*ଶିକ୍ଷକଙ୍କ ବିୟୋଗରେ ବିଦ୍ୟାଳୟରେ ସ୍ମୃତି ଚାରନ ସଭା ଓ ରକ୍ତଦାନ ଶିବିର ଅନୁଷ୍ଠିତ।*
ବସ୍ତା:- (ନି ପ୍ର) ଫଟୋ
ବାଲେଶ୍ୱର ଜିଲ୍ଲା ବସ୍ତା ଥାନା ବାହାର୍ଦ୍ଦା ୟୁ.ଜି.ୟୁ.ପି ବିଦ୍ୟାଳୟର କନିଷ୍ଠ ଶିକ୍ଷକ ସେଖ ରୁହୁଲ୍ଲା ଙ୍କ ଆକସ୍ମିକ ଦୁର୍ଘଟଣାରେ ମୃତ୍ୟୁ ଘଟିଥିଲା ବେଳେ ବସ୍ତା କନିଷ୍ଠ ଶିକ୍ଷକ ସଂଘ ପକ୍ଷରୁ ସ୍ମୃତିସଭା ସହିତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଶିକ୍ଷକ ରୁହୁଲ୍ଲା ଜଣେ ଏକାଧାରରେ ମେଳାପୀ, ଜ୍ଞାନୀ, ଉଦଯୋଗୀ ପୁରୁଷ ଥିଲେ। ତାଙ୍କର ଅଳ୍ପଦିନର କାର୍ଯ୍ୟକାଳ ମଧ୍ୟରେ ସେ ଜିଲ୍ଲା ଓ ରାଜ୍ୟ ସ୍ତରରେ ଚହଳ ପକାଇଥିଲେ। ହେଲେ ଗତ 24 ତାରିଖ ଦରଡା ରୁ ଗାନ୍ଧିଛକ ଆସୁଥିବା ସମୟରେ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ବରଣ କରିଥିଲେ। ତାଙ୍କ ମୃତ୍ୟୁ ର 14 ଦିନ ପରେ ଆଜି ବାହାର୍ଦ୍ଦା ୟୁ.ଜି.ୟୁ.ପି ସ୍କୁଲ ପରିସରରେ ସ୍ମୃତି ଚାରନ ସଭା ଓ ରକ୍ତଦାନ ଶିବିର ଅନୁଷ୍ଠିତ। ଉକ୍ତ ସଭାରେ ସଭାପତିତ କରୁଥିଲେ କମଳାକାନ୍ତ ବେହେରା। ଉପସ୍ଥିତ ଅତିଥି ଏସ ଡି ପି ଓ ମାନସ ଦେଓ, ସୁମନ୍ତ ଜେନା, ଓଡିଶା କନିଷ୍ଠ ଶିକ୍ଷକ ସଂଘ ର ରାଜ୍ୟ ସଭାପତି ଶେଷଦେବ ଯଜ୍ଞ କାମ ଦେଓ, ବାଲେଶ୍ୱର ଜିଲ୍ଲା ସଭାପତି ନିର୍ଣ୍ଣୟ ନାରାୟଣ ଷଡ଼ଙ୍ଗୀ, ବସ୍ତା କନିଷ୍ଠ ସଂଘ ର ସଭାପତି ଧନଞ୍ଜୟ ଦାସ, ଅନୁସୟା ସାହୁ, ଅଚ୍ୟୁତାନନ୍ଦ ଗନ୍ତାୟତ, ତ୍ରିଲୋଚନ ନାୟକ, ପ୍ରମିଳା ରାମ, ଅଶୋକ ପାଢି, ସନ୍ତୋଷ କୁମାର ପଣ୍ଡା, ଗୌରାଙ୍ଗ ଗିରି, ସୁଶାନ୍ତ ଜେନା, ରେଜିଆ ସୁଲତାନା ପ୍ରମୁଖ ଉପସ୍ଥିତ ରହି ସ୍ବର୍ଗତ ରୁହୁଲ୍ଲା ଙ୍କ ସ୍ମୃତି ଚାରଣ କରିଥିଲେ। ତେବେ ଶିବିର ରେ ସର୍ବମୋଟ 26 ୟୁନିଟ ରକ୍ତ ସଂଗୃହିତ ହୋଇଥିଲା।
ବାଲେଶ୍ଵର ଜିଲ୍ଲା ବସ୍ତାରୁ ସେଖ ଆଜାରୁଦ୍ଦିନ ଙ୍କ ରିପୋର୍ଟ
