
ହଁ ଆଜ୍ଞା ଆମେ କହୁଛୁ ଗଞ୍ଜାମ ଜିଲ୍ଲା ଗୋପାଳପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବକ୍ସିପଲ୍ଲୀ ପଞ୍ଚାୟତ କଥା। କିଛିଦିନ ପୂର୍ବେ ସାନଖେମୁଣ୍ଡି ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ କାର୍ଯ୍ୟାଳୟରେ ସାମ୍ବାଦିକଙ୍କୁ ପ୍ରବେଶ ନିଷେଧ ଲେଖାଯାଇ ଥିବା ବେଳେ ପୁଣି ବକ୍ସିପଲ୍ଲୀ ପଞ୍ଚାୟତର ଖଦ୍ ସରପଞ୍ଚଙ୍କ ପୁଅ ପଞ୍ଚାୟତ ପରିସର ମଧ୍ୟକୁ ସାମ୍ବାଦିକଙ୍କୁ ମନା କରୁଛନ୍ତିି । ବର୍ତ୍ତମାନ ସରକାର ବଦଳିବା ପରେ ସମଗ୍ର ରାଜ୍ୟରେ ବିଭିନ୍ନ ସ୍ଥାନରେ ଉନ୍ନତି ମୁଳକ କାର୍ଯ୍ୟକୁ ଗୁରୁତ୍ୱ ଦିଆଯାଉଥିବା ବେଳେ ଗ୍ରାଉଣ୍ଡରେ କାର୍ଯ୍ୟର ତଥ୍ୟ ସଂଗ୍ରହ କରିବା ନିମନ୍ତେ ଆମେ ପହଞ୍ଚି ଥିଲୁ ବକ୍ସିପଲ୍ଲୀ ପଞ୍ଚାୟତ କାର୍ଯ୍ୟାଳୟରେ ସେଠାକାର ସ୍ଥିତି ପରଖିବା ସମୟରେ ପଞ୍ଚାୟତ କାର୍ଯ୍ୟାଳୟ ବନ୍ଦ ଦେଖିବାକୁ ମିଳିଥିଲା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଫଟୋ ଲାଗିଛି ଏବଂ ଲେଖାଯାଇଛି ଆପଣଙ୍କ ଖାଦ୍ୟ ସୁରକ୍ଷା ମୋର ଦାୟିତ୍ୟ ଓ ଏହାକୁ ମୁଁ ନିରନ୍ତର ପ୍ରାଥମିକତା ଦେଇଆସୁଛି। ଏହି ସମୟରେ ହଠାତ ସରପଞ୍ଚଙ୍କ ପୁଅ ଆସି ତମକୁ ପଞ୍ଚାୟତ ଭିତରକୁ ଆସିବାକୁ କିଏ କହିଲା ପଞ୍ଚାୟତ ଭିତରକୁ ଆସିବା ମନା କହିଥିଲେ ପରେ କ୍ୟାମେରା ସାମ୍ନାରେ କୌଣସି ପ୍ରତିକ୍ରିୟା ଦେବାକୁ ମନା କରି ଉପର ମହଲାକୁ ଚାଲିଯାଇଥିଲେ ଏହାପରେ ପଞ୍ଚାୟତ ବାହାରେ ମଧ୍ୟ ସଂଙ୍ଖ ଚିନ୍ନ ଥାଇ ଆମ ଓଡିଶା ନବୀନ ଓଡ଼ିଶା ଲେଖା ଜାଇଛି ଏହି ସବୁ ଦେଖି ଆଜି ମଧ୍ୟ ପୁର୍ବତନ ମୁଖ୍ୟମନ୍ତ୍ରୀ ଖାଦ୍ୟ ସୁରକ୍ଷା ଦାୟିତ୍ବରେ ଅଛନ୍ତି କି ବୋଲି ସାଧାରଣରେ ସନ୍ଦେହ ସୃଷ୍ଟି କରୁଛି। ରଙ୍ଗେଈଲୁଣ୍ଡା ରୁ ସନ୍ଦେଶ କୁମାର ସାହୁ ଙ୍କ ରିପୋର୍ଟ ଭଂଜଦୂତ ନିୟୁଜ