
ଜ଼ିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ରେ ନୂତନ ଜ଼ିଲ୍ଲାପାଳ
ଶ୍ରୀଯୁକ୍ତ ବିଭୁତି ଭୂଷଣ ନାୟକ ଙ୍କ ସ୍ୱାଗତ ଏବଂ ବିଦାୟୀ ଜ଼ିଲ୍ଲାପାଳ ଶ୍ରୀଯୁକ୍ତ ସୁବ୍ରତ କୁମାର ପଣ୍ଡା ଙ୍କ ଉଦ୍ଦେଶ୍ୟ ରେ ବିଦାୟୀ କାଳୀନ ସଭା ଜ଼ିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ର ସଦଭାବନା ଗୃହ ଠାରେ ଅନୁଷ୍ଠିତ ହୋଇଯାଇଛି l ଏହି ଅବସରରେ ନୂତନ ଜ଼ିଲ୍ଲାପାଳ ଜ଼ିଲ୍ଲା ର ବିକାଶ ଦିଗରେ ସମସ୍ତେ ମିଳିମିଶି ଏକ ଟିମ ଭାବରେ କାମ କରିବା ଏବଂ ସମସ୍ତ ବିଭାଗ ର କାମ ଠିକ ସମୟରେ ନିୟମ ଅନୁସାରେ ଶୃଙ୍ଖଳା ର ସହ ସlରିବା ପାଇଁ ସମସ୍ତ ଙ୍କୁ ପରାମର୍ଶ ଦେଇଥିଲେ l ଏଥିସହିତ ସମସ୍ତ ଯୋଜନା କୁ ଶୃଙ୍ଖଳିତ ଏବଂ ସମୟ ସୀମା ମଧ୍ୟରେ ସlରିବା ପାଇଁ ସମସ୍ତ ଅଧିକାରୀ ଏବଂ କର୍ମଚାରୀ ଙ୍କୁ ପରାମର୍ଶ ଦେଇଥିଲେ l ବିଦାୟୀ ଜ଼ିଲ୍ଲାପାଳ ଶ୍ରୀଯୁକ୍ତ ପଣ୍ଡା ଡ଼. ଆଇନଷ୍ଟାଇନ ଏବଂ ଡ଼. ଏ. ପି. ଜେ. ଅବଦୁଲ କାଲାମ ଙ୍କ ଉକ୍ତି ର ସ୍ମୃତିଚlରଣ ସହିତ ଅଂଶପୂର୍ଣ୍ଣ ପ୍ରକଳ୍ପ ଗୁଡିକୁ ସମ୍ପୂର୍ଣ୍ଣ କରିବା, ଟିମ ୱାର୍କ କୁ ପୂର୍ବଭଳି ବଜାୟ ରଖିବା, କଠିନ ପରିଶ୍ରମ, ଆତ୍ମବିଶ୍ୱାସ, ନିୟମ ର ଅନୁପାଳନ, ସ୍ମାର୍ଟ ୱାର୍କ,ଭୂମିହୀନ ପଟ୍ଟା ବଣ୍ଟନ କାମ କୁ ତ୍ୱରାନ୍ୱିତ କରିବା, ଲୋକଙ୍କ ନିକଟରେ ପହଂଚି ତାଙ୍କର ଗ୍ରୀଭାନ୍ସ ର ତ୍ୱରିତ ସମାଧାନ, ଅପହଞ୍ଚ ଇଲାକା କୁ ଯାଇ ଦୁଃଖୀ ଙ୍କ ଦୁଃଖ ବୁଝିବା, ଏଥିସହିତ 3 ଟି ଏଲ( ହସ, ଭଲ ପାଇବା, ତ୍ୟାଗ), 3 ଟି ସି,( ପସନ୍ଦ, ପରିବର୍ତ୍ତନ, ସୁଯୋଗ) ଖୁସି ମନ, ନିରବତାର ସହିତ କାର୍ଯ୍ୟ କରିବା ପାଇଁ ସମସ୍ତ ଅଧିକାରୀ ଏବଂ କର୍ମଚାରୀ ଙ୍କୁ ଆହ୍ୱାନ କରିଥିଲେ l ମୁଖ୍ୟ ଉନ୍ନୟନ ତଥା ନିର୍ବାହୀ ଅଧିକାରୀ, ଜ଼ିଲ୍ଲା ପରିଷଦ ସମସ୍ତ ଙ୍କୁ ସ୍ୱାଗତ କରିବା ସହ ନିଜ ନିଜର କାର୍ଯ୍ୟ ଶୈଳୀ, କାର୍ଯ୍ୟ ଦକ୍ଷତା ଏବଂ ଏକ ଟିମ ଭାବରେ କାମ କରିବା ପାଇଁ ସମସ୍ତ ଙ୍କୁ ପରାମର୍ଶ ଦେଇଥିଲେ l ଅତିରିକ୍ତ ଜ଼ିଲ୍ଲାପାଳ ଶ୍ରୀଯୁକ୍ତ ଅନିରୁଦ୍ଧ ପଧାନ ସମସ୍ତ ଙ୍କୁ ଧନ୍ୟବାଦ ପ୍ରଦାନ କରିବା ସହ ଟିମ ସ୍ପିରିଟ ସହ କାମ କରିବା ପାଇଁ ନିଜ ଅଭିଭାଷଣ ପ୍ରଦାନ କରିଥିଲେ l ଏହି ଅବସରରେ ଜ଼ିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ର ଉପ ଜ଼ିଲ୍ଲାପାଳ ଶ୍ରୀଯୁକ୍ତ ବିନୟ କୁମାର ଭୋଇ, ସମସ୍ତ ଡେପୁଟି କଲେକ୍ଟର, ସହକାରୀ ଜ଼ିଲ୍ଲାପାଳ, ସେକ୍ସନ ଅଫିସର,ସମସ୍ତ ଟ୍ରେନିଂ ଅଫିସର, ବରିଷ୍ଠ ରାଜସ୍ବ ସହାୟକ, କନିଷ୍ଠ ରାଜସ୍ବ ସହାୟକ, ଏ. ପି. ଡି., ଜ଼ିଲ୍ଲା ପରିଷଦ ଚାର୍ଲସ ନାଏକ, ବିଡ଼ିଓ, ବୌଦ୍ଧ ଯୁଧିଷ୍ଠିର ମେହେର, ଜ଼ିଲ୍ଲା ସମାଜ ମଙ୍ଗଳ ଅଧିକାରୀ କନକଲତା ନାଏକ, ଅତିରିକ୍ତ ଜ଼ିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଗୋପାଳ ଚରଣ ମଲ୍ଲିକ, ଜ଼ିଲ୍ଲା ପଂଚାୟତ ଅଧିକାରୀ ମନୋରଞ୍ଜନ ମହାନ୍ତି, ଜ଼ିଲ୍ଲା ଶିକ୍ଷl ଅଧିକାରୀ ଟେମଲାଲ ଦୁବେ, ଜ଼ିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରିତାକାନ୍ତି ବଳିୟାର ସିଂହ, ଜ଼ିଲ୍ଲା ପର୍ଯ୍ୟଟନ ଅଧିକାରୀ ପ୍ରଭାକର କଁହର ପ୍ରମୁଖ ଉପସ୍ଥିତ ରହି ବିଦାୟୀ ଜ଼ିଲ୍ଲାପାଳ ଙ୍କୁ ବିଦାୟ ଦେବା ସହ ନୂତନ ଜ଼ିଲ୍ଲାପାଳ ଙ୍କୁ ସ୍ୱାଗତ କରିଥିଲେ l