ନୂଆଦିଲ୍ଲୀ (ଜ୍ୟୋତି ପ୍ରକାଶ ଦୀକ୍ଷିତ) : ଟେଷ୍ଟ ସହ ସମସ୍ତ ପ୍ରକାର କ୍ରିକେଟ କୁ ଅଲବିଦା କହିଲେ୩୭ ବର୍ଷିୟ ଚେତେଶ୍ୱର ପୂଜାରା। ଆଜି ସେ ନିଜ ଏକ୍ସ ରେ ତାଙ୍କ ଅବସର କଥା ପୋଷ୍ଟ କରିଛନ୍ତି। ଏହା ସହ ସେ ଆହୁରି ମଧ୍ୟ ଲେଖିଛନ୍ତି ଭାରତ ପାଇଁ ଖେଳିବା, ଭାରତୀୟ ଜର୍ଶି ପିନ୍ଧି ପଡ଼ିଆ ମଝିରେ ଜାତୀୟ ସଙ୍ଗୀତ ଗାନ ସହ ନିଜ ବେଷ୍ଟ ଦେବା ଏହାକୁ ଶବ୍ଦ ରେ ବର୍ଣ୍ଣନା କରିହେବନି। ପୂଜାରା ଭାରତ ପାଇଁ ୧୦୩ ଟି ଟେଷ୍ଟ ଖେଳି ୪୩.୦୭ ହାର ରେ ୭୧୯୫ ରନ୍ ସଂଗ୍ରହ କରିଥିଲେ। ଏଥିରେ ୧୯ ଟି ଶତକ ସହ ୩୫ ଟି ଅର୍ଦ୍ଧଶତକ ସାମିଲ୍ ଥିଲା। ସେହିପରି ଭାବେ ସେ ମୋଟ ୫ ଟି ଦିନିକିଆ ଖେଳିଥିଲେ। ସେ ଶେଷ ଟେଷ୍ଟ ମ୍ୟାଚ ୨୦୨୩ ମସିହାରେ ବିଶ୍ଵ ଟେଷ୍ଟ ଚମ୍ପିଆନସିପ୍ ଫାଇନାଲ ରେ ଅଷ୍ଟ୍ରେଲିଆ ବିପକ୍ଷରେ ଖେଳିଥିଲେ। ସେ ଶେଷ ମ୍ୟାଚ ରେ ୪୧ରନ୍ କରିଥିଲେ। ପୂଜାରା ଙ୍କ ବ୍ୟକ୍ତିଗତ ୨୦୬ ସର୍ବାଧିକ ରନ୍ ଇଂଲଣ୍ଡ ବିପକ୍ଷରେ ଅହମଦାବାଦ ରେ କରିଥିଲେ।
