ନୂଆପଡା (ମିଖାଏଲ ନନ୍ଦ) : ନୂଆପଡା ଜିଲ୍ଲା ଅନ୍ତର୍ଗତ ଖଡ଼ିଆଳ ବ୍ଲକ ନୂଆପଡା ଜିଲ୍ଲାର ପ୍ରମୁଖ ସହର କହିଲେ ଖଡ଼ିଆଳ କୁ ଅତ୍ୟୁକ୍ତି ହେବ ନାହି। ଖଡ଼ିଆଳ ବ୍ଲକ ରେ ୨୬ ଗୋଟି ପଞ୍ଚାୟତ ଅନ୍ତର୍ଭୁକ୍ତ ଏବଂ ଗୁଟେ ଏନଏସି ଅଛି। ଖଡ଼ିଆଳ ସହର ରେ ୩ଟି ବ୍ଲକ ର ଲୋକେ ନିର୍ଭର କରନ୍ତି। ନିଜ ପରିବାର ର ଭରଣ ପୋଷଣ ପାଇଁ ଖଡ଼ିଆଳ କୁ ଖରିଆଳ ବ୍ଲକ ରେ ଦୈନିକ ୨୦ ହଜାର ରୁ ଉର୍ଦ୍ଧ ନିଜ ଜୀବନ ଜୀବିକା ବା ପରିବାର ର ଭରଣ ପୋଷଣ ପାଇଁ ବିଭିନ୍ନ କାର୍ଯ୍ୟରେ କାର୍ଯ୍ୟ କରି ନିଜ ନିଜ ପରିବାର କୁ ଭରଣ ପୋଷଣ କରୁଛନ୍ତି। ହେଲେ ସିନାପାଲି, ବୋଡେ଼ନ, କୋମନା, ରୁ ମଧ୍ୟ ଲୋକେ ଆସି କାର୍ଯ୍ୟ କରୁଛନ୍ତି।
ବେଧଡକ ଭାବରେ ଲୋକେ ଖରିଆର ସହରରେ ଯାନବାହାନ ନିୟନ୍ତ୍ରଣ ନ କରି ଏବଂ କାହାକୁ ଖାତିର ନ କରି ଗାଡି ଚଳାଉଛନ୍ତି। ହେଲେ ଜିଲ୍ଳା ପ୍ରଶାସନ ଏବଂ ବ୍ଲକ ପ୍ରଶାସନ ବୋଡେ଼ନ ଛକ ଏବଂ ବ୍ଲକ ଛକ ରେ ଗୁଡ଼ାଏ ସମୟରେ ଅନେକ ଦୁର୍ଘଟଣା ହେଉଛି। ଏହି ଦୁଇଟି ସ୍ଥାନରେ ଟ୍ରାଫିକ ପୋଲିସ ମୁତୟନ ନ ହେଲେ ଟ୍ରାଫିକ ସିଗ୍ନାଲ ନିୟୋଜିତ କଲେ ଲୋକେ ସହଜ ରେ ଯିବା ଆସିବା କରିପାରିବେ ଓ ଦୁର୍ଘଟଣା ରୁ ବଞ୍ଚିତ ହେବେ। ବେଧଡ ଗାଡି ଚାଲାକ ମାନେ ନିୟନ୍ତ୍ରଣ ହୋଇ ପାରିବେ ବୋଲି ବୁଦ୍ଧିଜୀବୀ ମହଲ ପ୍ରକାଶ ପାଉଛି। ହେଲେ ବହୁ ବର୍ଷ ଧରି ଟ୍ରାଫିକ ସମସ୍ୟା ର ସମାଧାନ କଲେ ଲୋକେ ନିଜ ନିଜ ମତ ପ୍ରକାଶ କରିଛନ୍ତି। ଏ ବାବଦରେ ପ୍ରଶାସନ ଦୃଷ୍ଟି ଦେଇ ଲୋକଙ୍କ ସମସ୍ୟା କୁ ଦୃଷ୍ଟି ଦେଇ ପଦକ୍ଷେପ ନେଲେ ଉଚିତ ହେବ ବୋଲି ଲୋକ ମାନେ ପ୍ରକାଶ କରିଛନ୍ତି।
