ଅଭାବି ସାର ପରିପୁରଣ ସହିତ ଚାଷୀଙ୍କୁ ତୁରନ୍ତ ସାର ଯୋଗାଇବା ଦାବି କଲା ଆମ ଆଦମୀ ପାର୍ଟି
ହିଞ୍ଜିଳିକାଟୁ: ହିଞ୍ଜିଳି ବ୍ଲକ୍ ଓ ପୌରାଞ୍ଚାଳରେ ଥିବା ରାଜସ୍ବ ଗ୍ରାମର ସମସ୍ତ ଚାଷୀ ମାନଙ୍କ ସକାଶେ ୟୁରିଆ ସାରର ଅଭାବ ରହିଛି । ଯେତିକି ପରିମାଣର ୟୁରିଆ ସାର ରାଜ୍ୟ ସରକାରଙ୍କ ପକ୍ଷରୁ ୟୁରିଆ ସାର ପେକ୍ସ ମାନଙ୍କୁ ଯୋଗାଇ ଦିଆଯାଉଛି,ତାହା ସମ୍ପୂର୍ଣ ଭାବେ ନିଅଣ୍ଟିଆ ରହିଛି । ତେଣୁ ରାଜ୍ୟରେ ଡବଲ ଇଞ୍ଜିନ ସରକାର ଥିଲା ବେଳେ ଚାଷୀମାନଙ୍କର ୟୁରିଆ ସାର ଅଭାବ ପରିପୂର୍ଣ ହୋଇ ପାରିନାହିଁ । ସାର କ୍ରୟକୁ ନେ଼ଇ ଚାଷୀ ହତାଶ ହୋଇ ବିଭିନ୍ନ ସମବାୟ ସମିତିକୁ ଘୁରି ବୁଲୁଥିଲେ ମଧ୍ୟ ସର୍ବ ନିମ୍ନ ଚାହିଦାର ସାର ମିଳିବା ଦୂରର କଥା, ମୁଠାଏ ସାର ଦେଖିବା ମିଳୁନି। ଦିନକୁ ଦିନ ଅଭାବ ସାର ହେତୁ ଖରିପ୍ ଧାନ ଚାଷ ଦୁର୍ବଳ ହେବାକୁ ଯାଉଛି । କିଛି ସାର ବେପାରୀ ଅଘୋଷିତ ବିଭିନ୍ନ ଉପାୟ ଅବଲମ୍ବନ କରି କଳା ବଜାରରେ ସାର ବିକ୍ରି କରୁଛନ୍ତି । ଏଣୁ ରାଜ୍ୟ ସରକାର ବର୍ତ୍ତମାନ ପରିସ୍ଥିତିରେ ଧୁଆଁ ବାଣ ଛାଡ଼ିବା ପରିବର୍ତ୍ତେ ତୁରନ୍ତ ଚାଷୀ ମାନଙ୍କୁ ଜରୁରୀକାଳୀନ ଭିତ୍ତିରେ ସମବାୟ ସମିତି ମାଧ୍ୟମରେ ଚାଷୀ ମାନଙ୍କୁ ସାର ଯୋଗାଇ ଦେବା ପାଇଁ ଆମ୍ ଆଦମୀ ପାର୍ଟି ଦଳ ତରଫରୁ ଦାବି କରାଯାଇଛି । ଯଦି ଯଥାଶୀଘ୍ର ଚାଷୀଙ୍କ ସାର ସମସ୍ୟା ଦୂର ନହୁଏ ତେବେ ଆଗାମୀ ଦିନରେ ଆମ ଆଦମୀ ପାର୍ଟି ପକ୍ଷରୁ ଆନ୍ଦୋଳନ କରାଯିବ ବୋଲି ଆମ ଆଦମୀ ପାର୍ଟି ପକ୍ଷରୁ ଚେତାବନୀ ଦିଆଯାଇଛି l ଆଜିର ଏହି ଦାବୀ ପତ୍ର ପ୍ରଦାନ ବେଳେ ଆସିକା ଲୋକସଭା ଆବାହକ ତଥା ଆମ୍ ଆଦମୀ ହିଞ୍ଜିଳି ବିଧାୟକ ପ୍ରାର୍ଥୀ ଭଜରାମ ସାବତ, ଆସ୍କା ଲୋକସଭା କୃଷକ ଆବାହକ ଲଡୁ କିଶୋର ବିଶ୍ୱାସରାୟ , ଚାଷୀ ସୁବାସ ଗୌଡ଼, ଅନ୍ତର୍ଯୟାମୀ ସେଠୀ, ବିଦେଶୀ ଦାସ,ଭକ୍ତରାମ ଦାସ, ଶଙ୍କର ଦାସ , ଲିଙ୍ଗରାଜ ଗୌଡ଼ ପ୍ରମୁଖଙ୍କ ସମେତ ବହୁ ଚାଷୀ ଉପସ୍ଥିତ ରହି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ତାସିଲାଦରଙ୍କୁ ଏକା ଅଭିଯୋଗ ପତ୍ର ପ୍ରଦାନ କରିଛନ୍ତି ।
