ନୂଆପଡା( ମିଖାଏଲ ନନ୍ଦ) : ନୂଆପଡା ଜି୍ଲାର ଅପର ଜୋଙ୍କ ଜଳ ସେଚନ ପ୍ରକଳ୍ପ ଦୀର୍ଘସ୍ଥାୟୀ ନେଇ ପ୍ରଶ୍ନବାଚୀ ଅଟେ। ସ୍ପିଲୱେ ରେ ଫାଟ ହୋଇଥିବା ବେଳେ ମରାମତି କାର୍ଯ୍ୟ ଆରମ୍ଭ ହୋଇଅଛି। ସାଧାରଣ ଭାବରେ ମରାମତି କାର୍ଯ୍ୟ ଗ୍ରୀଷ୍ମ ମାସ ରେ ଅନୁଷ୍ଠିତ ହୋଇଥିବା ବେଳେ ବିପଦ ଶଙ୍କୁଳ ଅବସ୍ଥା ରେ ଥିବା ନେଇ ମରାମତି କାର୍ଯ୍ୟ ବର୍ଷା ମାସ ରେ ଅନୁଷ୍ଠିତ ହେଉଅଛି। ୧୯୭୯ ମସିହାରେ କଳାହାଣ୍ଡି ଜିଲ୍ଲା ଏବଂ ବର୍ତ୍ତମାନ ନୂଆପଡ଼ା ଜିଲ୍ଲା ର ଚାଷୀଙ୍କ ଜମିକୁ ଜଳ ସେଚନ ଲକ୍ଷ ନେଇ ନିର୍ମାଣ ହୋଇଥିଲା। ନିର୍ମାଣ ର ମାତ୍ର ୪୬ ବର୍ଷ ରେ ଜଳସେଚନ ପ୍ରକଳ୍ପ ସ୍ପିଲୱେ ରେ ଫାଟ ହେବା ପ୍ରକଳ୍ପ ଦୀର୍ଘସ୍ଥାୟୀ ନେଇ ପ୍ରଶ୍ନବାଚୀ ସୃଷ୍ଟି ହେଉଅଛି। ଅପର ଯୋଙ୍କ ଜଳ ସେଚନ ପ୍ରକଳ୍ପ ଜଳ ଧାରଣ କ୍ଷମତା ୩୫୨ ମିଟର ରହିଥିବା ବେଳେ ବର୍ତ୍ତମାନ ସୁଦ୍ଧା ୩୪୫ ମିଟର ଜଳ ରହିଅଛି। ଆଜି ଠାରୁ ପାଞ୍ଚ ଦିନ ଧରି ସମ୍ବଲପୁର ବାଲାଜୀ ଡିଲର ସାମାନ୍ୟ ମରାମତି କରୁଥିବା ବେଳେ ଆସନ୍ତା ଗ୍ରୀଷ୍ମ ରେ ମରାମତି କରିବାକୁ କହିଛନ୍ତି। ଏହି ପ୍ରକଳ୍ପ ଆବଶ୍ୟକ ତଦନ୍ତ ନିତାନ୍ତ ଜରୁରୀ ଅଟେ। ଡ୍ୟାମ ବିପଦ ଥିବା ନେଇ ତଳ ମୁଣ୍ଡରେ ଗାଁ ଗୁଡିକ ସଚେତନ। ସ୍ୱାର୍ଥ ଦୃଷ୍ଟିରୁ ଆବଶ୍ୟକ ବ୍ୟବସ୍ଥା ଦରକାର ଅଟେ। ଜିଲ୍ଲା କଂଗ୍ରେସ କମିଟି ପ୍ରତିନିଧି ଦଳ ଘାସିରାମ ମାଝୀ ଗସ୍ତ କରି ସ୍ଥିତ ଅନୁଧ୍ୟାନ କରିଛନ୍ତି।
