବ ବୋଲି ମତବ୍ୟକ୍ତ କରିଥିଲେ।ରାଜ୍ୟ ସେବା ସଂଯୋଜକ ରମାକାନ୍ତ ଦାସ ଙ୍କ ଲିଖିତ ପୁସ୍ତକ ଉନ୍ମୋଚନ ହୋଇଅଛି। ଏହି ଆଧ୍ୟାତ୍ମିକ ସଭାରେ ସେବା ପାଇଁ ନିଜକୁ ପରିବର୍ତ୍ତନଶୀଳ କରିବାର ବିଭିନ୍ନ ଉପାୟ ଉପରେ ଆଲୋକପାତ କରିଥିବା ବେଳେ ପ୍ରତାପ ସ୍ୱାଇଁ ସେବା ହିଁ ପରିବର୍ତ୍ତନ ନେଇ ଅନେକ ସଫଳ କାହାଣୀ ଉଲ୍ଲେଖ କରିଛନ୍ତି। ରାଜ୍ୟ ସ୍ତରୀୟ ସେବା ଉତ୍ସବ ଉପଲକ୍ଷେ ଏକ ପ୍ରଦର୍ଶନୀ ହୋଇଅଛି। ଆଧ୍ୟାତ୍ମିକ ଶୋଭାଯାତ୍ରା ଖଡିଆଳ ନଗର ପରିକ୍ରମା କରିବ। ଏହି ମହୋତ୍ସବ ମାଧ୍ୟମରେ ସତ୍ୟ ସାଇଙ୍କ ସେବା ହିଁ କର୍ମ ବାର୍ତ୍ତା ଦେଇଥିଲେ।
