_ବନ୍ୟାପିଡିତା ପରିବାରକୁ ଭେଟି ସାହାଯ୍ୟର ହାତ ବଢାଇଲେ ସରପଞ୍ଚ ମଧୁସ୍ମିତା ବାରକ୍।
ଯାଜପୁର/(ନିପ୍ର )ରିପୋର୍ଟର:ସରୋଜ କୁମାର ଧଳ ଭଞ୍ଜଦୂତ
କୋରେଇ ନିର୍ବାଚନ ମଣ୍ଡଳୀ ସ୍ତିତ ପଥରପଦା ପଞ୍ଚାୟତର ତାଜପୁର ୱାର୍ଡରେ ବସବାସ କରୁଥିବା ଆଦିବାସୀ ସାହିରେ ବର୍ଷାପାଣି ପ୍ରଭାଵିତ ହୋଇ ଦଶରୁ ଉର୍ଦ୍ଧ୍ବ ଘର ଭାଙ୍ଗିଥିବା ଦେଖିବାକୁ ମିଳିଛି।ଉକ୍ତ ଖବର ପାଇ ସରକାରଙ୍କୁ ନିବେଦନ କରି ସ୍ତାନିୟ ବିଦ୍ୟାଳୟର ପ୍ରଧାନଶିକ୍ଷକଙ୍କୁ ଜଣାଇ ପିଡିତା ପରିବାରକୁ ସେଠାକୁ ସ୍ଥାନାନ୍ତରିତ କରିବା ସହିତ ପଞ୍ଚାୟତର ଯୁବ ପ୍ରତିଭା ମାନଙ୍କୁ ସାଥିରେ ନେଇ ଘର ଭାଙ୍ଗିଥିବା ଲୋକଙ୍କ ପାଖରେ ପହଞ୍ଚି ଶୁଖିଲା ଖାଦ୍ୟ ବଣ୍ଟନ କରିବା ସହିତ ପାଲ ପ୍ରଦାନ କରିଥିଲେ ସରପଞ୍ଚ ମଧୁସ୍ମିତା ବାରକ୍।ସରପଞ୍ଚଙ୍କର ଏପରି ଅସୁବିଧା ସମୟରେ ସରପଞ୍ଚଙ୍କୁ ପାଖରେ ପାଇ ନିଜ ନିଜର ଦୁଃଖ ଜଣାଇବା ସହିତ ଏପରି ସରପଞ୍ଚ ପାଇଁ ଆମେ ଅତ୍ୟନ୍ତ ଖୁସି ବୋଲି କହିଛନ୍ତି ସ୍ତାନିୟ ବାସିନ୍ଦା। ମୋ ପଞ୍ଚାୟତର ସୁଖ ଆଉ ଦୁଃଖରେ ମୁଁ ସର୍ବଦା ନିଜକୁ ନିୟୋଜିତ କରିବି ବୋଲି କହିଥିଲେ ସରପଞ୍ଚ ମଧୁସ୍ମିତା ବାରକ୍!
