ନୂଆପଡା(ମିଖାଏଲ ନନ୍ଦ) : ନୂଆପଡ଼ା ଜିଲ୍ଲା କଲ୍ୟାଣ ମଣ୍ଡପ ଠାରେ ଜିଲ୍ଲା କଂଗ୍ରେସ କମିଟି ପକ୍ଷ ରୁ ନବ ନିଯୁକ୍ତ ଓଡ଼ିଶା ପ୍ରଦେଶ କିଶନ କଂଗ୍ରେସ ସଭାପତି ଅଭୟ ସାହୁଙ୍କୁ ସ୍ବାଗତ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଅଛି। ଏହି ଉପଲକ୍ଷେ ଏକ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିବା ବେଳେ ଜିଲ୍ଲା ସଂଯୋଜକ ଘାସିରାମ ମାଝୀ ଅଧ୍ୟକ୍ଷତା କରିଥିଲେ। ସଭାରେ ଓଡ଼ିଶା ପ୍ରଦେଶ କିଶନ କଂଗ୍ରେସ ସଭାପତି ଅଭୟ ସାହୁଙ୍କୁ ଯୋଗ ଦେଇ ସରକାର କୃଷକ ଙ୍କୁ ଘରୋଇ କମ୍ପାନୀ ଦ୍ବାରା ଘେରୁ ଥିବା ପ୍ରକାଶ କରିଥିଲେ। ଖଡିଆଳ ପକ୍ଷ ରୁ ଫକୀର ମୋହନ ଜଗତ, ସ୍ୱର୍ଗତ ସମର୍ଦ୍ଧନ କରିଛନ୍ତି। ସଭାରେ ଆଲୋକ ଗୁରୁ, ବରିଷ୍ଠ କଂଗ୍ରେସ ନେତୃମଣ୍ଡଳୀ ଯୋଗ ଦେଇ କୃଷି ଓ କୃଷକ ସମସ୍ୟା ସମ୍ମୁଖୀନ ହେଉଛନ୍ତି ବୋଲି ଗୁରୁତ୍ବ ଦେଇଥିଲେ।
