
ହିନ୍ଦୋଳ (ଗୋକୁଳାନନ୍ଦ ବେହେରା) : ଏକ ଅଭାବନୀୟ ଘଟଣା କ୍ରମେ ଆଜି ସକାଳୁ ହାତୀ ଆକ୍ରମଣ ରେ ବାଘଧରିଆ ଗ୍ରାମର ୩ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି, ଘଟଣାରୁ ପ୍ରକାଶ ହିନ୍ଦୋଳ ଉପଖଣ୍ଡ ରାସୋଳ ବନାଞ୍ଚଳ ବାଘଧରିଆ ଅଞ୍ଚଳ ରେ କୋଡିଏ ଟିକିଆ ହାତୀ ପାଲ ଆସି ତାଣ୍ଡବ ରଚୁଥିବା ବେଳେ ଆଜି ସକାଳେ ଗ୍ରାମର ଝୁଲଣ ଦେହୁରୀ, କରୁଣା କର ଦେହୁରୀ ଘରନିକଟରୁ ବାହାରକୁ ଯାଉଥିବା ବେଳେ ୨ଟି ହାତୀ ହାବୁଡ଼ରେ ପଡିଯାଇଥିଲେ ଘଟଣା ସ୍ଥଳରେ ଝୁଲଣ କୁ ହାତୀ କଚାଡି ଦେଇଥିଲା ମାରି ଦେଲା ବୋଲି କରୁଣା କର ପାଟି କରିବାରୁ ଅନ୍ୟ ଏକ ହାତୀ କରୁଣା କୁ ଆସି କଚାଡି ଦେଇଥିଲା, ନିକଟରେ ଥିବା ଆଉ ଜଣେ ମହିଳା ଶଶୀ ଙ୍କୁ ମଧ୍ୟ ହାତୀ ଶୁଣ୍ଢରେ କଚାଡି ଦେଇଥିଲା ଝୁଲଣ, ଓ କରୁଣା ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ଶଶୀ ଙ୍କର ଡାକ୍ତର ଖାନରେ ମୃତ୍ୟୁ ହୋଇଥିବା ଦେଖିବାକୁ ମିଳିଛି,ଉତ୍ୟକ୍ତ ବାଘଧରିଆ ଗ୍ରାମବାସୀ ସବକୁ ଆଣି ସାତମାଇଲ ଛକରେ ରଖି ରାସ୍ତାରୋକ କରିଥିଲେ, ହିନ୍ଦୋଳ ଉପଜିଲ୍ଲାପାଳ, ତହସିଲଦାର, ଏସ୍ଡ଼ିପିଓ, ଓ ହିନ୍ଦୋଳ, ହିନ୍ଦୋଳ ପୋଲିସ ଓ ହିନ୍ଦୋଳ ବନ ଅଧିକାରୀ ଘଟଣା ସ୍ଥଳରେ ପହଂଚି ଉତ୍ୟକ୍ତ ଜନସାଧାରଣ ଙ୍କୁ ବୁଝା ସୁଝା କରିବା ସହିତ ମୃତ କ ଙ୍କ ପରିବାର କୁ ଉଚିତ କ୍ଷତିପୂରଣ ଦେବା ସହିତ, ୭ ଦିନ ଭିତରେ ଗ୍ରାମ ନିକଟରୁ ହାତୀକୁ ଟ୍ରଙ୍କୁଳାଇଜର କରିବା ସହିତ ଗ୍ରାମ ଚାରିପାଖରେ ସୋଲାର ବ୍ୟବସ୍ତା କରିବାପାଇଁ ପ୍ରତିଶୁତି ଦେବା ପରେ ରାସ୍ତା ରୋକ ହଟିଥିଲା,ଗୋଟିଏ ଗ୍ରାମରୁ ଗୋଟିଏ ଦିନରେ ହାତୀଆକ୍ରମାଣ ରେ ୩ ଜଣ ନିରୀହ ଜୀବନ ଚାଲିଯିବା ଗ୍ରାମରେ ଶୋକର ଛାୟା ଖେଳିଯାଇଛି ।