କୋଟପାଡ଼ (ଅଶ୍ଵିନୀ ପଟ୍ଟନାୟକ) : ଆଜି କୋଟପାଡ଼ ବ୍ରାହ୍ମଣ ସାହି ସ୍ୱର୍ଗତ ରଘୁନାଥ ପାଢ଼ୀଙ୍କ ୧୨ଦିନ କାର୍ଯ୍ୟକ୍ରମ ଅବସରରେ ଅମର ଆତ୍ମାର ଶ୍ୟାନ୍ତି ନିମନ୍ତେ ଗୋଟିଏ ଶ୍ରଦ୍ଧାଞ୍ଜଳି କାଯ୍ୟକ୍ରମ ସହିତ ସ୍ମରଣିକା ଉନ୍ନଚୋନ କରଯାଇଥିଲା,ଆଜିର ଶ୍ରଦ୍ଧାଞ୍ଜଳି କାର୍ଯ୍ୟକ୍ରମରେ କୋଟପାଡ଼ ଏନ.ଏ.ସି ଅଧ୍ୟକ୍ଷ ଏମ ଶଙ୍କର ରାଓ,ଅକିଲ ସଙ୍ଘ ସଭାପତି ମଣି ପ୍ରସାଦ ପଟ୍ଟନାୟକ,ଗୋପବନ୍ଧୁ ପାଠଗାର ସଭାପତି ଗଣେଶ ପଣ୍ଡା,ମହାବିଦ୍ୟାଳୟ ଅଧ୍ୟକ୍ଷ ଡ଼ଃ ଶେଷାନନ୍ଦ ମିଶ୍ର,ଅବସର ଶିକ୍ଷକ ପ୍ରକାଶ ମହାନ୍ତି, ଚନ୍ଦ୍ରଶେଖର ଦାସ,ଭାରତ ମିଡ଼ିଆ ଆସସେସୀୟନ ସଭାପତି ଅଜୟ କୁମାର ମିଶ୍ର,ସମ୍ପାଦକ ବୀର କିଶୋର ଶର୍ମା,ପୂର୍ବତନ ଖେଳାଳି ଗୋପୀନାଥ ବିଶୋଇ,ଆରିଫ ପଟେଲ,ସଦାଶିବ ବିଶ୍ୱାଳଙ୍କ ସହିତ ନୀଳକଣ୍ଠ ଚଲାଣ,ଅଭିମନ୍ୟୁ ମଲ୍ଲିକ, ଜୟନ୍ତ ପଟ୍ଟନାୟକ, ଗୁପ୍ତ କୈଳାଶ ହୋତା,ଗୌର ମହାନ୍ତି,ଗୌର ରଥ,ହେମନ୍ତ ପାତ୍ର ଏବଂ ଭବାନୀ ପାଢ଼ୀଙ୍କ ସହ ସମସ୍ତ ପରିବାର ବର୍ଗ ମାନେ ଉପସ୍ଥିତ ରହି ସ୍ବର୍ଗତ ପାଢ଼ୀଙ୍କ ଫୋଟ ଚିତ୍ରରେ ପୁଷ୍ପାଞ୍ଜଳୀ ସହିତ ଶ୍ରଦ୍ଧାଞ୍ଜଳି ପ୍ରଦାନ କରିଥିଲେ,ବିଶେଷକରି ସ୍ବର୍ଗତ ପାଢ଼ୀଙ୍କ ଫୁଟବଲ ଖେଳ,ପୁରହିତ କର୍ମ,ସମାଜ ସେବା ସମ୍ପର୍କରେ ଆଲୋକପାତ କରି ଶ୍ରଦ୍ଧାଞ୍ଜଳି ପ୍ରଦାନ କରିବା ସହିତ ତାଙ୍କର ଅମର ଆତ୍ମାର ସଦଗତି ପାଇଁ ପ୍ରଭୁ ଜଗନ୍ନାଥଙ୍କ ଠାରେ ପ୍ରାର୍ଥନା କରାଯାଇଥିଲା,ଏହି କାର୍ଯ୍ୟକ୍ରମରେ ପରିବାର ବର୍ଗ ଓ ବନ୍ଧୁ ପରିଜନମାନେ ଉପସ୍ଥିତ ଥିଲେ,ଆଜିର ଏହି କାର୍ଯ୍ୟକ୍ରମକୁ ଅବସର ଶିକ୍ଷକ ପ୍ରକାଶ ମହାନ୍ତି ମଞ୍ଚ ପରିଚାଳନା କରିଥିଲେ ।
