ଅକ୍ଷମତା ପ୍ରମାଣ ପତ୍ର ଥାଏ ଖାତାକୁ ଆସୁନି ଟଙ୍କା
ଯାଜପୁର:(ନିପ୍ର)ରିପୋର୍ଟର,, ସରୋଜ କୁମାର ଧଳ ଭଞ୍ଜଦୂତ ଖବର
କୋରାଇ ଈଶ୍ବରଙ୍କ ସୃଷ୍ଟିରେ ରେ ସବୁଠୁ ଚତୁର ଓ ବିଚକ୍ଷଣ ପ୍ରାଣୀ ହେଉଛି ମନୁଷ୍ୟ l ହେଲେ କେତେବେଳେ ଈଶ୍ବରଙ୍କ ଦାନ ପରିବାର ପାଇଁ ଅଭିଶାପ ଆଉ ବୋଝ ହୋଈ ପଡେ l ଯାହା ପାଇଁ ମଣିଷ ଅତ୍ୟନ୍ତ ଭାଙ୍ଗି ପଡେ, ଏହି ପରି ଏକ କରୁଣ ପରିସ୍ଥିତି ଦେଖିବାକୁ ମିଳିଛି କୋରାଇ ବ୍ଲକ ଅନ୍ତର୍ଗତ ତୁଳତି ପଞ୍ଚାୟତର ସାଇଁଣ୍ଟୋ ଗ୍ରାମର ବଳରାମ ମାଝୀଙ୍କ ୬ ବର୍ଷର ପୁଅ ଶୁଭମ୍ ମାଝୀଙ୍କ କ୍ଷେତ୍ରରେ, ଜନ୍ମରୁ ଶୁଭମଙ୍କ ଗୋଡ଼ରେ କିଛି ଅଜଣା ରୋଗ ହୋଇଥିଲା ଧୀରେ ଧୀରେ ଏହା ପ୍ରଭାବିତ ହେବାକୁ ଲାଗିଲା ,ଏବେ ଶୁଭମଙ୍କ ଦୁଇ ଗୋଡ଼ ସଂପୂଣ୍ଣ ଅଚଳ l ମା”ର ହାତ ଧରିଲେ ଶୁଭମ ଛିଡ଼ା ହୋଇ ପାରୁଛି l ମାତ୍ର ହାତ ଛାଡିଦେଲେ ଅଣ୍ଟାରୁ ଗୋଡ଼କୁ ସଳଖି ପାରୁନି l ବଡ ଦୁଃଖଦ ପରିସ୍ଥିତି ଦେଇ ପାରିବାର ଗତି କରୁଥିବା ବେଳେ ଶୁଭମର ଚିକିତ୍ସା ପାଇଁ କି ଆଶାବାଡି ଖଣ୍ଡେ ପାଇଁ ପରିବାର ଲୋକେ ସକ୍ଷମ ହୋଈ ପାରୁନାହାଁନ୍ତି l ଶୁଭମଙ୍କ ଶାରିରୀକ ଅକ୍ଷମତା 80 ପ୍ରତିଶତ ଥିବା ବେଳେ ତାଙ୍କୁ
OD 3540520180019406 ନମ୍ବରରେ ୬୦% ର ଅକ୍ଷମତା ପ୍ରମାଣ ପତ୍ର ସରକାରଙ୍କ ପକ୍ଷୁରୁ ପ୍ରଦାନ କରାଯାଇଛି ମାତ୍ର ଆଜକୁ ବର୍ଷେ ହେବ ତାଙ୍କର ଅକ୍ଷମତା ଭତ୍ତା ଆବେଦନ ହେଇଥିଲେ ହେଁ ସରକାରଙ୍କ ଟଙ୍କା ତାଙ୍କ ଖାତାକୁ ଆସି ପାରୁନାହିଁ, ବାପା ଜଣେ ନିରକ୍ଷର ଦିନ ମଜୁରିଆ ହୋଇଥିବାରୁ ବ୍ଲକ କାର୍ଯ୍ୟଳୟକୁ ଦୌଡ଼ି ଦୌଡ଼ି ନିଜର ଭାଗ୍ୟକୁ ଆଦରି ଦିନ କାଟୁଛନ୍ତି l କେହି ସରକାରୀ ଅଧିକାରୀକି ଶ୍ରାହୃଦୟ ବ୍ୟକ୍ତି ଶୁଭମଙ୍କ ପାଇଁ ଆଶାବାଡି ଓ ଚିକିତ୍ସା ପାଇଁ ଔଷଧ ଯୋଗାଡ କରନ୍ତି ତେବେ ଆଶାତୀତ ଆଶ୍ୱସ୍ତି ତାଙ୍କୁ ମିଳିପାରନ୍ତା ବୋଲି ଜନ ଗ୍ରାମ ବାସୀଙ୍କ ମଧ୍ୟରେ ପ୍ରତିକ୍ରିୟା ପ୍ରକାଶ ପାଇଛି l ସରକାରଙ୍କ ବିଭିନ୍ନ ଯୋଜନା ଓ ବିଭାଗ ଭିନ୍ନକ୍ଷମଙ୍କ ପାଇଁ ଉପଲବ୍ଧ ଥିବା ବେଳେ ଅଯୋଗ୍ୟ ବ୍ୟକ୍ତି ଏହି ଯୋଜନାକୁ ହାତେଇ ନେଉଛନ୍ତି ମାତ୍ର ସରକାରୀ ଅକ୍ଷମତା ଭତା ପାଇଁ ଶୁଭମଙ୍କ ପିତା ବର୍ଷେ ହେଲା ଆବେଦନ କରି ମଧ୍ୟ ଏହି ଯୋଜନା ର ଅନ୍ତର୍ଭୁକ୍ତ ହୋଈ ପାରି ନାହାଁନ୍ତି l ତେବେ ସୁଭମଙ୍କୁ କିପରି ସରକାରୀ ସୁବିଧା ମିଳିପାରିବ ସେନେଇ ତାଙ୍କ ପିତା ମାତା ସରକାରଙ୍କୁ ଅନୁରୋଧ କରିଛନ୍ତି l
