ପରଜଙ୍ଗ (ଗୋକୁଳାନନ୍ଦ ବେହେରା) : ଢେଙ୍କାନାଳ ଜିଲ୍ଲା ପରଜଙ୍ଗବ୍ଲକରେ କିଛି ଦିନ ତଳେ ଜାମୁ କାଶ୍ମୀର ଇଲାକାରେ ଘଟିଥିଲା ପ୍ରକୃତିର ତାଣ୍ଡବ ଲୀଳା । ଏହା ସାଙ୍ଗକୁ ବାଦଲ ଫଟା ବର୍ଷା ଅନୁଭୁତ ହୋଇଥିଲା । ଏହାର ପ୍ରଭାବରେ ସେହି ଇଲାକାରେ ଭୟଙ୍କର ଭୂସ୍ଖଳନ ସୃଷ୍ଟି ହୋଇଥିଲା ।ଯାହା ଫଳରେ ସେଠାରେ କାର୍ଯ୍ୟରତ ଥିବା ଓଡ଼ିଆ ଯବାନ ନିଖୋଜ ଥିଲେ । ନିଖୋଜ ହେବାର ଦୁଇ ଦିନ ପରେ ମିଳିଲା ଓଡ଼ିଆ ଯବାନଙ୍କ ମୃତ ଦେହ । ମିଳିଥିବା ମୃତ ଯବାନ ଜଣକ ସେ ଆଉ କେହି ନୁହନ୍ତି ଢେ଼ଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ମାଣିକମରା ଗାଁ ର ବିନୋଦ ବିଶ୍ବାଳଙ୍କ ପୁଅ ବୀର ଯବାନ ମନୋଜ ବିଶ୍ଵାଳ । ୧୯୭୩ ମସିହା ଜୁଲାଇ ସାତ ତାରିଖରେ ଜନ୍ମ ଗ୍ରହଣ କରିଥିବା ମନୋଜ ଗତ ଅଗଷ୍ଟ ମାସ ୧୪ ତାରିଖରେ ସିଆଇଏସଏଫ୍ ଭାବେ କାର୍ଯ୍ୟରତ ଥିବା ବେଳେ ବାଦଲ ଫଟା ବର୍ଷାରେ ସୃଷ୍ଟି ହୋଇଥିବା ଭୁସ୍ଖଳନରେ ସବୁଦିନ ପାଇଁ ଇହଲୀଳା ସମ୍ବରଣ କରିଥିଲେ ।ମନୋଜ ନିଜର ବୃଦ୍ଧ ବାପା , ଧର୍ମପତ୍ନୀ ଓ ଦୁଇ ଝିଅଙ୍କ ଆଖିରେ ଲୁହ ଦେଇ ସବୁଦିନ ପାଇଁ ଅଫେରା ରାଇଜକୁ ଚାଲି ଯାଇଥିବାରୁ ତାଙ୍କର ଅମର ଆତ୍ମାର ସଦଗତି କାମନା ଉଦ୍ଦେଶ୍ୟରେ ଶନିବାର ଦିନ ସନ୍ଧ୍ୟା ସମୟରେ ଏକ ବିଶାଳ କ୍ୟାଣ୍ଡେଲ ଶୋଭାଯାତ୍ରା ଆୟୋଜନ ହୋଇଥିଲା । ଅଞ୍ଚଳର ଯୁବ ସମାଜ ସେବୀ ମାନଙ୍କ ନେତୃତ୍ୱରେ ଆୟୋଜିତ ଶୋଭାଯାତ୍ରାରେ ସହିଦ ମନୋଜଙ୍କ ପରିବାର ଲୋକେ ଓ ଗ୍ରାମବାସୀଙ୍କ ସହଯୋଗରେ କ୍ୟାଣ୍ଡେଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା । ଜଣାଶୁଣା ଯୁବ ସମାଜ ସେବୀ ଦିଲ୍ଲୀପ କୁମାର ନାଥ , ଜମ୍ବେଶ୍ଵର ବର୍ମା, ସମୀର ସାହୁ,ଲିପୁ ସିଂହ ସମେତ ୨୦ ରୁ ଉର୍ଦ୍ଧ୍ବ ଯୁବ ସଦସ୍ୟ ମାଣିକମରା ଗ୍ରାମ ବିଶ୍ଵାଳ ସାହିରେ ଶହୀଦ ମନୋଜଙ୍କ ପରିବାରରେ ପହଞ୍ଚି ଅମର ଆତ୍ମାର ସଦଗତି କାମନା ଜଣାଇ ତାଙ୍କ ଫଟୋ ଚିତ୍ର ଉପରେ ପୁଷ୍ପମାଲ୍ୟ ଅର୍ପଣ କରି ଭକ୍ତିପୂତ ଶ୍ରଦ୍ଧାଞ୍ଜଳୀ ଜଣାଇ ସମୂହ ମିଶି ଦୁଇ ମିନିଟ ନୀରବ ପ୍ରାର୍ଥନା କରିଥିଲେ । ଏହା ପରେ ଗାଁ ଅଭିମୁଖେ ବାହାରିଥିଲା ବିଶାଳ କ୍ୟାଣ୍ଡେଲ ଶୋଭାଯାତ୍ରା । ହାତରେ ବ୍ୟାନର ସମସ୍ତଙ୍କ ହାତରେ କ୍ୟାଣ୍ଡେଲ, ଦେଶାତ୍ମକ ଢ଼ଙ୍ଗରେ ବାଦ୍ୟ ପରିବେଷଣ , ଡାକବାଜି ଯନ୍ତ୍ର ସାହାଯ୍ୟରେ ଗାଁର ପୁଅ ମାଟିର ପୁଅ ମନୋଜ ଭାଇ ଅମର ରହେ ନାରାରେ ସମଗ୍ର ଗାଁ ପରିକ୍ରମା କରିଥିଲେ । ପରିକ୍ରମା ସାରି ସମସ୍ତଙ୍କର ଗୋଟିଏ ଅଭିଳାଷ ରହିଛି ଗାଁ ଛକରେ ଶହୀଦ ଯବାନଙ୍କର ସ୍ମୃତିସ୍ତମ୍ଵ ସ୍ଥାପନ । ତୁରନ୍ତ ସ୍ମୃତିସ୍ତମ୍ବ ସ୍ଥାପନ କରିବାକୁ ଜିଲ୍ଲା ପ୍ରଶାସନଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ।
