
♦ଡିଲର ଚଳୁ କରିଦେଲେ କି ବୃଦ୍ଧ ଲସ ମୁର୍ମୁଙ୍କ ଚାଉଳ
(ଅନ୍ତରଦ୍ୱୟ କାର୍ଡ ଧାରୀ ହେଇଥିଲେ ବି ପାଉଛନ୍ତି ୧୦ କେଜି ଧନ୍ୟ ବ୍ଲକ ଯୋଗାଣ ଅଧିକାରୀ
ରାସଗୋବିନ୍ଦପୁର ( ପ୍ରତିନିଧି ରାକେଶ ସାହୁ )
ନାକିଚୁଆଁ ପଞ୍ଚାୟତ ରେ ଆଉ ଏକ ଅସହାୟ ବୃଦ୍ଧ,ନା ମିଳିଛି ଘର ନା ଭତ୍ତା, ଅନ୍ତରଦ୍ୱୟ କାର୍ଡରେ ୩୫କେଜି ଚାଉଳ ମିଳିବା କଥା କିନ୍ତୁ ଚଞ୍ଚକତା କରି ବୃଦ୍ଧ ର ରେସନ କାର୍ଡ ଟି କୁ ଡିଲର ରଖିଛନ୍ତି ନିଜପାଖରେ ଆଉ ବୃଦ୍ଧ କୁ ଦିଅନ୍ତି ମାସକୁ ୧୦କେଜି ଚାଉଳ.ଏଭଳି ଏକ ଅସହାୟ ବୃଦ୍ଧାଙ୍କୁ ଦେଖିବାକୁ ମିଲଛି ନାକିଚୁଆ ପଞ୍ଚାୟତରେ.
ମୟୂରଭଞ୍ଜ ଜିଲ୍ଲା ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ । ଆଦିବାସୀ ଲୋକ ଙ୍କ ସେବାପାଇଁ ସରକାର ସବୁବେଳେ ତତ୍ପର। କିନ୍ତୁ ମୟୂରଭଞ୍ଜ ଜିଲ୍ଲାର ରାସଗୋବିନ୍ଦପୁର ବ୍ଲକ ଅନ୍ତର୍ଗତ ନାକିଚୁଆଁ ଗ୍ରାମପଞ୍ଚାୟତ ରେ ପୁଣି ଏକ ଅସହାୟ ଆଦିବାସୀବୃଦ୍ଧ ସରକାରୀ ସହାୟତାରୁ ବାଞ୍ଛିତ ହୋଇ ଭଙ୍ଗା ଦଦରା ଗୃହରେ ରହୁଛନ୍ତି।ପ୍ରାୟ ବୃଦ୍ଧଙ୍କୁ ସମସ୍ତେ ଜାଣିଶୁଣି ଅଣଦେଖା କରନ୍ତି। ସ୍ଥାନିୟ ନେତା ସମେତ ନାକିଚୁଆଁ ସରପଞ୍ଚ ମଧ୍ୟ ଭଲଭାବେ ଜାଣିଛନ୍ତି ଏହି ବୃଦ୍ଧ ଙ୍କ ଅବସ୍ଥା। ତଥାପି ନଜର ଅନ୍ଦାଜ କରି ଇଚ୍ଛା ନ ଥିଲା ଭଳି ଅଣଦେଖା କରୁଛନ୍ତି। ଏହି ବୃଦ୍ଧ ଜଣକ ହେଉଛନ୍ତି ନାକିଚୁଆଁ ଗାଁ ର ଲସ ମୂର୍ମୁ।ବୟସ ୬୦ରୁ ଉର୍ଦ୍ଧ ହେବ। ଜରାଜୀର୍ଣ୍ଣ ଅବସ୍ଥାରେ ମାଗି ଯାଚି ଚଳନ୍ତି।ଆଉ ରାତି ହେଲେ ବିଶ୍ରାମ ନିଅନ୍ତି ଏହି ଭୂତ କୋଠିରେ।କୋୖଣସି ସନ୍ତାନ ସନ୍ତତି ସାହାରା ପାଇଁ ନାହାନ୍ତି।ସ୍ତ୍ରୀ ହାତ ଛାଡି ଚାଲିଯାଇଛି ଆରପାରିକୁ।ଅସହାୟ ଅବସ୍ଥାରେ ପଡ଼ିରହିଛି ଏହି ଘରେ। ତାଙ୍କ ର ମାନସିକ ଅବସ୍ଥା ଭଲ ନାହିଁ।ଅନ୍ତୋଦୟ ଯୋଜନା ରୁ ୩୫ କେଜି ଚାଉଳ ପାଆନ୍ତି ସିନା,ହେଲେ କଣ ହେଲା ରାସନ୍ କାର୍ଡ ଟି କୋୖଶଳ କରି ରଖିଛନ୍ତି କୋଣ୍ଟ୍ରୋଲ ଡିଲର।ମାସକୁ ୧୦କେଜି ଚାଉଳ ଦେଇ ଠକି ଦିଅନ୍ତି ଏହି ଡିଲର୍ ଜଣକ। ପାଖରେ ପରିଚୟପତ୍ର କିମ୍ବା ଆଧାର କାର୍ଡ ନାହିଁ। ତେଣୁ ଭତ୍ତା ପାଇବାରୁ ବଞ୍ଚିତ ଅଛନ୍ତି।ଏଯାବତ ଭୂମିହୀନ ହୋଇ ଗୋଚର ଜାଗାରେ ରହିଆସିଛନ୍ତି ଏହି ଭଙ୍ଗା ଘରେ। ଜଙ୍ଗଲ ରୁ ହାତୀ ଆସି ଉତ୍ପାତ କରନ୍ତି ଏହି ଅଞ୍ଚଳ ରେ।କୋଉଦିନ କେତେବେଳେ ବି ହାତୀ ପାଦତଳେ ଚାଲି ଯାଇପାରେ ତାଙ୍କ ଜୀବନ। ଏଥିପାଇଁ ଗ୍ରାମବାସୀ ସରକାର ଙ୍କୁ ନିବେଦନ କରିଛନ୍ତ ଘର, ଭତ୍ତା,୩୫କେଜି ଚାଉଳ ତଥା ରାସନକାର୍ଡ ଫେରାଇ ଦେଇ ଥଇଥାନ କରିବାକୁ ଗୁହାରି କରୁଛନ୍ତି ବୃଦ୍ଧ ଓ ତାଙ୍କ ପଡୋଶୀ। ତେବେ ଦେଖିବାକୁ ରହିଲା କି ବୃଦ୍ଧ ଅସହାୟ ଆଦିବାସୀ ଙ୍କୁ ସରକାର କି ପ୍ରକାର ଥଇଥାନ ବ୍ୟବସ୍ଥା କରୁଛନ୍ତି।
ରାସଗୋବିନ୍ଦପୁର ବ୍ଲକରୁ ରାକେଶ ସାହୁ